Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ଶରତ ଆସିଛି

ଶରତ ଆସିଛି

1 min
185



ସପନେ ଝୁମୁଛି କାଶତଣ୍ଡୀ ବଣ

ପବନ ଖେଳୁଛି ଦୋଳି

ଶ୍ରାବଣର ଛବି ଆଖିରୁ ଲିଭିନି

ହଂସ କରିଲେଣି କେଳି I

କୁଆଁରୀ ଝିଅଙ୍କ ଖିଲି ଖିଲି ହସ

ଶରତ ଅଗଣା ହସେ

କାଶତଣ୍ଡୀ ଫୁଲ ଶୁଭ୍ର ଅଙ୍ଗବାସେ

ଇନ୍ଦ୍ରଧନୁ ଟିଏ ଦିଶେ I

ହସି ଉଠିଲାଣି ସୁନୀଳ ଆକାଶ

ଫୁଟିଲାଣି ନୀଳ କଇଁ

ପ୍ରୀତିର ସହରେ ଚନ୍ଦ୍ରମା ହସୁଛି

ଜୋଛନା ଦେଉଛି ଛୁଇଁ I

ବରଷାର ଛବି ହଜିନି ଏଯାଏ

ବିଭୋର କରୁଛି ପ୍ରାଣ

କଳା ମେଘ ଖଣ୍ଡେ ଆକାଶେ ଦିଶୁଛି

ଅଥୟ ହେଉଛି ମନ I

         


Rate this content
Log in