Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Tragedy

4.0  

Samar Ballav Bhoi

Tragedy

ସହର ଜଳୁଛି

ସହର ଜଳୁଛି

1 min
162



ଆମେ ସବୁ ଦେଖିଛେ ଜଂଗଲ ଜଳିବାରେ 

ଆଉ ଚାଳଛପର ଘର ଜଳିବାରେ 

ଆଉ ପ୍ରେମିକାର ମନ ଜଳିବାରେ

ଆଉ ଖଣ୍ଡ ଖଣ୍ଡ କାଗଜ ଜଳିବାରେ 

ଏ ସବୁ ତ ବାସ୍ତବ କଥାଚିତ୍ର 

କିନ୍ତ କେବେ ଦେଖିଛନ୍ତି ସହର ଜଳିବାରେ ।।

ସହର ଟା ଜଳୁଛି 

ନିଆଁରେ ନୁହଁ 

ମଣିଷର ଅହଂକାର, ହିଂସା ଓ ଘୃଣାରେ।।

ସହର ଟା ଜଳୁଛି 

ନିଆଁରେ ନୁହଁ

ମଣିଷର ଅବିଶ୍ୱାସ ଓ ପ୍ରତାରଣାର ପ୍ରଚଣ୍ଡତାରେ।।

ସହର ଟା ଜଳୁଛି 

ଗ୍ରୀଷ୍ମ ର ଝାଞ୍ଜି ରେ ନୁହଁ

ମଣିଷର ଅନିତି, ଦୁଃନିତିର ବ୍ୟବସ୍ତା ରେ।।

ସହର ଟା ଜଳୁଛି 

ନିଆଁରେ ନୁହଁ

ନିମ୍ନ ମାନସିକତା ର ବିଷ ବଳୟରେ ।। 

ସହର ଟା ଜଳୁଛି 

ନିଆଁରେ ନୁହଁ

ରାଜନୀତିର ପଶାପାଲି ଓ ଚକ୍ରବ୍ୟୁହରେ ।।  

                                       


Rate this content
Log in

Similar oriya poem from Tragedy