ଶତାବ୍ଦୀର ତୁଣ୍ଡି
ଶତାବ୍ଦୀର ତୁଣ୍ଡି
ଝିଅର ବୟସ ଷୋହଳ ପୁରି ସତର
ଜେଜେମା ଘରେ ଗରଗର
କଥାରେ କଥାରେ ସଣ୍ଠଣା ସଂସ୍କାର ।
ଆରେ ପୁଅ ପଦୂଆ
ଆରେ ବେହେରା ଝିଅ ଶୁଣୁଛୁ
ଆମ ରେବ ଟା କେମିତି
ଦୁମ୍ ଦୁମ୍ ଚାଲୁଛି
ଟାଉଁ ଟାଉଁ କହୁଛି
ଚାକୁଲୁ ଚାକୁଲୁ ଖାଉଛି
ଫେଁ ଫେଁ ହସୁଛି ।
ଟିକ୍ ଟକ୍ ବନେଇ ବନେଇ ବାୟାଣୀ
ମୋବାଇଲରେ ଶାଠ ପଢି ଚଣ୍ଡାଳୁଣି
ଗେହ୍ଲେଇ ମହାଦେବୀ ଠାକୁରାଣୀ
ମୁଣ୍ଡରେ ଥୋଇ ବସେଇ
ଆଁ କରି ଜଳକା ମାରିବ ଧାଇଁ
କାନ୍ଧୁଥିବ ନାକ ପୋଛୁଥିବ ରେବ ପାଇଁ ।
ତାକୁ ଟିକେ କୁହରେ ଶିଖାଅରେ
ପର ଘରେ ନାଁ ପକେଇବରେ
ଝିଅ ଜନମ ପରା ଅନ୍ୟ ଘରକୁ
ଘର କେମିତି ସମ୍ଭାଳିବରେ ।
ରାଗ ବହୁତ ଲାଗୁ ଥାଏ
ବେଳେ ବେଳେ ପିତ୍ତ ମଥାକୁ ଚଢିଯାଏ
ବୁଢୀ ଧୂଡି ଛିଡ଼ା କନ୍ଥା ଗୁଧୁଡି
ପାନ ଖିଆ ଦାନ୍ତ ଭାଙ୍ଗି ଯାଆନ୍ତା କି କଚାଡ଼ି
ମନେ ମନେ ବାହାରିଯାଏ
କୁ-ଭାଷାର କେତେ ବିଶେଷ୍ୟ ବିଶେଷଣ ।
ଆଜି ବୋଉର ଆକୁଳ ଅନୁରୋଧ ସବୁବେଳେ
ସ୍ଵ
ାମୀଙ୍କର ମୌନ ତାଗିଦ୍ ସବୁଦିନ
ଆଖି କାନ ନାକ ପାଟି ସବୁ ବନ୍ଦ କର
ଦୟା କ୍ଷମା ସ୍ନେହ ତ୍ୟାଗ ବଳିଦାନ କର
ଖାଲି ସହି ଯିବାକୁ
ସମୟ ବଡ଼ ବଳବାନ
ଖାଲି ଧୌର୍ଯ୍ୟ ଧରିବାକୁ
ସମୟ ସବୁ ସଜାଡି ଦେବ
ସେମାନେ ପାକଲା ପତର
ଖାଲି ସେବା କରିବାକୁ ଘଣ୍ଟା ଘଣ୍ଟା
ଭାଷାଣ ପ୍ରବଚନ ଇତ୍ୟାଦି ଇତ୍ୟାଦି ।
ହଭ ହେଲା ସହିବି !
ମୁଁହ ବନ୍ଦ ତାଲା ପକେଇବି !
ଫେଭିକଲ ଅଠା ଲଗେଇବି !
କେତେଦିନ ପର୍ଯ୍ୟନ୍ତ କହିବେ କି ?
ହଉ ହେଲା ତ୍ୟାଗ କରିବି
ସେବା ଶୁଣ୍ଠଷା କରି ଚାଲିବି
ଦୟା କ୍ଷମା ପ୍ରାର୍ଥନା କରିବି
କେତେଦିନ ପର୍ଯ୍ୟନ୍ତ କହିବେ କି ?
କ'ଣ ଜୀବନ ଯାକ ?
ଶେଷ ରକ୍ତବିନ୍ଦୁ
ନିଃଶେଷ ହେବା ପର୍ଯ୍ୟନ୍ତ ?
ଦୀପଶିଖା ଲିଭିବା ଯାଏ ?
ବୋଧହୁଏ କଟୁ ସତ୍ୟ ।
ଆଉ ପାରୁନି ତୁଣ୍ଡି ଦେଇ
ମୁଣ୍ଡି ଶତାବ୍ଦୀର ସଭ୍ୟମୁଖା
ଆଉ ପାରୁନି ଚୁପ୍ ହେଇ
ସହି ଅଭିନୟି ଭଦ୍ରମୁଖା
ବଞ୍ଚିବାକୁ ହେବ ନିଜ ପାଇଁ
ମରି ମରି ନିତି ବିପ୍ଳବୀ ଉନ୍ମୁଖା ।