Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Others

3  

Debabrata Mishra

Others

ଶ୍ରୀକୃଷ୍ଣଙ୍କ ହସ

ଶ୍ରୀକୃଷ୍ଣଙ୍କ ହସ

1 min
140


ହେ ବଂଶୀଧର  

ତୁମ ମନ ମତାଣିଆ ହସରେ ଭରିଛି

ଅୟୁତ ଅୟୁତ ଅବୁଝା ଲୁହ

ତୁମ କୁହୁକ କଥାରେ ରହିଛି ହେ କାହ୍ନା

କୋଟିକୋଟି ଗୋପନର କୋହ  


ହେ ପରମାନନ୍ଦ  

କେତେ କଳଙ୍କକୁ ଆଦରିଛ

କେତେ ଗାଳି ଅପମାନର ପିଇଛ ଗରଳ

କାନ୍ଦୁଥିବା ମନକୁ ହସାଇଛ

ନିଜେ କାନ୍ଦି କାନ୍ଦି କଳାକାହ୍ନୁ ଦିଶେ ସରଳ  


ହେ ରାଧାଈଶ  

ତୁମ ନାଲି ଟହଟହ ହସର ପଛରେ

ରହିଛି କେତେ ଅସହ୍ୟ ଅବ୍ୟକ୍ତ ଯନ୍ତ୍ରଣା

କେତେ ମାଡ଼ ଖାଇଛ ହେ କାହ୍ନା

କେବେ ମାଗିନ ତ ଟିକିଏ ପାଉଣା  


ହେ ଦେବକୀନନ୍ଦନ  

ତୁମ ମନର ବେଦନା କେହି ବୁଝିଲେନି

ତୁମେ ନୁହେଁ କପଟିଆ ଲମ୍ପଟିଆ 

ନିଜକୁ ଜାଳିଛ ଓଠରେ ଅପୂର୍ବ ହସ ରଖି

ତୁମକୁ ବୁଝିବେନି କେହି ହେ ମୟୁରଚୂଳୀଆ। 



Rate this content
Log in