Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Murari Prasad Pasaet

Fantasy Others

3  

Murari Prasad Pasaet

Fantasy Others

ଶରତ ଆଗତ ଜଗତ ହିତେ

ଶରତ ଆଗତ ଜଗତ ହିତେ

1 min
292



ଆଦ୍ୟପ୍ରାନ୍ତ ଅନୁପ୍ରାସ ଛନ୍ଦରେ


'ଶ' ଶରତ ଗୋ ତତେ ସ୍ୱାଗତେ ଧରା ସାଜି ସୁବେଶ 'ଶ'

'ଶ' ଶଶୀ ସୂର୍ଯ୍ୟ ତାରା ଗିରି କାନନ ନୀଳ ଆକାଶ 'ଶ'

'ର' ରଙ୍ଗ ବେରଙ୍ଗର ପୁଷ୍ପେ ମଣ୍ଡିତା ରସା ସୁନ୍ଦର 'ର' ରହିରହି ଲଘୁଚାପର ବର୍ଷା ଧୁଏ ପୟର

'ତ' ତଟିନୀର ନୀର ନୀରବି ଦେଖ ସ୍ବଛ୍ଛ ଶୋଭିତ 'ତ'

ତଟ ଦେଶେ ବସି କବି ହୁଅନ୍ତି ଭାବ ମୋହିତ

'ଆ' ଆପେ ଆପେ ଶବ୍ଦ ଭାବ ଓ ଭାଷା କରେ କିମିଆ  'ଆ'

ଆ ଗୋ ଶରତ ସ୍ବାଗତେ ଭାବେ ବେଗି ବେଗି ଆ

'ଗ' ଗତ ହେଲେ ପିତୃ ପକ୍ଷ ଧରାରେ ଆସିବ ଯୋଗ 'ଗ'

ଗର୍ବଗଞ୍ଜନୀ "ମହାଳୟା" ଲଗ୍ନେ ମୋ ମାଁଆ ଯାଗ

'ତ' ତତପରେ ନବରାତ୍ରିକ ବ୍ରତ ପ୍ରଥା ପାଳିତ 'ତ'

ତନ୍ତ୍ରେ ମନ୍ତ୍ରେ ଯନ୍ତ୍ରେ ଉଲ୍ଲସିଯିବ ସାରା ଜଗତ

'ଜ' ଜଗଜ୍ଜନନୀଙ୍କ ପୂଜା ହୋଇବ ସକାଳୁ ସଂଜ 'ଜ'

ଜପ ତପ ଧ୍ୟାନ ଯୋଗେ ସାଧନ ଓଁ କାର ବୀଜ

'ଗ' ଗତାନୁଗତିକ ପ୍ରଥାରେ ପୂଜା ଯୁଗକୁ ଯୁଗ 'ଗ'

ଗଲେ ଶରଣ ମା ଚରଣେ ନାଶେ ଏ ଭବରୋଗ

'ତ' ତନ ମନ ପ୍ରାଣ ପବିତ୍ର ହୁଏ ନିରାଟ ସତ 'ତ'

ତରୁ ତୃଣ କୀଟୁ ବ୍ରହ୍ମ ପର୍ଯ୍ୟନ୍ତ ସର୍ବେ ତୃପତ 

'ହି' ହିନ୍ଦୁ ଭାବଧାରା ଧରାରେ ପରା ସ୍ବତନ୍ତ୍ର ରହି 'ହି'

ହିନ୍ଦୁ ମୁସିଲିମ୍ ଶିଖ୍ ଇଶାଇ ପ୍ରଭେଦ ନୋହି 

'ତେ' ତେଜଦୀପ୍ତ ହେଉ ଚେତନା ସଦା ଜଗତ ହିତେ 'ତେ'

ତେଲ ଲୁଣର ସଂସାରେ ସ୍ବାଗତ, ଶରତ ତୋତେ ।



Rate this content
Log in

Similar oriya poem from Fantasy