ଶ୍ରମିକ ମୁଁ
ଶ୍ରମିକ ମୁଁ


କେମିତି କହିବି
ଜୀବନ ଜାତକ
ଶ୍ରମିକ ଜନମ ମୋର
ସୂରୁଜ ଉଇଁଲେ
ଜୀବିକା ଟାଣେ
କରିବାକୁ ଯୋଗାଡ଼
ଦିନକର ଆହାର।
ପଖାଳ ପିଆଜ
ବାଡି ଶାଗ ଭଜା
ଲେମ୍ବୁ ଲଙ୍କା ଖାଦ୍ୟ
ଜୀବନ ଖୋରାକ ଦିଏ ଏ ହାତ ବିଣ୍ଡି
ଶକ୍ତ ଶିରା ପ୍ରଶିରା କୁଶଳୀ ଶ୍ରମିକର ପରିଚୟ ଇଏ।
ଶୀତତାପ ଘରେ
ମୁଣ୍ଡ କିଏ ଖଟାଏ
ପ୍ରଚଣ୍ଡ ରୌଦ୍ରତାପରେ
କାହା ଖଟ ମୁଣ୍ଡାଏ ମୁଁ
ମୂଷଳ ଧାରାରେ
ବରଷା ହେଲେବି
କାହା ସମ୍ପଦ ସଜାଡି
କର୍ମ ଆଦରି ଥାଏ ବି ମୁଁ।
ପୁରା ଦିନର ଖଟଣି ପରେ ସନ୍ଧ୍ୟାରେ ମୋ ଘର ବାହୁଡ଼ା
ଶରୀର ପୀଡ଼ା ସାଥିରେ
ନେଇ ସକାଳୁ ପୁଣି ଜୀବନ ହୁଏ ସଜଡ଼ା।
ସବୁ ଋତୁ ମୋର
ସଖା ସହଦୋର
ଶରୀର ତନ୍ତ୍ରୀକୁ
ସୁରକ୍ଷା ଯୋଗାନ୍ତି
ଧନୀ ବାବୁଙ୍କ ଯେସନ
ଚିକିତ୍ସାଳୟ ଭରସା
ମୋ ପରିବାର ଠାରୁ ଦୂରେଇ ରଖନ୍ତି।
ସରକାରୀ ବ୍ୟବସ୍ଥା
ଆଳ ପଡ଼ା ଠାରୁ
ପାଉଁଶ ହ
େବା ଯାଏଁ
ସବୁଥିରେ ବନ୍ଦୋବସ୍ତ ଖଞ୍ଜା
ବିପଦ ଆସିଲେ
ପ୍ରଭୁ ହିଁ ଭରସା
ଚାଲିଛି ଜୀବନର ଝଡ଼ ଝଂଜା।
ପୁରା ବିଶ୍ଵରେ କର୍ମଠ
ଶ୍ରମିକ ଶୋଷଣର ଶିକାର ତଳେ
ବିଶ୍ଵ ସମୁଦାୟର
ପ୍ରଗତ୍ତି ପଥରେ ତଥାପି
ଯୋଗଦାନ ଦେଇ ଚାଲେ।
ମୁହଁ ଫେରାଇ ଦେଲେ
ବିମୁଖ ହୋଇ
ହାତ ବାରିସି ଭୁଷୁଡ଼ି ଯିବ ।
ଅତ୍ୟାଚାର ସୀମା ଟପି ଗଲେ
ଦୁନିଆ ଅଟକି ଅକାମୀ ହୋଇ ଯିବ ।
ଆଗାମୀ ଦିନର ସମ୍ଭାବନା ନେଇ
ଭବିଷ୍ୟ ପୀଢ଼ିକୁ ସୂଚାଏ
ଶ୍ରମିକ ମାଲିକ ଭିନ୍ନ ନୁହନ୍ତି ଯେ ଝା କର୍ମ ଆଦରି ଥାଏ।
ବାହାରେ ଶ୍ରମିକ ବୋଲାଏ ହେଲେ
ଶକ୍ତ କର୍ମ ଶ୍ରମ କୁଶଳତା ଯୋଗୁଁ
ଅନ୍ତରାଳେ ମାଲିକ ବି
ବଡ଼ ଶ୍ରମିକ ଟିଏ ମୋଠାରୁ ;
ଧାରାରେ ଜନ୍ମ ଦେଇଛନ୍ତି
ଯାହା ଲଲାଟରେ ବିଭୁ।
ମଣିଷ ହୋଇ ଜନମ
ଲଭିଛେ ସୁକରମ କରିଯିବା
ଶ୍ରମିକ ହୋଇ ସୁକୀର୍ତ୍ତି
ଅରଜି ପୁଣି ପ୍ରୀତିର ଦ୍ଵିତୀୟ କୋଣାର୍କ ଗଢି ତୋଳିବା ।