STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଶ୍ରାବଣ ର ସୋମବାର

ଶ୍ରାବଣ ର ସୋମବାର

1 min
234



ଶ୍ରାବଣର ସୋମବାର

କାନ୍ଧେ ନେଇ ପାଣି ଭାର

ଯାଉଛୁ ରେ ଶିବ ମନ୍ଦିର

ପୂଜିବାକୁ ଶିବ ଶଙ୍କର

ଆଜି ପରା ସୋମବାର।


ଶ୍ରାବଣ ଧାରା କୁ ନାହିଁ ଖାତର

ଖାଲି ପାଦେ ଯାଉ ଶିବ ମନ୍ଦିର

ମୁଖେ ଗାଇ ଗାଇ ଭୋଳା ନାମକୁ

ଭୁଲି ଯାଇ ଥାଉ ପଥ ଶ୍ରମକୁ

ଶୁଦ୍ଧ ପୂତ ମନେ ପୂଜି ଶିବ ଶମ୍ଭୁ

ବରଷି ଦେବେ ସେ ଆଶିଷ ଧାର।

  ଆଜି ପରା ସୋମବାର ।


ଓଁ ନମଃ ଶିବାୟ ପଞ୍ଚାକ୍ଷରକୁ

ହୃଦେ ଭଜି ଭଜି ପ୍ରଭୁ ନାମକୁ

ଜନ୍ମଜନ୍ମାନ୍ତର ପାପ ଧୋଇବୁ

ପ୍ରଭୁଙ୍କ ମଥାରେ ଜଳ ଢାଳିବୁ

  ସାର୍ଥକ ହୋଇବ ଜନ୍ମ ଆମ୍ଭର।

    ଆଜି ପରା ସୋମବାର ।


Rate this content
Log in

Similar oriya poem from Inspirational