ଶ୍ରୀମନ୍ଦିରେ ଝୁଲଣ
ଶ୍ରୀମନ୍ଦିରେ ଝୁଲଣ


କୁଞ୍ଜବନ କୁଞ୍ଜ କୁଞ୍ଜେ ଫୁଲର ଦୋଳି
କୁଞ୍ଜରେ କୁଞ୍ଜବିହାରୀ ରାଈ ଶଙ୍ଖାଳୀ...
ଧାରାଶିରାବଣେ ରାସ
ପ୍ରେମ ପିରତି ପରସ
ଚହଟଇ ଦଶଦିଶ
ଝୁଲଣରେ ଜଗଦୀଶ
ଶ୍ରୀମନ୍ଦିରେ ଗୋପଲିଳା ପଡେ ଉଛୁଳି।
ବୃନ୍ଦାବନ ବନ ଶୋଭା
କୁଞ୍ଜେ ଦୋଳି ମନ ଲୋଭା
ପ୍ରଭୁ ମଦନମୋହନ
କାଳା ଦିଅଁ କଳା କୃଷ୍ଣ
ଭୂଦେବୀ ଶ୍ରୀଦେବୀ ସାଥେ ଗୋପ ଗୁଆଳୀ
ସାସ୍ତ୍ରରେ ଅଛି ବର୍ଣ୍ଣନ
ଗୋପରେ ଦେଖି ଝୁଲଣ
ଗନ୍ଧର୍ବେ ଭାବିଲେ ସବୁ
ଏମିତି ଝୁଲନ୍ତୁ ପ୍ରଭୁ
ମନୋବାଞ୍ଛା କଲ ପୂର୍ଣ୍ଣ ହେ ବନମାଳୀ
ଗନ୍ଧର୍ବ ମାନଙ୍କ ପାଇଁ
କଳି ଯୁଗେ ଲିଳା ଏ
ହି
ଗୁପତରେ ଆସି ସେତ
ଦେଖନ୍ତି ଝୁଲଣ ଯାତ
ପ୍ରଭୁଙ୍କୁ ଝୁଲାନ୍ତି ଶ୍ରଦ୍ଧା ସୁମନ ଢାଳି
ପ୍ରଭୁଙ୍କ ପାଦ ବନ୍ଦନ
ମହକେ ଧୂପ ଚନ୍ଦନ
ଦୟଣା ମାଳ ହସଇ
ଫୁଲ ତୁଳସୀ ବାସଇ
ବାସଇ ମରୁଆ ଫୁଲ ବାସେ ନିଆଳି
ଭସା ବଉଦ ରୋଷଣୀ
ବରଷା ତୋଳେ ରାଗିଣୀ
ପ୍ରଭୁଙ୍କର ନାମ ଗାନ
ନାଚ ଗୀତ କିରିତନ
ମୂରୁଛନା ତୋଳୁଥାଏ ଶୂନ୍ୟେ ମୁରଲି
ନବରଙ୍ଗ ହାଟ ବସେ
ନବଧା ଭକତି ରସେ
ଭାବରେ ଭୋଳ ଭକତ
ନାଚୁଥାନ୍ତି ହୋଇ ମତ୍ତ
ପାପତାପ ଦୂରହୁଏ ଶରଧା ବୋଳି