Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଶ୍ରୀକ୍ଷେତ୍ରେ ଶୀତଳଷଷ୍ଠୀ

ଶ୍ରୀକ୍ଷେତ୍ରେ ଶୀତଳଷଷ୍ଠୀ

11 mins
335



ପବିତ୍ର ଶୀତଳଷଷ୍ଠୀ ଦେବ ବିବାହ

ପ୍ରକୃତି ପୁରୁଷ ଙ୍କ ଶୁଭ ପରିଣୟ ।

ତାରକାସୁର ତାଡନା କରୁଣ କଥା

ଅସହାୟ ଦେବତାଙ୍କ ଦାରୁଣ ବ୍ୟଥା।

ମଦନ କାମ କମାଣ ବିଷ୍ଣୁ ଙ୍କ ମାୟା

ପ୍ରଚଣ୍ଡ ନିଦାଘ କୋଳେ ଶୀତଳ ଛାୟା ।

ପୁରାଣ ପ୍ରସିଦ୍ଧ ସେହି ପୁରୁଣା ଦିନ

ଶ୍ରୀମନ୍ଦିରେ ମହାନନ୍ଦେ ହୁଏ ପାଳନ।

ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ରୁ ହୁଏ ଆରମ୍ଭ

ଶୀତଳଷଷ୍ଠୀ ର ସେହି ଶୁଭ ଉତ୍ସବ।

ପଞ୍ଚ ମହାଦେବଙ୍କର ଯାତ୍ରା ମୂରତି

ମନ୍ଦିର ଦକ୍ଷିଣ ଘରେ ପୂଜା ହୁଅନ୍ତି।

ଜମେଶ୍ୱର ଲୋକନାଥ ମାର୍କଣ୍ଡେଶ୍ଵର 

କପାଳ ମୋଚନ ନୀଳକଣ୍ଠ ଈଶ୍ୱର।

ବିଭାଘର ଦିନ ସେହି ଉତ୍ସବ ମୂର୍ତ୍ତି

ମନ୍ଦିର ମାନଙ୍କୁ ତାଙ୍କ ଯାତ୍ରା କରନ୍ତି।

ମାତା ପାର୍ବତୀ ଙ୍କ ସହ ପାଣି ଗ୍ରହଣ

ମହା ଆଡ଼ମ୍ବରେ ଯହିଁ ହୁଏ ସମ୍ପର୍ଣ୍ଣ।

ତାପର ଦିନ ପବିତ୍ର ଶୀତଳଷଷ୍ଠୀ

ପରିକ୍ରମା କରିଥାନ୍ତି ଦେବ ଦମ୍ପତି।


ଶ୍ରୀମନ୍ଦିରେ ମହାପ୍ରଭୁ ଶ୍ରୀଜଗନ୍ନାଥ

ନବ ଦମ୍ପତିଙ୍କୁ କରି ଥାନ୍ତି ସ୍ବାଗତ।

ସେମାନଙ୍କୁ ନିମନ୍ତ୍ରଣ ପ୍ରଭୁ କରନ୍ତି

ଶ୍ରୀମନ୍ଦିରେ ଆସିଥାନ୍ତି ଦେବ ଦମ୍ପତି।

ପାଲିଙ୍କି ରେ ଲୋକନାଥ ମାତା ପାର୍ବତୀ

ବାନାମ୍ବର ଦେଉଳକୁ ସେତ ଆସନ୍ତି।

ବଳିଆ ପଣ୍ଡା ସାହିରେ ସେହି ମନ୍ଦିର

ଲୋକନାଥ ଙ୍କ ଅଟଇ ସେ ମାମୁଁ ଘର ।

ପୂଜା ଅରଚନା ଦେବା ଦେବୀ ହୁଅନ୍ତି

ବୃଷଭ ଉପରେ ସେତ ବିଜେ ହୁଅନ୍ତି।

ଯମେଶ୍ବର ମହାଦେବ ତହିଁ ଆସନ୍ତି

ତାଙ୍କ ସହ ଲୋକନାଥ ଯାତ୍ରା କରନ୍ତି।

କପାଳ ମୋଚନ ଦେବ ମାର୍କଣ୍ଡେଶ୍ୱର

ନୀଳକଣ୍ଠ ପଥରେ ମିଶନ୍ତି ତାଙ୍କର।

ସନ୍ଧ୍ୟା ଧୂପ ଶେଷ ପରେ ଶ୍ରୀଜଗନ୍ନାଥ 

ଚାହିଁ ବସନ୍ତି ଶିବ ପାର୍ବତୀ ଙ୍କ ବାଟ ।

ପଞ୍ଚ ମହାଦେବ ଶୋଭା ଯାତ୍ରା କରନ୍ତି 

ଶ୍ରୀମନ୍ଦିର ନାଟ ମଣ୍ଡପେ ପହଞ୍ଚନ୍ତି ।

ହରିହର ଙ୍କର ସେହି ଅପୂର୍ବ ଭେଟ

ଧନ୍ୟ ହୋଇଥାଏ ଦେଖି ଏ ଚର୍ମ ନେତ୍ର।


ନାଟ ମଣ୍ଡପରେ ନବ ଦେବ ଦମ୍ପତି

ଧୂପ ଦୀପେ ଅରଚନା ପୂଜା ହୁଅନ୍ତି।

ପୂଜା ପଣ୍ଡା ପ୍ରଭୁଙ୍କ ଆଜ୍ଞାମାଳ ନେଇ

ପଞ୍ଚ ମହାଦେବଙ୍କୁ ଯେ ଥାଆନ୍ତି ଦେଇ ।

ଦିଅଁମାନେ ଆଜ୍ଞାମାଳ ହେଲେ ପ୍ରାପତ

ମହାଲକ୍ଷ୍ମୀଙ୍କ ମନ୍ଦିରେ ଯାଆନ୍ତି ସେତ।

ମନ୍ଦିର ଜଗମୋହନେ ପଞ୍ଚ ଦମ୍ପତି

ଭକତ ମାନଙ୍କୁ ଦରଶନ ଦିଅନ୍ତି।

ଏଣେ ଯେ ଦକ୍ଷିଣ ଘରୁ ଦୋଳଗୋବିନ୍ଦ

ଖଟ ଶେଯ ଘରେ ପ୍ରଭୁ ରଖନ୍ତି ପାଦ ।

ଫୁଲ ତୁଳସୀ ଚନ୍ଦନେ ବେଶ ହୁଅନ୍ତି

ପ୍ରଭୁଙ୍କର ଆଜ୍ଞାମାଳ ଘେନା କରନ୍ତି ।

ମହାଜନ ଗୋବିନ୍ଦଙ୍କୁ ହସ୍ତରେ ନେଇ 

ଲକ୍ଷ୍ମୀ ଙ୍କ ଜଗମୋହନେ ବସାନ୍ତି ଯାଇ ।

ଦେବ ଦମ୍ପତି ଙ୍କ ସାଥେ ଦୋଳ ଗୋବିନ୍ଦ

ଲକ୍ଷ୍ମୀ ଙ୍କ ମନ୍ଦିରେ ହୋଇଥାନ୍ତି ପୂଜିତ ।

ପଞ୍ଚୋପଚାରେ ଶୀତଳ ପଣା ଅର୍ପଣ

ଦିଅଁ ମାନଙ୍କୁ ତ ଲାଗି ହୁଅଇ ଜାଣ ।

ତାପରେ ଦୋଳଗୋବିନ୍ଦ ଫେରି ଆସନ୍ତି

ସେ ଫେରିଲେ ମହାପ୍ରଭୁ ପହୁଡିଥାନ୍ତି।


ଲକ୍ଷ୍ମୀ ଙ୍କ ଜଗମୋହନେ ଦେବ ଦମ୍ପତି

ଗହଳୀ ଲଗାଇ ଭକ୍ତ ଦିଅଁ ଦେଖନ୍ତି।

ପଞ୍ଚ ମହାଦେବ ଙ୍କୁ ତ ଗୋଟିଏ ସ୍ଥାନେ

ଦରଶନ କରି ଧନ୍ୟ ଭକତମାନେ।

ତହୁଁ ଦିଅଁ ଯାଇଥାନ୍ତି ରାଜ ନଅର

ଧୂପ ଦୀପ ପଣା ରେ ହୁଏ ଉପଚାର।

ନଅର ରୁ ଦିଅଁମାନେ ଯାତ୍ରା କରନ୍ତି 

ଜଗନ୍ନାଥ ବଲ୍ଲଭ ରେ ପହଞ୍ଚି ଥାନ୍ତି।

ମହାପ୍ରଭୁଙ୍କର ଉପବନ ଟି ସେତ

ଦିଅଁ ମାନଙ୍କୁତ କରିଥାନ୍ତି ସ୍ଵାଗତ।

ଧୂପ ନୈବେଦ୍ୟ ସେଠାରେ ହୁଏ ଅର୍ପଣ

ପଞ୍ଚ ଉପଚାରେ ହୁଏ ପାଦ ବନ୍ଦନ।

ଜଗନ୍ନାଥ ବଲ୍ଲଭ ରୁ ସବୁ ବିମାନ

ସ୍ବସ୍ଥାନକୁ କରିଥାନ୍ତି ଦିଅଁ ଗମନ ।

ପଥରେ ପନ୍ଥି ଭୋଗ ଲାଗି ହୁଅନ୍ତି

ଭୋଗ ଖାଇ ଦିଅଁ ମାନେ ଲେଉଟିଥାନ୍ତି।

ବରଷକେ ଥରେ ଏହି ମଙ୍ଗଳ ନୀତି

ପୁରୁଣା ଯୁଗର କଥା ବଖାଣିଥାନ୍ତି ।

ଦେବ ବିବାହ ର ଦିବ୍ୟ କଥା ମହାନ

ଶିବ ପୁରାଣ ରେ ହୋଇ ଅଛି ବର୍ଣ୍ଣନ ।


ତାରକାସୁର ନାମରେ ରାକ୍ଷସ ଥିଲା

ବ୍ରହ୍ମାବଳେ ବଳିୟାନ ସେ ହୋଇଥିଲା।

ବ୍ରହ୍ମାଙ୍କଠୁ ପାଇଥିଲା ଏମିତି ବର

ବର କରିଥିଲା ତାକୁ ସତେ ଅମର।

ଶିବ ପୁତ୍ର ହସ୍ତେ ତାର ହେବ ମରଣ

ଶିବ ସେତେବେଳେ ଥିଲେ ଏକାଙ୍ଗି ଜାଣ ।

ପତ୍ନୀ ଯେ ତାଙ୍କର ଦକ୍ଷ ଦୁହିତା ସତୀ

ଦକ୍ଷ ଯଜ୍ଞେ ଦେଇଥିଲେ ସେ ଆତ୍ମହୁତି ।

ପତ୍ନୀ ଙ୍କର ମୃତ୍ୟୁ ପରେ ଶିବ ଶଙ୍କର

ଘୋର ବନେ କରୁଥାନ୍ତି ତପସ୍ୟା ଘୋର ।

ସଂସାର ନାହିଁ ଯାହାର କାହୁଁବା ପୁତ୍ର

ଆସିବ ତାଙ୍କର ସେ ମାରିବ ଅସୁର ।

ତାରକାସୁର ଜାଣିଲା ଧରାରେ କେହି

ନାହାନ୍ତି ଆଉରେ ତାକୁ ମାରିବାପାଇଁ।

ଦେବତାଙ୍କୁ ଯୁଦ୍ଧେ ସିଏ କଲା ପରାସ୍ତ 

ସ୍ବର୍ଗ ରାଇଜରେ ଯାଇ କଲା ଉତ୍ପାତ ।

ହଜିଗଲା ଦେବତାଙ୍କ ଆଖିରୁ ନିଦ

ତା ଲାଗି ଅଥୟ ହେଲେ ବରୁଣ ଇନ୍ଦ୍ର।

ବିଷ୍ଣୁଙ୍କ ପାଖକୁ ସବୁ ଦେବତା ଗଲେ

ଉଦ୍ଧାର ପାଇଁ ସମସ୍ତେ ଆକୁଳ ହେଲେ ।


ଦେବତାଙ୍କ ଦୁଃଖ ଦେଖି ଶ୍ରୀ ନାରାୟଣ

ଉପାୟ ଚିନ୍ତା କରିଲେ ଧ୍ୟାନେ ବସିଣ ।

ଧ୍ୟାନ ବଳରେ ଜାଣିଲେ ପୁଣି ଯେ ସତୀ

ପାର୍ବତୀ ରୂପରେ ଜନ୍ମ ସେ ହୋଇଛନ୍ତି।

ଶିବଙ୍କୁ ପାଇବାପାଇଁ କରନ୍ତି ତପ

ବାଜୁନି ଶିବଙ୍କ କାନେ ତାଙ୍କରି ଡାକ ।

ଅପୂର୍ବ ସୁଯୋଗ ଏହା ବିଷ୍ଣୁ ମଣିଲେ

ଶିବ ତପ ଭାଙ୍ଗ ପାଇଁଁ ଉପାୟ କଲେ ।

କାମଦେବ ମଦନଙ୍କୁ ବିଷ୍ଣୁ ଡାକିଲେ

କାମ ଶର ମାରିବାକୁ ଆଦେଶ ଦେଲେ ।

କାମ କମାଣ ବାଜନ୍ତେ ଚନ୍ଦ୍ରଶେଖର

ଖୋଲିଲେ ସେ ତୃତୀୟ ନୟନ ତାଙ୍କର।

ଶିବଙ୍କ କ୍ରୋଧ ଶିକାର ମଦନ ହେଲେ 

ହେଲେ କାମ ନିଆଁ ମନେ ଜଳାଇ ଦେଲେ ।

ବିବାହ ପାଇଁ ଶଙ୍କର ରାଜି ହୋଇଲେ

ଦେବତା ମାନେ ସ୍ବର୍ଗ ରେ ଖୁସି ହୋଇଲେ ।

ଶିବଙ୍କ ନାମ ପାର୍ବତୀ ଘୋଷୁ ଯେ ଥିଲେ

ତପ ଭଙ୍ଗ ହେତୁ ଶିବ ଶୁଣିପାରିଲେ।

ପରୀକ୍ଷା କରିବାପାଇଁ ଦେବୀ ଙ୍କ ମନ

ଶିବ ଗଲେ ତାଙ୍କ ପାସେ ସାଜି ବ୍ରାହ୍ମଣ।


ବ୍ରାହ୍ମଣ ଙ୍କୁ ଦେଖି ତହିଁ ଦେବୀ ପାର୍ବତୀ

ସସମ୍ମାନେ ଢାଳିଲେ ପାଦରେ ପ୍ରଣତି ।

ପାର୍ବତୀ ଙ୍କୁ ଚାହିଁ ଛଦ୍ମବେଶୀ ବ୍ରାହ୍ମଣ

କହିଲେ କନ୍ୟା ତୁହି ଭାଗ୍ୟ ହୀନା ଜାଣ।

ଶିବକୁ ପାଇବାକୁ ତପସ୍ୟା କରୁଛୁ

ତାର ଭଲମନ୍ଦ କଥା ତୁ କ'ଣ ଜାଣିଛୁ?

ସ୍ମଶାନେ ରହେ ସେ ଭୂତ ପ୍ରେତ ମେଳରେ

ସାପମାନେ ଲମ୍ବିଥାନ୍ତି ତାର ଗଳାରେ।

ଦେହସାରା ପାଉଁଶ ବୋଳି ହୋଇଥାଏ

ଚର୍ମ ଏକ ଦେହରେ ଗୁଡା ହୋଇଥାଏ ।

ପ୍ରଚଣ୍ଡ ରାଗି ସିଏ ଯେବେ ରାଗିଯାଏ

ଜ୍ଞାନ ଶୂନ୍ୟ ହୋଇ ସେ ଧରାକୁ ଥରାଏ।

ଏମିତି ଲେକ ସାଥିରେ କହ କେମିତି

କରିବୁ ସଂସାର ତୁହି କୋମଳ ମତି ।

ଛଦ୍ମବେଶୀ ବ୍ରାହ୍ମଣ ର କଥା କୁ ଶୁଣି

ହସିଲେ ଦେବୀ ପାର୍ବତୀ ଉମା ଭବାନୀ।

କହିଲେ ବ୍ରାହ୍ମଣ ଆହେ ତୁମେ ଅଜ୍ଞାନ

ମହାତ୍ମା ଶଙ୍କର ଙ୍କୁ କର ହେୟ ଜ୍ଞାନ।

ସବୁରି ମୂଳେ ଯିଏ ଯେ ଆଦି ପୁରୁଷ 

ନିନ୍ଦିବାକୁ କେମିତି କରୁଛ ସାହସ ।


ଯାଅ ଗୋ ବ୍ରାହ୍ମଣ ଯାଅ ମୋ ଆଗୁ ଚାଲି

ଶିବ ନିନ୍ଦା ଅସହ୍ୟ ହେଲାଣି ମୋ ପାଇଁ।

ଛଦ୍ମବେଶୀ ବ୍ରାହ୍ମଣ ସେ ଶିବ ଶଙ୍କର

ଦେଖାଇଲେ ନିଜ ରୂପ ଏବେ ତାଙ୍କର।

କହିଲେ ଦେବୀ ପରୀକ୍ଷା ମୁଁ କରୁଥିଲି

ତୁମ ମନ କଥା ମୁଁ ଯେ ବୁଝି ପାରିଲି ।

ଶିବ ଶକ୍ତି ମିଳନ ନିଶ୍ଚୟ ହୋଇବ

ଅସୁର ନିଧନ ବାଟ ସୁଗମ ହେବ ।

ତହୁଁ ଆକାଶରୁ ପୁଷ୍ପ ବରଷା ହେଲା

ଦେବ ବିବାହ ଶୁଭ ନର୍ଘଣ୍ଟ ହେଲା ।

ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ସେ ପବିତ୍ର ଦିନ

ଭସା ମେଘ ଭାସୁଥାନ୍ତି ନୀଳ ଗଗନ ।

ଆସିବ ଆସିବ ବର୍ଷା ମାଟି ର ଆଶା

ଅଦିନିଆ ମେଘ ଲେଖେ ପ୍ରିତିର ଭାଷା।

ପ୍ରିତିର ଦୀପାଳୀ ଜାଳି ଦେବ ଦମ୍ପତି

ବିବାହ ବନ୍ଧନେ ଛନ୍ଦା ଶିବ ପାର୍ବତୀ।

ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ରେ ପାଣି ଗ୍ରହଣ

ଷଷ୍ଠୀ ରେ ଦେବ ଦମ୍ପତି ସ୍ବର୍ଗ ଭ୍ରମଣ।

ଘୋର ନିଦାଘେ ଶୀତଳ ପରଶ ମାଖି

କ୍ଷାତ ହେଲା ତିଥି ସେତ ଶୀତଳଷଷ୍ଠୀ।


ବ୍ରାହ୍ମଣ ଶାସନ ପୁରୀ ରେ ଯେତଛନ୍ତି

ସବୁ ଗ୍ରାମେ ବଡ଼ ପର୍ବ ଶୀତଳଷଷ୍ଠୀ।

ଗ୍ରାମ ଶିବ ମନ୍ଦିର ରେ ଦେବ ବିବାହ

ପ୍ରତି ପ୍ରାଣେ ଭରଇ ଆନନ୍ଦ ଉତ୍ସାହ।

ଉତ୍ସବ ମୁଖର ହୁଏ ସାରା ଶାସନ

ବରଯାତ୍ରୀ ଶୋଭାଯାତ୍ରା ପାଣି ଗ୍ରହଣ।

ବିବାହ ସରିଲେ ପୁଣି ଦେବ ଦମ୍ପତି

ଶୋଭା ଯାତ୍ରା କରି ସେତ ଗାଁଆ ବୁଲନ୍ତି।

ଦ୍ଵାରେ ଦ୍ବାରେ ବୁଲି ପନ୍ଥି ଭୋଗ ଖାଆନ୍ତି

ଭକ୍ତ ଙ୍କୁ ଦର୍ଶନ ଦେଇ ଧନ୍ୟ କରନ୍ତି।

ଭୁବନେଶ୍ୱର ପବିତ୍ର ଏକାମ୍ର କ୍ଷେତ୍ର

ବିଜେ ପ୍ରଭୁ ଲିଙ୍ଗରାଜ ଶିବ ଶଙ୍କର।

ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ରେ ଦେବ ଦେବଟି

କେଦାର ଗଉରୀ ମନ୍ଦିରକୁ ଆସନ୍ତି।

ଲିଙ୍ଗରାଜ ଦେବଙ୍କର ବିବାହ ନୀତି

ସେହିଠାରେ ସମାରୋହେ ହୋଇ ଥାଏଟି।

ଷଷ୍ଠୀ ରେ ଦେବ ଦମ୍ପତି ଶୋଭା ଯାତ୍ରା ରେ

ନଗର ପରିକ୍ରମା କରିଥାନ୍ତି ରାତିରେ।

ରଙ୍ଗମୟ ହୋଇଯାଏ ଏକାମ୍ର କ୍ଷେତ୍ର

ପ୍ରଭୁଙ୍କ ଦର୍ଶନେ ନେତ୍ର ହୁଏ ପବିତ୍ର।



ସମ୍ବଲପୁର ସହର ଶୀତଳଷଷ୍ଠୀ

ସାରା ଜଗତେ ରହିଛି ତାହାର କ୍ଷାତି।

ସହରରେ ଅଛି ଯେତେ ଶିବ ମନ୍ଦିର

ଦେବ ବିବାହ ପାଇଁ ଉତ୍ସବ ମୁଖର।

ନାଚ ଗୀତେ ମୁଖରିତ ହୁଏ ସହର

ନବ ରଙ୍ଗ ମୂରୁଛନା ଶୋଭା ସୁନ୍ଦର।

କାହିଁ କେତେ ବରଷର ଏ ପରମ୍ପରା

ସମ୍ପ୍ରିତି ର ରଙ୍ଗ ବୋଳେ ସହର ସାରା।

ସପ୍ତଦଶ ଶତାବ୍ଦୀ ର କଥା କାହାଣୀ

ବଳିଆର ସିଂହ ରାଜା ମଉଡ ମଣି ।

କରିବାକୁ ଦରଶନ ଶ୍ରୀଜଗନ୍ନାଥ

ଯାଇଥିଲେ ରାଜା ପୁରୀ ଶ୍ରୀକ୍ଷେତ୍ର ସେତ ।

ରାଜା ଯେବେ ସମ୍ବଲପୁରକୁ ଫେରିଲେ

ଶ୍ରୀକ୍ଷେତ୍ରୁ କିଛି ବ୍ରାହ୍ମଣ ସାଥେ ଆସିଲେ।

ବ୍ରାହ୍ମଣ ମାନେ ଥିଲେ ଶିବଙ୍କ ଭକତ

ଶୀତଳଷଷ୍ଠୀ ଯାତ କରୁଥିଲେ ସେତ।

ସମ୍ବଲପୁର କୁ ସେହି ବ୍ରାହ୍ମଣ ଆସି

ଏ ଯାତ୍ରା ଆରମ୍ଭ କଲେ ସେମାନେ ମିଶି ।

ଚାରି ଶହ ବର୍ଷରୁ ହେଲାଣି ଅଧିକ

ଶୀତଳଷଷ୍ଠୀ ଭରଇ ପ୍ରାଣେ ପୁଲକ ।


ସମ୍ବଲପୁର ସହର ଶୀତଳଷଷ୍ଠୀ

ମାସକ ଆଗରୁ ହୁଏ ଯାତ୍ରା ପ୍ରସ୍ତୁତି।

ଅକ୍ଷୟ ତୃତୀୟା ଦିନ ଥାଳ ପୂଜନ

ବର ପିତା କନ୍ୟା ପିତା ହୁଏ ଚୟନ ।

ଥାଳ ବସେ ଦାନ ସବୁ ଭକ୍ତ ଦିଅନ୍ତି

ପ୍ରଭୁଙ୍କ ଆଶିଷ ପାଇ ଧନ୍ଯ ହୁଅନ୍ତି।।

ଜ୍ୟେଷ୍ଠ ଶୁକ୍ଳ ତୃତୀୟା ପବିତ୍ର ଦିନ 

ପତର ପିଣ୍ଡି ହୋଇଥାଏ ସେହିଦିନ।

ସପ୍ତ ଋଷିଙ୍କୁ ବର ପିତା ସାଥେ ନେଇ

କନ୍ୟା ଘରକୁ ସେଦିନ ଥାଆନ୍ତି ଯାଇ।

ପେଣ୍ଡାଏ ସରଗି ପତ୍ର ଶାଢ଼ୀ ଶଙ୍ଖାଟି

ଫଳ ମୂଳ ମିଷ୍ଟାନ୍ନ ଭାର ନେଇଥାନ୍ତି।

ବାଜା ଘଣ୍ଟ ଘଣ୍ଟା ଶଙ୍ଖ ଉଛୁଳୁଥାଏ

ବର ଘରୁ ବିବାହ ର ପ୍ରସ୍ତାବ ଯାଏ।

ବର ଙ୍କ ଗୁଣ ଗାରିମା ପ୍ରସସ୍ତି ଗାନ

କନ୍ୟା ଘରେ ବର ପକ୍ଷ କରନ୍ତି ଜାଣ ।

କନ୍ୟା ଘର ଲୋକେ ମନ ଦେଇ ଶୁଣନ୍ତି

କନ୍ୟା ଦାନ ପାଇଁ ଆଲୋଚନା କରନ୍ତି।

ଆଲୋଚନା କରି ସେ ସମ୍ମତି ଜଣାନ୍ତି

ବର ପିତା ସରଗି ପତ୍ର ଦେଇଥାନ୍ତି। 

ବିବାହ ପାଇଁ ହୁଏ କଥା ନିଶ୍ଚିତ

ଲୋକାଚାର ମତେ ହୁଏ କାର୍ଯ୍ୟ ନିର୍ଘଣ୍ଟ।


ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀ ଦେବ ନିମନ୍ତ୍ରଣ

ଗୁଆଗୁଣ୍ଡା ପୂଜା ଅରଚନା ସେଦିନ।

ପ୍ରଭୁଙ୍କ ପକ୍ଷରୁ ଯେ ବୀର ହନୁମାନ

ବୁଲି ବୁଲି ବାଣ୍ଟନ୍ତି ଗୁଆ ନିମନ୍ତ୍ରଣ।

ସୁସଜ୍ଜିତ ମେଢ଼ ରେ ବିଜେ ହୁଅନ୍ତି

ପଟୁଆର କରି ସେ ସହର ବୁଲନ୍ତି।

ଗୁଆ ଆଉ ମିଷ୍ଟାନ୍ନ ଯେ ସଙ୍ଗେ ନିଅନ୍ତି 

ସବୁ ଦେବାଦବୀ ପୀଠେ ସେତ ଯାଆନ୍ତି ।

ମିଷ୍ଟାନ୍ନ ଭୋଗ ଲଗାଇ ଗୁଆ ଦିଅନ୍ତି 

ଉତ୍ସବେ ଦେବାକୁ ଯୋଗ ନିମନ୍ତ୍ରି ଥାନ୍ତି।

ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ଶୁଭ ପ୍ରଭାତ

ଗଣ୍ଠିଲି ଫିଟା ନୀତି ହୋଇ ଥାଏତ।

ପୂର୍ବ ବର୍ଷ ପିତାମାତା ସମ୍ପର୍କ ଖିଅ

ଗଣ୍ଠିଲି ରେ ବନ୍ଧା ସେହି ମମତା ମୋହ।

ଗଣ୍ଠିଲି କୁ କରାଯାଏ ପୂଜା ଅର୍ଚ୍ଚନା

ଧୂପ ଦୀପ ଭୋଗ ନୈବେଦ୍ୟ ବନ୍ଦାପନା।

ପୂଜା ପରେ ଗଣ୍ଠିଲି ଯେ ଖୋଲା ଯାଏଟି

ପୁରୁଣା ଦିନର ‌ଭାବ ତୁଟେ ସେଇଠି।

ନୂଆ ଭାବ ବନ୍ଧନର ମମତା ଡୋର

ପାର୍ବତୀ ଚଳନ୍ତି ନୂଆ ପିତା ଙ୍କ ଘର ।


ଶିବାଳୟେ ଆଶୁତୋଷ ସର୍ବ ଈଶାନ

ତୈଳ ଆଉ ଦୁଗ୍ଧ ରେ କରନ୍ତି ସ୍ନାହାନ।

ରଙ୍ଗ ବେରଙ୍ଗ ଫୁଲରେ ବେଶ ହୁଅନ୍ତି

ଚୁଆ ଚନ୍ଦନ ଦେହରେ ବୋଳା ଯାଆନ୍ତି।

ବେଶ ପରେ ହୁଅଇ ରୁଦ୍ର ଅଭିଷେକ

ଶିବ ପଞ୍ଚାକ୍ଷର ଜପ କରନ୍ତି ଭକ୍ତ।

ମଧ୍ୟ ରାତ୍ରୀରେ ଦିଅଁ ବାହାର ହୁଅନ୍ତି

ଘଣ୍ଟ ଘଣ୍ଟା ଭେରି ତୁରୀ ଉଛୁଳୁଥାନ୍ତି।

ପ୍ରଭୁଙ୍କୁ ହୋଇଥାଏ ଆଳତି ଅର୍ପଣ

ଭକତେ ହୁଅନ୍ତି ଧନ୍ୟ କରି ଦର୍ଶନ।

ସୁସଜ୍ଜିତ ବିମାନେ ସୁନ୍ଦର ପରଭା

ବିଜେ ଶିବ ଶମ୍ଭୁ ଅପୂର୍ବ ସେହି ଶୋଭା ।

ହନୁମାନ ଗୋପିନାଥ ନନ୍ଦୀ ଭୃକୁଟି

ପ୍ରଭୁଙ୍କର ପ୍ରିୟ ଜନ‌ ବରଯାତ୍ରୀ ଟି ।

ମନ୍ଦିରୁ ଦିଅଁ ଙ୍କ ଶୋଭାଯାତ୍ରା ବାହାରେ

କମ୍ପୁଥାଏ ଚଉଦିଗ ନାଚ ଗୀତରେ।

କନ୍ୟା ଗୃହେ ବର ଯେବେ ପହଞ୍ଚି ଥାନ୍ତି

କନ୍ୟା ଙ୍କ ପିତାମାତା ପାଛୋଟି ନିଅନ୍ତି।

ତାପରେ ଲୋକାଚାରରେ ପାଣି ଗ୍ରହଣ

ହାତଗଣ୍ଠି ବନ୍ଦାପନା ଭାବ ଅର୍ପଣ।


ବିଭାଘର ବାସୀ ସେତ ଶୀତଳଷଷ୍ଠୀ

ସୁସଜ୍ଜିତ ବିମାନରେ ଯୁଗଳ ମୂର୍ତ୍ତି।

ପିତ୍ରାଳୟୁ ବରକନ୍ଯା ବିଦା ହୁଅନ୍ତି

ପଟୁଆରେ ନଗର ଭ୍ରମଣ କରନ୍ତି।

ସାରା ସହର ହୁଏ ଉତ୍ସବ ମୁଖର

ନାଚୁଥାନ୍ତି ନର ନାରୀ ଦେବ କିନ୍ନର।

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ଗହଳି ହୁଏ

ପ୍ରଚଣ୍ଡ ରୌଦ୍ରତାପେ ଖାତର ନଥାଏ।

ଦେବ ଦମ୍ପତି ଙ୍କୁ କରିବାକୁ ଦର୍ଶନ

ଶିବ ଭକ୍ତ ମାନଙ୍କର ମନ ଉଚ୍ଛନ୍ନ।

ଚର୍ମ ନୟନରେ ଦେଖି ଯୁଗଳ ମୂର୍ତ୍ତି

ଭକ୍ତ ଜନମାନେ ସବୁ ଧନ୍ୟ ହୁଅନ୍ତି।

ଜାତି ଜାତି ବାଜା ଲୋକ ନୃତ୍ୟ ସଙ୍ଗୀତ

ଗଗନ ପବନ ହୁଅଇ ମୁଖରିତ।

ସଞ୍ଜ ନଇଁଗଲେ ଯାତ୍ରା ହୁଅଇ ଶେଷ

ଦିଅଁ କରିଥାନ୍ତି ଦେଉଳରେ ପ୍ରବେଶ।

ଶୀତଳଷଷ୍ଠୀ ପରବ ଶେଷ ହୁଅଇ

ଧନ୍ୟ ଧରା ପ୍ରଭୁଙ୍କର ଆଶିଷ ପାଇ।

ସେହି ଶିବ ଶମ୍ଭୁ ଙ୍କର ପାଦେ ପ୍ରଣତି

କ୍ଷମା ଦେବ ଦୋଶାଦୋଷ ପାର୍ବତୀ ପତି । 








ଶ୍ରୀକ୍ଷେତ୍ରେ ଶୀତଳଷଷ୍ଠୀ ( ଗାହାଣୀ)

ଦିଲ୍ଲୀପ କୁମାର ସାହୁ

୨୪.୦୫.୨୩

"""""""""""""""""""""""""""""""""""""""""""


" ଦେବ କିନ୍ନର ବେଦ ସାଗର

ଭୂଧରାଧର ଭୁସିତଂ

ଆଦି ଗୋଚର ଜାନକୀ ବର

ମନ୍ତ୍ର ସାଧନ ସାଧିତଂ

ତ୍ରାହିମାଂ ହର ତ୍ରାହିମାଂ ହର ଭାବିତଂ 

ହେ ଶିବାପତି ପାର୍ବତୀ ପତି

ତ୍ରାହିମାଂ ଭବ ସାଗରଂ "


ପବିତ୍ର ଶୀତଳଷଷ୍ଠୀ ଦେବ ବିବାହ

ପ୍ରକୃତି ପୁରୁଷ ଙ୍କ ଶୁଭ ପରିଣୟ ।

ତାରକାସୁର ତାଡନା କରୁଣ କଥା

ଅସହାୟ ଦେବତାଙ୍କ ଦାରୁଣ ବ୍ୟଥା।

ମଦନ କାମ କମାଣ ବିଷ୍ଣୁ ଙ୍କ ମାୟା

ପ୍ରଚଣ୍ଡ ନିଦାଘ କୋଳେ ଶୀତଳ ଛାୟା ।

ପୁରାଣ ପ୍ରସିଦ୍ଧ ସେହି ପୁରୁଣା ଦିନ

ଶ୍ରୀମନ୍ଦିରେ ମହାନନ୍ଦେ ହୁଏ ପାଳନ।

ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ରୁ ହୁଏ ଆରମ୍ଭ

ଶୀତଳଷଷ୍ଠୀ ର ସେହି ଶୁଭ ଉତ୍ସବ।

ପଞ୍ଚ ମହାଦେବଙ୍କର ଯାତ୍ରା ମୂରତି

ମନ୍ଦିର ଦକ୍ଷିଣ ଘରେ ପୂଜା ହୁଅନ୍ତି।

ଜମେଶ୍ୱର ଲୋକନାଥ ମାର୍କଣ୍ଡେଶ୍ଵର 

କପାଳ ମୋଚନ ନୀଳକଣ୍ଠ ଈଶ୍ୱର।

ବିଭାଘର ଦିନ ସେହି ଉତ୍ସବ ମୂର୍ତ୍ତି

ମନ୍ଦିର ମାନଙ୍କୁ ତାଙ୍କ ଯାତ୍ରା କରନ୍ତି।

ମାତା ପାର୍ବତୀ ଙ୍କ ସହ ପାଣି ଗ୍ରହଣ

ମହା ଆଡ଼ମ୍ବରେ ଯହିଁ ହୁଏ ସମ୍ପର୍ଣ୍ଣ।

ତାପର ଦିନ ପବିତ୍ର ଶୀତଳଷଷ୍ଠୀ

ପରିକ୍ରମା କରିଥାନ୍ତି ଦେବ ଦମ୍ପତି।


ଶ୍ରୀମନ୍ଦିରେ ମହାପ୍ରଭୁ ଶ୍ରୀଜଗନ୍ନାଥ

ନବ ଦମ୍ପତିଙ୍କୁ କରି ଥାନ୍ତି ସ୍ବାଗତ।

ସେମାନଙ୍କୁ ନିମନ୍ତ୍ରଣ ପ୍ରଭୁ କରନ୍ତି

ଶ୍ରୀମନ୍ଦିରେ ଆସିଥାନ୍ତି ଦେବ ଦମ୍ପତି।

ପାଲିଙ୍କି ରେ ଲୋକନାଥ ମାତା ପାର୍ବତୀ

ବାନାମ୍ବର ଦେଉଳକୁ ସେତ ଆସନ୍ତି।

ବଳିଆ ପଣ୍ଡା ସାହିରେ ସେହି ମନ୍ଦିର

ଲୋକନାଥ ଙ୍କ ଅଟଇ ସେ ମାମୁଁ ଘର ।

ପୂଜା ଅରଚନା ଦେବା ଦେବୀ ହୁଅନ୍ତି

ବୃଷଭ ଉପରେ ସେତ ବିଜେ ହୁଅନ୍ତି।

ଯମେଶ୍ବର ମହାଦେବ ତହିଁ ଆସନ୍ତି

ତାଙ୍କ ସହ ଲୋକନାଥ ଯାତ୍ରା କରନ୍ତି।

କପାଳ ମୋଚନ ଦେବ ମାର୍କଣ୍ଡେଶ୍ୱର

ନୀଳକଣ୍ଠ ପଥରେ ମିଶନ୍ତି ତାଙ୍କର।

ସନ୍ଧ୍ୟା ଧୂପ ଶେଷ ପରେ ଶ୍ରୀଜଗନ୍ନାଥ 

ଚାହିଁ ବସନ୍ତି ଶିବ ପାର୍ବତୀ ଙ୍କ ବାଟ ।

ପଞ୍ଚ ମହାଦେବ ଶୋଭା ଯାତ୍ରା କରନ୍ତି 

ଶ୍ରୀମନ୍ଦିର ନାଟ ମଣ୍ଡପେ ପହଞ୍ଚନ୍ତି ।

ହରିହର ଙ୍କର ସେହି ଅପୂର୍ବ ଭେଟ

ଧନ୍ୟ ହୋଇଥାଏ ଦେଖି ଏ ଚର୍ମ ନେତ୍ର।


ନାଟ ମଣ୍ଡପରେ ନବ ଦେବ ଦମ୍ପତି

ଧୂପ ଦୀପେ ଅରଚନା ପୂଜା ହୁଅନ୍ତି।

ପୂଜା ପଣ୍ଡା ପ୍ରଭୁଙ୍କ ଆଜ୍ଞାମାଳ ନେଇ

ପଞ୍ଚ ମହାଦେବଙ୍କୁ ଯେ ଥାଆନ୍ତି ଦେଇ ।

ଦିଅଁମାନେ ଆଜ୍ଞାମାଳ ହେଲେ ପ୍ରାପତ

ମହାଲକ୍ଷ୍ମୀଙ୍କ ମନ୍ଦିରେ ଯାଆନ୍ତି ସେତ।

ମନ୍ଦିର ଜଗମୋହନେ ପଞ୍ଚ ଦମ୍ପତି

ଭକତ ମାନଙ୍କୁ ଦରଶନ ଦିଅନ୍ତି।

ଏଣେ ଯେ ଦକ୍ଷିଣ ଘରୁ ଦୋଳଗୋବିନ୍ଦ

ଖଟ ଶେଯ ଘରେ ପ୍ରଭୁ ରଖନ୍ତି ପାଦ ।

ଫୁଲ ତୁଳସୀ ଚନ୍ଦନେ ବେଶ ହୁଅନ୍ତି

ପ୍ରଭୁଙ୍କର ଆଜ୍ଞାମାଳ ଘେନା କରନ୍ତି ।

ମହାଜନ ଗୋବିନ୍ଦଙ୍କୁ ହସ୍ତରେ ନେଇ 

ଲକ୍ଷ୍ମୀ ଙ୍କ ଜଗମୋହନେ ବସାନ୍ତି ଯାଇ ।

ଦେବ ଦମ୍ପତି ଙ୍କ ସାଥେ ଦୋଳ ଗୋବିନ୍ଦ

ଲକ୍ଷ୍ମୀ ଙ୍କ ମନ୍ଦିରେ ହୋଇଥାନ୍ତି ପୂଜିତ ।

ପଞ୍ଚୋପଚାରେ ଶୀତଳ ପଣା ଅର୍ପଣ

ଦିଅଁ ମାନଙ୍କୁ ତ ଲାଗି ହୁଅଇ ଜାଣ ।

ତାପରେ ଦୋଳଗୋବିନ୍ଦ ଫେରି ଆସନ୍ତି

ସେ ଫେରିଲେ ମହାପ୍ରଭୁ ପହୁଡିଥାନ୍ତି।


ଲକ୍ଷ୍ମୀ ଙ୍କ ଜଗମୋହନେ ଦେବ ଦମ୍ପତି

ଗହଳୀ ଲଗାଇ ଭକ୍ତ ଦିଅଁ ଦେଖନ୍ତି।

ପଞ୍ଚ ମହାଦେବ ଙ୍କୁ ତ ଗୋଟିଏ ସ୍ଥାନେ

ଦରଶନ କରି ଧନ୍ୟ ଭକତମାନେ।

ତହୁଁ ଦିଅଁ ଯାଇଥାନ୍ତି ରାଜ ନଅର

ଧୂପ ଦୀପ ପଣା ରେ ହୁଏ ଉପଚାର।

ନଅର ରୁ ଦିଅଁମାନେ ଯାତ୍ରା କରନ୍ତି 

ଜଗନ୍ନାଥ ବଲ୍ଲଭ ରେ ପହଞ୍ଚି ଥାନ୍ତି।

ମହାପ୍ରଭୁଙ୍କର ଉପବନ ଟି ସେତ

ଦିଅଁ ମାନଙ୍କୁତ କରିଥାନ୍ତି ସ୍ଵାଗତ।

ଧୂପ ନୈବେଦ୍ୟ ସେଠାରେ ହୁଏ ଅର୍ପଣ

ପଞ୍ଚ ଉପଚାରେ ହୁଏ ପାଦ ବନ୍ଦନ।

ଜଗନ୍ନାଥ ବଲ୍ଲଭ ରୁ ସବୁ ବିମାନ

ସ୍ବସ୍ଥାନକୁ କରିଥାନ୍ତି ଦିଅଁ ଗମନ ।

ପଥରେ ପନ୍ଥି ଭୋଗ ଲାଗି ହୁଅନ୍ତି

ଭୋଗ ଖାଇ ଦିଅଁ ମାନେ ଲେଉଟିଥାନ୍ତି।

ବରଷକେ ଥରେ ଏହି ମଙ୍ଗଳ ନୀତି

ପୁରୁଣା ଯୁଗର କଥା ବଖାଣିଥାନ୍ତି ।

ଦେବ ବିବାହ ର ଦିବ୍ୟ କଥା ମହାନ

ଶିବ ପୁରାଣ ରେ ହୋଇ ଅଛି ବର୍ଣ୍ଣନ ।


ତାରକାସୁର ନାମରେ ରାକ୍ଷସ ଥିଲା

ବ୍ରହ୍ମାବଳେ ବଳିୟାନ ସେ ହୋଇଥିଲା।

ବ୍ରହ୍ମାଙ୍କଠୁ ପାଇଥିଲା ଏମିତି ବର

ବର କରିଥିଲା ତାକୁ ସତେ ଅମର।

ଶିବ ପୁତ୍ର ହସ୍ତେ ତାର ହେବ ମରଣ

ଶିବ ସେତେବେଳେ ଥିଲେ ଏକାଙ୍ଗି ଜାଣ ।

ପତ୍ନୀ ଯେ ତାଙ୍କର ଦକ୍ଷ ଦୁହିତା ସତୀ

ଦକ୍ଷ ଯଜ୍ଞେ ଦେଇଥିଲେ ସେ ଆତ୍ମହୁତି ।

ପତ୍ନୀ ଙ୍କର ମୃତ୍ୟୁ ପରେ ଶିବ ଶଙ୍କର

ଘୋର ବନେ କରୁଥାନ୍ତି ତପସ୍ୟା ଘୋର ।

ସଂସାର ନାହିଁ ଯାହାର କାହୁଁବା ପୁତ୍ର

ଆସିବ ତାଙ୍କର ସେ ମାରିବ ଅସୁର ।

ତାରକାସୁର ଜାଣିଲା ଧରାରେ କେହି

ନାହାନ୍ତି ଆଉରେ ତାକୁ ମାରିବାପାଇଁ।

ଦେବତାଙ୍କୁ ଯୁଦ୍ଧେ ସିଏ କଲା ପରାସ୍ତ 

ସ୍ବର୍ଗ ରାଇଜରେ ଯାଇ କଲା ଉତ୍ପାତ ।

ହଜିଗଲା ଦେବତାଙ୍କ ଆଖିରୁ ନିଦ

ତା ଲାଗି ଅଥୟ ହେଲେ ବରୁଣ ଇନ୍ଦ୍ର।

ବିଷ୍ଣୁଙ୍କ ପାଖକୁ ସବୁ ଦେବତା ଗଲେ

ଉଦ୍ଧାର ପାଇଁ ସମସ୍ତେ ଆକୁଳ ହେଲେ ।


ଦେବତାଙ୍କ ଦୁଃଖ ଦେଖି ଶ୍ରୀ ନାରାୟଣ

ଉପାୟ ଚିନ୍ତା କରିଲେ ଧ୍ୟାନେ ବସିଣ ।

ଧ୍ୟାନ ବଳରେ ଜାଣିଲେ ପୁଣି ଯେ ସତୀ

ପାର୍ବତୀ ରୂପରେ ଜନ୍ମ ସେ ହୋଇଛନ୍ତି।

ଶିବଙ୍କୁ ପାଇବାପାଇଁ କରନ୍ତି ତପ

ବାଜୁନି ଶିବଙ୍କ କାନେ ତାଙ୍କରି ଡାକ ।

ଅପୂର୍ବ ସୁଯୋଗ ଏହା ବିଷ୍ଣୁ ମଣିଲେ

ଶିବ ତପ ଭାଙ୍ଗ ପାଇଁଁ ଉପାୟ କଲେ ।

କାମଦେବ ମଦନଙ୍କୁ ବିଷ୍ଣୁ ଡାକିଲେ

କାମ ଶର ମାରିବାକୁ ଆଦେଶ ଦେଲେ ।

କାମ କମାଣ ବାଜନ୍ତେ ଚନ୍ଦ୍ରଶେଖର

ଖୋଲିଲେ ସେ ତୃତୀୟ ନୟନ ତାଙ୍କର।

ଶିବଙ୍କ କ୍ରୋଧ ଶିକାର ମଦନ ହେଲେ 

ହେଲେ କାମ ନିଆଁ ମନେ ଜଳାଇ ଦେଲେ ।

ବିବାହ ପାଇଁ ଶଙ୍କର ରାଜି ହୋଇଲେ

ଦେବତା ମାନେ ସ୍ବର୍ଗ ରେ ଖୁସି ହୋଇଲେ ।

ଶିବଙ୍କ ନାମ ପାର୍ବତୀ ଘୋଷୁ ଯେ ଥିଲେ

ତପ ଭଙ୍ଗ ହେତୁ ଶିବ ଶୁଣିପାରିଲେ।

ପରୀକ୍ଷା କରିବାପାଇଁ ଦେବୀ ଙ୍କ ମନ

ଶିବ ଗଲେ ତାଙ୍କ ପାସେ ସାଜି ବ୍ରାହ୍ମଣ।


ବ୍ରାହ୍ମଣ ଙ୍କୁ ଦେଖି ତହିଁ ଦେବୀ ପାର୍ବତୀ

ସସମ୍ମାନେ ଢାଳିଲେ ପାଦରେ ପ୍ରଣତି ।

ପାର୍ବତୀ ଙ୍କୁ ଚାହିଁ ଛଦ୍ମବେଶୀ ବ୍ରାହ୍ମଣ

କହିଲେ କନ୍ୟା ତୁହି ଭାଗ୍ୟ ହୀନା ଜାଣ।

ଶିବକୁ ପାଇବାକୁ ତପସ୍ୟା କରୁଛୁ

ତାର ଭଲମନ୍ଦ କଥା ତୁ କ'ଣ ଜାଣିଛୁ?

ସ୍ମଶାନେ ରହେ ସେ ଭୂତ ପ୍ରେତ ମେଳରେ

ସାପମାନେ ଲମ୍ବିଥାନ୍ତି ତାର ଗଳାରେ।

ଦେହସାରା ପାଉଁଶ ବୋଳି ହୋଇଥାଏ

ଚର୍ମ ଏକ ଦେହରେ ଗୁଡା ହୋଇଥାଏ ।

ପ୍ରଚଣ୍ଡ ରାଗି ସିଏ ଯେବେ ରାଗିଯାଏ

ଜ୍ଞାନ ଶୂନ୍ୟ ହୋଇ ସେ ଧରାକୁ ଥରାଏ।

ଏମିତି ଲେକ ସାଥିରେ କହ କେମିତି

କରିବୁ ସଂସାର ତୁହି କୋମଳ ମତି ।

ଛଦ୍ମବେଶୀ ବ୍ରାହ୍ମଣ ର କଥା କୁ ଶୁଣି

ହସିଲେ ଦେବୀ ପାର୍ବତୀ ଉମା ଭବାନୀ।

କହିଲେ ବ୍ରାହ୍ମଣ ଆହେ ତୁମେ ଅଜ୍ଞାନ

ମହାତ୍ମା ଶଙ୍କର ଙ୍କୁ କର ହେୟ ଜ୍ଞାନ।

ସବୁରି ମୂଳେ ଯିଏ ଯେ ଆଦି ପୁରୁଷ 

ନିନ୍ଦିବାକୁ କେମିତି କରୁଛ ସାହସ ।


ଯାଅ ଗୋ ବ୍ରାହ୍ମଣ ଯାଅ ମୋ ଆଗୁ ଚାଲି

ଶିବ ନିନ୍ଦା ଅସହ୍ୟ ହେଲାଣି ମୋ ପାଇଁ।

ଛଦ୍ମବେଶୀ ବ୍ରାହ୍ମଣ ସେ ଶିବ ଶଙ୍କର

ଦେଖାଇଲେ ନିଜ ରୂପ ଏବେ ତାଙ୍କର।

କହିଲେ ଦେବୀ ପରୀକ୍ଷା ମୁଁ କରୁଥିଲି

ତୁମ ମନ କଥା ମୁଁ ଯେ ବୁଝି ପାରିଲି ।

ଶିବ ଶକ୍ତି ମିଳନ ନିଶ୍ଚୟ ହୋଇବ

ଅସୁର ନିଧନ ବାଟ ସୁଗମ ହେବ ।

ତହୁଁ ଆକାଶରୁ ପୁଷ୍ପ ବରଷା ହେଲା

ଦେବ ବିବାହ ଶୁଭ ନର୍ଘଣ୍ଟ ହେଲା ।

ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ସେ ପବିତ୍ର ଦିନ

ଭସା ମେଘ ଭାସୁଥାନ୍ତି ନୀଳ ଗଗନ ।

ଆସିବ ଆସିବ ବର୍ଷା ମାଟି ର ଆଶା

ଅଦିନିଆ ମେଘ ଲେଖେ ପ୍ରିତିର ଭାଷା।

ପ୍ରିତିର ଦୀପାଳୀ ଜାଳି ଦେବ ଦମ୍ପତି

ବିବାହ ବନ୍ଧନେ ଛନ୍ଦା ଶିବ ପାର୍ବତୀ।

ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ରେ ପାଣି ଗ୍ରହଣ

ଷଷ୍ଠୀ ରେ ଦେବ ଦମ୍ପତି ସ୍ବର୍ଗ ଭ୍ରମଣ।

ଘୋର ନିଦାଘେ ଶୀତଳ ପରଶ ମାଖି

କ୍ଷାତ ହେଲା ତିଥି ସେତ ଶୀତଳଷଷ୍ଠୀ।


ବ୍ରାହ୍ମଣ ଶାସନ ପୁରୀ ରେ ଯେତଛନ୍ତି

ସବୁ ଗ୍ରାମେ ବଡ଼ ପର୍ବ ଶୀତଳଷଷ୍ଠୀ।

ଗ୍ରାମ ଶିବ ମନ୍ଦିର ରେ ଦେବ ବିବାହ

ପ୍ରତି ପ୍ରାଣେ ଭରଇ ଆନନ୍ଦ ଉତ୍ସାହ।

ଉତ୍ସବ ମୁଖର ହୁଏ ସାରା ଶାସନ

ବରଯାତ୍ରୀ ଶୋଭାଯାତ୍ରା ପାଣି ଗ୍ରହଣ।

ବିବାହ ସରିଲେ ପୁଣି ଦେବ ଦମ୍ପତି

ଶୋଭା ଯାତ୍ରା କରି ସେତ ଗାଁଆ ବୁଲନ୍ତି।

ଦ୍ଵାରେ ଦ୍ବାରେ ବୁଲି ପନ୍ଥି ଭୋଗ ଖାଆନ୍ତି

ଭକ୍ତ ଙ୍କୁ ଦର୍ଶନ ଦେଇ ଧନ୍ୟ କରନ୍ତି।

ଭୁବନେଶ୍ୱର ପବିତ୍ର ଏକାମ୍ର କ୍ଷେତ୍ର

ବିଜେ ପ୍ରଭୁ ଲିଙ୍ଗରାଜ ଶିବ ଶଙ୍କର।

ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ରେ ଦେବ ଦେବଟି

କେଦାର ଗଉରୀ ମନ୍ଦିରକୁ ଆସନ୍ତି।

ଲିଙ୍ଗରାଜ ଦେବଙ୍କର ବିବାହ ନୀତି

ସେହିଠାରେ ସମାରୋହେ ହୋଇ ଥାଏଟି।

ଷଷ୍ଠୀ ରେ ଦେବ ଦମ୍ପତି ଶୋଭା ଯାତ୍ରା ରେ

ନଗର ପରିକ୍ରମା କରିଥାନ୍ତି ରାତିରେ।

ରଙ୍ଗମୟ ହୋଇଯାଏ ଏକାମ୍ର କ୍ଷେତ୍ର

ପ୍ରଭୁଙ୍କ ଦର୍ଶନେ ନେତ୍ର ହୁଏ ପବିତ୍ର।



ସମ୍ବଲପୁର ସହର ଶୀତଳଷଷ୍ଠୀ

ସାରା ଜଗତେ ରହିଛି ତାହାର କ୍ଷାତି।

ସହରରେ ଅଛି ଯେତେ ଶିବ ମନ୍ଦିର

ଦେବ ବିବାହ ପାଇଁ ଉତ୍ସବ ମୁଖର।

ନାଚ ଗୀତେ ମୁଖରିତ ହୁଏ ସହର

ନବ ରଙ୍ଗ ମୂରୁଛନା ଶୋଭା ସୁନ୍ଦର।

କାହିଁ କେତେ ବରଷର ଏ ପରମ୍ପରା

ସମ୍ପ୍ରିତି ର ରଙ୍ଗ ବୋଳେ ସହର ସାରା।

ସପ୍ତଦଶ ଶତାବ୍ଦୀ ର କଥା କାହାଣୀ

ବଳିଆର ସିଂହ ରାଜା ମଉଡ ମଣି ।

କରିବାକୁ ଦରଶନ ଶ୍ରୀଜଗନ୍ନାଥ

ଯାଇଥିଲେ ରାଜା ପୁରୀ ଶ୍ରୀକ୍ଷେତ୍ର ସେତ ।

ରାଜା ଯେବେ ସମ୍ବଲପୁରକୁ ଫେରିଲେ

ଶ୍ରୀକ୍ଷେତ୍ରୁ କିଛି ବ୍ରାହ୍ମଣ ସାଥେ ଆସିଲେ।

ବ୍ରାହ୍ମଣ ମାନେ ଥିଲେ ଶିବଙ୍କ ଭକତ

ଶୀତଳଷଷ୍ଠୀ ଯାତ କରୁଥିଲେ ସେତ।

ସମ୍ବଲପୁର କୁ ସେହି ବ୍ରାହ୍ମଣ ଆସି

ଏ ଯାତ୍ରା ଆରମ୍ଭ କଲେ ସେମାନେ ମିଶି ।

ଚାରି ଶହ ବର୍ଷରୁ ହେଲାଣି ଅଧିକ

ଶୀତଳଷଷ୍ଠୀ ଭରଇ ପ୍ରାଣେ ପୁଲକ ।


ସମ୍ବଲପୁର ସହର ଶୀତଳଷଷ୍ଠୀ

ମାସକ ଆଗରୁ ହୁଏ ଯାତ୍ରା ପ୍ରସ୍ତୁତି।

ଅକ୍ଷୟ ତୃତୀୟା ଦିନ ଥାଳ ପୂଜନ

ବର ପିତା କନ୍ୟା ପିତା ହୁଏ ଚୟନ ।

ଥାଳ ବସେ ଦାନ ସବୁ ଭକ୍ତ ଦିଅନ୍ତି

ପ୍ରଭୁଙ୍କ ଆଶିଷ ପାଇ ଧନ୍ଯ ହୁଅନ୍ତି।।

ଜ୍ୟେଷ୍ଠ ଶୁକ୍ଳ ତୃତୀୟା ପବିତ୍ର ଦିନ 

ପତର ପିଣ୍ଡି ହୋଇଥାଏ ସେହିଦିନ।

ସପ୍ତ ଋଷିଙ୍କୁ ବର ପିତା ସାଥେ ନେଇ

କନ୍ୟା ଘରକୁ ସେଦିନ ଥାଆନ୍ତି ଯାଇ।

ପେଣ୍ଡାଏ ସରଗି ପତ୍ର ଶାଢ଼ୀ ଶଙ୍ଖାଟି

ଫଳ ମୂଳ ମିଷ୍ଟାନ୍ନ ଭାର ନେଇଥାନ୍ତି।

ବାଜା ଘଣ୍ଟ ଘଣ୍ଟା ଶଙ୍ଖ ଉଛୁଳୁଥାଏ

ବର ଘରୁ ବିବାହ ର ପ୍ରସ୍ତାବ ଯାଏ।

ବର ଙ୍କ ଗୁଣ ଗାରିମା ପ୍ରସସ୍ତି ଗାନ

କନ୍ୟା ଘରେ ବର ପକ୍ଷ କରନ୍ତି ଜାଣ ।

କନ୍ୟା ଘର ଲୋକେ ମନ ଦେଇ ଶୁଣନ୍ତି

କନ୍ୟା ଦାନ ପାଇଁ ଆଲୋଚନା କରନ୍ତି।

ଆଲୋଚନା କରି ସେ ସମ୍ମତି ଜଣାନ୍ତି

ବର ପିତା ସରଗି ପତ୍ର ଦେଇଥାନ୍ତି। 

ବିବାହ ପାଇଁ ହୁଏ କଥା ନିଶ୍ଚିତ

ଲୋକାଚାର ମତେ ହୁଏ କାର୍ଯ୍ୟ ନିର୍ଘଣ୍ଟ।


ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀ ଦେବ ନିମନ୍ତ୍ରଣ

ଗୁଆଗୁଣ୍ଡା ପୂଜା ଅରଚନା ସେଦିନ।

ପ୍ରଭୁଙ୍କ ପକ୍ଷରୁ ଯେ ବୀର ହନୁମାନ

ବୁଲି ବୁଲି ବାଣ୍ଟନ୍ତି ଗୁଆ ନିମନ୍ତ୍ରଣ।

ସୁସଜ୍ଜିତ ମେଢ଼ ରେ ବିଜେ ହୁଅନ୍ତି

ପଟୁଆର କରି ସେ ସହର ବୁଲନ୍ତି।

ଗୁଆ ଆଉ ମିଷ୍ଟାନ୍ନ ଯେ ସଙ୍ଗେ ନିଅନ୍ତି 

ସବୁ ଦେବାଦବୀ ପୀଠେ ସେତ ଯାଆନ୍ତି ।

ମିଷ୍ଟାନ୍ନ ଭୋଗ ଲଗାଇ ଗୁଆ ଦିଅନ୍ତି 

ଉତ୍ସବେ ଦେବାକୁ ଯୋଗ ନିମନ୍ତ୍ରି ଥାନ୍ତି।

ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ଶୁଭ ପ୍ରଭାତ

ଗଣ୍ଠିଲି ଫିଟା ନୀତି ହୋଇ ଥାଏତ।

ପୂର୍ବ ବର୍ଷ ପିତାମାତା ସମ୍ପର୍କ ଖିଅ

ଗଣ୍ଠିଲି ରେ ବନ୍ଧା ସେହି ମମତା ମୋହ।

ଗଣ୍ଠିଲି କୁ କରାଯାଏ ପୂଜା ଅର୍ଚ୍ଚନା

ଧୂପ ଦୀପ ଭୋଗ ନୈବେଦ୍ୟ ବନ୍ଦାପନା।

ପୂଜା ପରେ ଗଣ୍ଠିଲି ଯେ ଖୋଲା ଯାଏଟି

ପୁରୁଣା ଦିନର ‌ଭାବ ତୁଟେ ସେଇଠି।

ନୂଆ ଭାବ ବନ୍ଧନର ମମତା ଡୋର

ପାର୍ବତୀ ଚଳନ୍ତି ନୂଆ ପିତା ଙ୍କ ଘର ।


ଶିବାଳୟେ ଆଶୁତୋଷ ସର୍ବ ଈଶାନ

ତୈଳ ଆଉ ଦୁଗ୍ଧ ରେ କରନ୍ତି ସ୍ନାହାନ।

ରଙ୍ଗ ବେରଙ୍ଗ ଫୁଲରେ ବେଶ ହୁଅନ୍ତି

ଚୁଆ ଚନ୍ଦନ ଦେହରେ ବୋଳା ଯାଆନ୍ତି।

ବେଶ ପରେ ହୁଅଇ ରୁଦ୍ର ଅଭିଷେକ

ଶିବ ପଞ୍ଚାକ୍ଷର ଜପ କରନ୍ତି ଭକ୍ତ।

ମଧ୍ୟ ରାତ୍ରୀରେ ଦିଅଁ ବାହାର ହୁଅନ୍ତି

ଘଣ୍ଟ ଘଣ୍ଟା ଭେରି ତୁରୀ ଉଛୁଳୁଥାନ୍ତି।

ପ୍ରଭୁଙ୍କୁ ହୋଇଥାଏ ଆଳତି ଅର୍ପଣ

ଭକତେ ହୁଅନ୍ତି ଧନ୍ୟ କରି ଦର୍ଶନ।

ସୁସଜ୍ଜିତ ବିମାନେ ସୁନ୍ଦର ପରଭା

ବିଜେ ଶିବ ଶମ୍ଭୁ ଅପୂର୍ବ ସେହି ଶୋଭା ।

ହନୁମାନ ଗୋପିନାଥ ନନ୍ଦୀ ଭୃକୁଟି

ପ୍ରଭୁଙ୍କର ପ୍ରିୟ ଜନ‌ ବରଯାତ୍ରୀ ଟି ।

ମନ୍ଦିରୁ ଦିଅଁ ଙ୍କ ଶୋଭାଯାତ୍ରା ବାହାରେ

କମ୍ପୁଥାଏ ଚଉଦିଗ ନାଚ ଗୀତରେ।

କନ୍ୟା ଗୃହେ ବର ଯେବେ ପହଞ୍ଚି ଥାନ୍ତି

କନ୍ୟା ଙ୍କ ପିତାମାତା ପାଛୋଟି ନିଅନ୍ତି।

ତାପରେ ଲୋକାଚାରରେ ପାଣି ଗ୍ରହଣ

ହାତଗଣ୍ଠି ବନ୍ଦାପନା ଭାବ ଅର୍ପଣ।


ବିଭାଘର ବାସୀ ସେତ ଶୀତଳଷଷ୍ଠୀ

ସୁସଜ୍ଜିତ ବିମାନରେ ଯୁଗଳ ମୂର୍ତ୍ତି।

ପିତ୍ରାଳୟୁ ବରକନ୍ଯା ବିଦା ହୁଅନ୍ତି

ପଟୁଆରେ ନଗର ଭ୍ରମଣ କରନ୍ତି।

ସାରା ସହର ହୁଏ ଉତ୍ସବ ମୁଖର

ନାଚୁଥାନ୍ତି ନର ନାରୀ ଦେବ କିନ୍ନର।

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ଗହଳି ହୁଏ

ପ୍ରଚଣ୍ଡ ରୌଦ୍ରତାପେ ଖାତର ନଥାଏ।

ଦେବ ଦମ୍ପତି ଙ୍କୁ କରିବାକୁ ଦର୍ଶନ

ଶିବ ଭକ୍ତ ମାନଙ୍କର ମନ ଉଚ୍ଛନ୍ନ।

ଚର୍ମ ନୟନରେ ଦେଖି ଯୁଗଳ ମୂର୍ତ୍ତି

ଭକ୍ତ ଜନମାନେ ସବୁ ଧନ୍ୟ ହୁଅନ୍ତି।

ଜାତି ଜାତି ବାଜା ଲୋକ ନୃତ୍ୟ ସଙ୍ଗୀତ

ଗଗନ ପବନ ହୁଅଇ ମୁଖରିତ।

ସଞ୍ଜ ନଇଁଗଲେ ଯାତ୍ରା ହୁଅଇ ଶେଷ

ଦିଅଁ କରିଥାନ୍ତି ଦେଉଳରେ ପ୍ରବେଶ।

ଶୀତଳଷଷ୍ଠୀ ପରବ ଶେଷ ହୁଅଇ

ଧନ୍ୟ ଧରା ପ୍ରଭୁଙ୍କର ଆଶିଷ ପାଇ।

ସେହି ଶିବ ଶମ୍ଭୁ ଙ୍କର ପାଦେ ପ୍ରଣତି

କ୍ଷମା ଦେବ ଦୋଶାଦୋଷ ପାର୍ବତୀ ପତି । 








































































































Rate this content
Log in

Similar oriya poem from Classics