STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଶମ୍ଭୂ ଏକାଦଶୀ

ଶମ୍ଭୂ ଏକାଦଶୀ

2 mins
402



ସୃଷ୍ଟି କର୍ତ୍ତା ହରି ହର ତ୍ରାଣ କରତା

ହରି ସେତ ବିଶ୍ବ ହର ବିଶ୍ବ ନିୟନ୍ତା ।

ହରିହର ଭେଟ ହରି ହର ଦର୍ଶନ

ମିଳେ ଶାନ୍ତି ମିଳେ ମୁକ୍ତି ପାପ ମୋଚନ ।

ପ୍ରତି ଏକାଦଶୀ ସେତ ବିଷ୍ଣୁ ଙ୍କ ଦିନ

ଶ୍ରୀମନ୍ଦିର ମୁଖରିତ ହୁଏ ସେଦିନ।

ସୋମବାର ଏକାଦଶୀ ପଡଇ ଯଦି

ଶମ୍ଭୁ ଏକାଦଶୀ ନୀତି ପାଳନ ବିଧି।

ଜଗନ୍ନାଥ ଲୋକନାଥ ଭେଟ ହୁଅନ୍ତି

ଦରଶନେ ଭକ୍ତ ଜନ ମନ ମୋହନ୍ତି ।

ଲୋକବନ୍ଧୁ ଲୋକନାଥ ଲୋକ ଜୀବନ

ଜଗନ୍ନାଥ ଜଗବନ୍ଧୁ ଜଗ ବନ୍ଦନ।

ଶମ୍ଭୁ ଏକାଦଶୀ ଦିନ ଶ୍ରୀଜଗନ୍ନାଥ

ଭେଟିବାକୁ ଯାଆନ୍ତି ସେ ଶ୍ରୀଲୋକନାଥ ।

ଲୋକନାଥ ପୀଠେ ହରି ହର ଙ୍କ ଭେଟ

ପୀଠ ଲାଗେ ସତେ ଅବା ମର୍ତ୍ତ୍ଯ ବୈକୁଣ୍ଠ।

ଶ୍ରୀମନ୍ଦିର ଠାରୁ ମାତ୍ର ଅଳପ ଦୂର

ପ୍ରଭୁ ଲୋକନାଥଙ୍କର ଭବ୍ୟ ମନ୍ଦିର।

ଭୌମକର ବଂଶର ଜଣେ ନରପତି

ଗଢିଥିଲେ ମନ୍ଦିର ଏ ଅପୂର୍ବ କିର୍ତ୍ତୀ ।

ଅଛି କିନ୍ତୁ କଥାଟିଏ ସେ କିମ୍ବଦନ୍ତୀ, ତ୍ରେତୟା ରୁ ଲୋକନାଥ ଅଛନ୍ତି ସେଠି ।

ବନବାସ କାଳେ ପ୍ରଭୁ ଶ୍ରୀରାମଚନ୍ଦ୍ର

ପହଞ୍ଚିଲେ ଯେବେ ଯାଇ ସେତ ଶ୍ରୀକ୍ଷେତ୍ର,

ସାଗର କୂଳେ ଦେଖିଲେ ବାଲି ବିସ୍ତିର୍ଣ୍ଣ

ଶୁଭୁଥାଏ ସଗରର ଗୁରୁ ଗର୍ଜନ ।

ଶିବ ଆରାଧନା ପାଇଁ ପ୍ରଭୁଙ୍କ ମନ

ଶିବଙ୍କୁ ସେ ମନେମନେ କରିଲେ ଧ୍ୟାନ।

ଲାଉ ଟିଏ ଶ୍ରୀରାମଙ୍କୁ ମିଳିଲା ତହିଁ

ଶିବଲିଙ୍ଗ ଭାବେ ଲାଉ ପୂଜିଲେ ସେହି ।

ଲାଉ ରୁ ହୋଇଲେ ସେଯେ ଲଉକ ନାଥ

କାଳକ୍ରମେ ପାଲଟିଲେ ଶ୍ରୀ ଲୋକନାଥ ।

ଶ୍ରୀମନ୍ଦିର ସହ ଲୋକନାଥ ଙ୍କ ଭାବ

ଅଟଇ ନୀବିଡ ଯେହ୍ନେ ବ୍ରହ୍ମ ଓ ଜୀବ ।

ଜଗନ୍ନାଥ କୃଷ୍ଣ ଲୋକନାଥ ଯେ ଭୀମ

ତୃତୀୟ ପାଣ୍ଡବ ଭାବ ଅତି ଉତ୍ତମ।

ଶ୍ରୀମନ୍ଦିରେ ଅଛି ଯେଉଁ ଭଣ୍ଡାର ଗୃହ

ରକ୍ଷକ ଲୋକନାଥ ଙ୍କ ଯାତ୍ରା ବିଗ୍ରହ ।

ଶ୍ରୀମନ୍ଦିର ମଧ୍ୟେ ଅଛି ଭିତର କାଠ

ତା ବାମ ପାର୍ଶ୍ଵରେ ଛନ୍

ତି ସେ ଲୋକନାଥ ।

ଚନ୍ଦନ ଯାତ୍ରା ସମୟେ ବିଗ୍ରହ ସେହି

ମଦନମୋହନ ଙ୍କ ସାଥିରେ ସେ ଯାଇ,

ନରେନ୍ଦ୍ର ପୋଖରୀ ରେ ଚାପ ଖେଳିଥାନ୍ତି

ଚନ୍ଦନ ଚକଡାରେ ସ୍ନାହାନ କରନ୍ତି।

ଶମ୍ଭୁ ଏକାଦଶୀ ସେତ ବିରଳ ଦିନ

ଆଡମ୍ବରେ ପାଳନ ସେ ପର୍ବ ମହାନ।

ଶ୍ରୀମନ୍ଦିରେ ସରିଗଲେ ସକାଳ ଧୂପ

ଲୋକନାଥଙ୍କର ସେହି ଯାତ୍ରା ବିଗ୍ରହ,

ଲୋକନାଥ ମନ୍ଦିର କୁ ସେ ଯାଇଥାନ୍ତି

ବିଶେଷ ରୂପରେ ତହିଁ ପୂଜା ହୁଅନ୍ତି।

ଶ୍ରୀମନ୍ଦିରେ ଏକାଦଶୀ ବିଶେଷ ଦିନ

ଚନ୍ଦନ ଚର୍ଚ୍ଚିତ ବେଶ ଚକାନୟନ।

ହରିବାସ ମନତୋଷ ଭକ୍ତ ଗହଳ

ନାଥ ଜଗନ୍ନାଥ ଜୟ ପଡ଼େ ଚହଳ ।

ମଧ୍ୟାହ୍ନ ଧୂପ ଯେବେ ହୁଅଇ ଶେଷ

ମଦନମୋହନ ତହୁଁ ହୁଅନ୍ତି ବେଶ।

ବେଶ ପରେ ପାଲିଙ୍କିରେ ବିରାଜିଥାନ୍ତି

ଲୋକନାଥ ମନ୍ଦିର କୁ ସେ ଚଳିଥାନ୍ତି ।

ବିମାନ ବଡୁ ସେବକ ପାଲିଙ୍କି ବାହି

ଝୁଲି ଝୁଲି ଚାଲିଥାନ୍ତି ପ୍ରଭୁ ଙ୍କୁ ବୋହି ।

ରହିରହି କାହାଳିଆ ଫୁଙ୍କନ୍ତି ତୂରୀ

ବାଇଦ ବଜାଉଥାନ୍ତି ସେ ବଜନ୍ତରୀ।

ଗରାବଡୁ ପୂଜାପଣ୍ଡା ସାଥେ ଯାଆନ୍ତି

ହରିହର ଙ୍କର ଭେଟ ସେହି କରାନ୍ତି।

ଲୋକନାଥ ମନ୍ଦିରରେ ବୈକୁଣ୍ଠ କୂଅ

ଅପେକ୍ଷା ରତ ତାଙ୍କ ଯାତ୍ରା ବିଗ୍ରହ।

ମଦନମୋହନ ଯେବେ ପହଞ୍ଚି ଥାନ୍ତି

ଭବ୍ୟ ସ୍ବାଗତ ପ୍ରଭୁ ଙ୍କୁ କରାଯାଏଟି।

ନାଥ ଘର ଭିତରକୁ ପ୍ରଭୁ ଯାଆନ୍ତି

ଲୋକନାଥ ଙ୍କୁ ସେଠାରେ ପ୍ରଭୁ ଭେଟନ୍ତି ।

ହରିହର ଭେଟ ନୀତି ସମ୍ପନ୍ନ ହୁଏ

ଦରଶନେ ଭକ୍ତ ଜନ ମନକୁ ମୋହେ ।

ଭେଟ ହୋଇଗଲାପରେ ଦୁଇ ଠାକୁରେ

ବିଜେ ହୋଇଥାନ୍ତି ସେହି ପାଲିଙ୍କି ଟିରେ ।

ପୂଜା ସ୍ଥାନକୁ ପାଲିଙ୍କି ଚଳି ଯାଆନ୍ତି

ହରିହର ସେହି ଠାରେ ପୂଜା ହୁଅନ୍ତି।

ଶ୍ରୀମନ୍ଦିରୁ ଆସିଥାନ୍ତି ସେବକମାନେ

ସେବାନୀତି କରିଥାନ୍ତି ସବୁ ସେମାନେ।

ଶମ୍ଭୁ ଏକାଦଶୀ ନୀତି ହୁଏ ସମ୍ପୂର୍ଣ୍ଣ

ଧନ୍ୟ ପ୍ରଭୁ ଲିଳା ତୁମ ଲିଳା ମହାନ।



Rate this content
Log in

Similar oriya poem from Classics