ଶଙ୍ଖା ସିନ୍ଦୂର
ଶଙ୍ଖା ସିନ୍ଦୂର
(୧)
ବରଷାଦିନର ଦୁଇ ପ୍ରହରେ
କଅଁଳେ ଡାକିଲେ ଶୁଣ ମ ଶୁଣ
ଶଂଖାସିନ୍ଦୂର ଆଣିବ ମୋ ପାଇଁ
ଭୁଲିବାଟା ତୁମେ ଖାଲି ଯା ଜାଣ....
(୨)
ଖୁଦ ରଙ୍କୁଣୀଙ୍କୁ ପୁଜା ମୁଁ କରିବି
ସବୁ ଝିଅ ସହ୍ଗେ ମିଶି
ବିନା ଶଙ୍ଖା ସିନ୍ଦୂରେ ପୁଜିବି କେମିତି
କୁହନି କିଛି ହେ ହସି.........
(୩)
ଶଙ୍ଖା ସିନ୍ଦୂରତ ସଧବା ନାରୀର
ଅଟେ ଅମୂଲ୍ୟ ରତନ
ସଜେଇ ହୋଇଲେ ଶଙ୍ଖା ସିନ୍ଦୂରରେ
ହୁଅଇ ସୁନ୍ଦର ମନ...
(୪)
କାଇଲି କରିକି ଖାଅ ଯେ ରାଣ
ଅଣିକି ଦେବ ଏ ମୋହର ଧନ
ଶରଧାରେ ତୁମ୍ଭ ଧରିଛି କର
ନ ଦେଲେ ଆଜି ହେ କରିବି ମା
ନ
(୫)
ମା ମଙ୍ଗଳାଙ୍କୁ ପୂଜାରେ ପୂଜିଲେ
ମାଗିବି ତୁମ୍ଭ ଆୟୁଷ
ଆଳସ୍ୟତା ତୁମ ଛଡାଇ ଦେବେ
ରହିବନି ତୁମ୍ଭ ଦୋଷ
(୬)
ମା' ତ ଅଟନ୍ତି ଜଗତର କର୍ତ୍ତ୍ରୀ
ଧରଣୀର ସିଏ ଧନ୍ୟା
ଶଙ୍ଖା ସିନ୍ଦୂର ତ ତାଙ୍କରି ଦାନ
ସଧବା ରୁହଇ ପୂଣ୍ୟା.....
(୭)
ଅଙ୍ଗ ପ୍ରଭାପୁରେ ଆଲୋକିତ କରେ
ସେ ଅମୃତ ଭାନୁ କରେ
ପ୍ରଫୁଲ୍ଲ ପଙ୍କଜ ବିରାଜଇ ଯେହ୍ନେ
ପଙ୍କିଳ ଜଳାଶୟରେ....
(୮)
ଶଙ୍ଖା ସିନ୍ଦୂରକୁ କରନ୍ତି ଆଦର
ମଙ୍ଗଳା କରନ୍ତି ମଙ୍ଗଳ
ମଙ୍ଗଳମୟୀ ସେ ଅପର୍ଣ୍ଣା ଓ ପୂର୍ଣ୍ଣା
ବୁଝନ୍ତି ସବୁଙ୍କ କୁଶଳ