ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ଭାଦ୍ରପଦ କୃଷ୍ଣ ଅଷ୍ଟମୀ, ତିଥି ଅତି ମହାନ,
ମହାଯୋଗେଶ୍ୱର କୃଷ୍ଣଙ୍କ ପୁଣ୍ୟ ଜନମ ଦିନ।
ଦେବକୀ ମାତାଙ୍କ ଉଦରେ,କଂସ ବନ୍ଦୀଶାଳାରେ
ଧରାବତରଣ କରିଲେ, ମାହେନ୍ଦର ବେଳାରେ।
ପିତା ବସୁଦେବ ଦେବକୀ ମାତା ଯାତନା କାଳେ
ଅଷ୍ଟମ ଗର୍ଭରେ ଅଷ୍ଟମୀ ଦିନ ଅଇଲେ କୋଳେ।
ଶୋକେ ବସୁଦେବ ଦେବକୀ,ଭୟେ କରି କ୍ରନ୍ଦନ
ଆତୁରେ କରିଲେ ବିନତି, ରଖ ହେ ନାରାୟଣ।
ସାତ ପୁତ୍ର ଆମ ନାଶିଲା,ଦର୍ପଣ ଶିଳାପର
ଘୋର ସଂକଟରୁ ଉଦ୍ଧର,ପ୍ରଭୁ ହେ ଚକ୍ରଧର।
ଶୂନ୍ୟରୁ ଶୁଭିଲା ଶବଦ, ଶୁଣ ପିଅର ମାତ
ଏହି କ୍ଷଣି ପୁତ୍ର ରୂପରେ, ମୁହିଁ ହେବି ସମ୍ଭୂତ।
ଦୁଷ୍ଟ କଂସାସୁର ନାଶିବି ମନେ ନକର ଚିନ୍ତା ,
ସକଳ ଖଳ ଗଣ ନାଶି, କଷ୍ଟ ହରିବି ପିତା ।8
ଜନମପରେ ମୋତେନେଇ,ଯିବଗୋପ ନଗର
ଅତି ଯତନରେ ରଖିବ,ମାତା ଯଶୋଦା କୋଳ।
ଯୋଗମାୟା ଜନମି ଥିବେ,ନନ୍ଦ ଯଶୋଦା ଘରେ
ଆଣିବ ତାହାଙ୍କୁ ବହନ ମନ ଆନନ୍ଦଭରେ।
ଭାଦ୍ରବ କୃଷ୍ଣ ଅଷ୍ଟମୀର ଅର୍ଦ୍ଧ ନିଶା କାଳରେ
>ସକଳ ଶୁଭ ଗ୍ରହଗଣ,ଥିଲେ ଅତି ଉଚ୍ଚରେ।
ରୋହିଣୀ ନକ୍ଷତ୍ର ସଙ୍ଗତେ, ବୃଷ ରାଶି ଉତ୍ତମ,
ମାମୁ ବନ୍ଦିଶାଳେ ଦେବକୀ ଗର୍ଭୁ ହେଲେ ଜନମ।
କଟିତଟେ ପୀତ ଦୁକୁଳ, ନୀଳ ଜୀମୂତ କାନ୍ତି,
କୋଟୀକାମ ଜିଣିଶରୀର ଝଲସେ ଦିବ୍ୟଜ୍ୟୋତି।
ରୁଣୁ ଝୁଣୁ ବାଜେ ନୂପୁର, ପଦେ ରତ୍ନକଠଉ
କିରୀଟ,କୁଣ୍ଡଳ,କଙ୍କଣ ଝଲସେ ଦାଉ ଦାଉ।
ଶୁଦ୍ଧ ସୁବର୍ଣ୍ଣର ପଇତା,ଅଙ୍ଗେ ଶୋହେ ଉତ୍ତରୀ
ବକ୍ଷସ୍ଥଳେ ଶ୍ରୀବଚ୍ଛପଦ, ଗଳାରେ ବନମାଳି।
ଗୋପପୁରଯାଇ ଗୋବିନ୍ଦ,ବିଜେକଲେ ଆନନ୍ଦେ,
ମନ୍ଦ ମନ୍ଦ ମଳୟ ସହ ମକରନ୍ଦ ସୁଗନ୍ଧେ।
ନନ୍ଦର ମନ୍ଦିରେ ଆନନ୍ଦ, ଆନନ୍ଦ ଗୋପପୁର
ବିଜୁଳିଭଳି ଖେଳିଗଲା,ସାରା ଗୋପ ନଗର।
ଅତି ଆନନ୍ଦରେ ଖେଳନ୍ତି ନନ୍ଦକୋଳେ ଗୋବିନ୍ଦ,
ଖସି ପଡ଼ିଲାକି ଆକାଶୁ ,ସତେ ପୂର୍ଣ୍ଣିମା ଚାନ୍ଦ।
ବାଜେଭେରୀ ତୂରୀ ମହୁରୀ,ଶୁଭେ ମୃଦଙ୍ଗତାନ।ଆନନ୍ଦମନରେ ନାଚନ୍ତି,ଗୋପୀ ଗୋପାଳ ଗଣ।
ଅହାକି ଅପୂର୍ବ ଆନନ୍ଦ, ସାରା ଗୋପ ଭୁବନ
ସ୍ୱର୍ଗେ ଥାଇ ବିବୁଧ ବୃନ୍ଦ, ବରଷନ୍ତି ସୁମନ।