Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

ଶକ୍ତିଶାଳୀ ଆମ ନୌବାହିନୀ

ଶକ୍ତିଶାଳୀ ଆମ ନୌବାହିନୀ

1 min
355


ସୁରନଦୀ ଦାନ ସ୍ୱର୍ଣ୍ଣପ୍ରସୁ ଭୂମି 

ନାମ ସୋନାର ବାଙ୍ଗଲା l

ଉଣେଇଶ ଏକସ୍ତରି ମସିହାରେ 

ଲାଗିଲା ମହା ଝାମେଲା ll


ବଙ୍ଗ ବନ୍ଧୁଙ୍କର ବଜ୍ର ନିର୍ଘୋଷ 

ସ୍ୱାଧୀନ ବଙ୍ଗଳାଦେଶ l

ଲୁଟିଖିଆ ପାକିସ୍ତାନୀ ଶାସନକୁ 

କରିଦେବୁ ଆମ୍ଭେ ଶେଷ ll


ଓକିଲ ଶିକ୍ଷକ ଯୁବତୀ ଯୁବକ 

ମୁକ୍ତି ବାହିନୀକୁ ଗଢ଼ି l

ଲାଗିଗଲେ କଳ ବଳ କଉଶଳେ 

ଅତ୍ୟାଚାରୀ ଦେବେ ତଡ଼ି ll


ପାକିସ୍ତାନ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ 

ନାମ ତାଙ୍କର ୟାହିଆ l

ମାରି କର ବଶ ଶକ୍ତ ଆଦେଶ 

ନିଷ୍ଠୁର ତାର ହିଆ ll


ସ୍ୱର୍ଣ୍ଣପ୍ରସୁ ସେ ବଙ୍ଗ ଭୂମିରେ 

ଚାଲିଲା ଦମନ ଲୀଳା l

ଅତି ଆତୁରରେ ବଙ୍ଗ ଜନତା 

ଭାରତେ ହାତ ପାତିଲା ll


ଭାରତର ସେନା ବଙ୍ଗ ଭୂମେ ଦେଖି 

ମାନବତା ଉଲଂଘନ l

ଧଶେଇ ପଶିଲେ ବୀର ଦର୍ପରେ 

ଗର୍ଜିଲା ଘନ କମାଣ ll


କରାଚୀ ବନ୍ଦରୁ ପାକିସ୍ତାନ ପେଶେ 

କରି ଭୀଷଣ ଚକ୍ରାନ୍ତ l

ଅସ୍ତ୍ର ଶସ୍ତ୍ରେ ସଜ୍ଜା ବୁଡ଼ା ଜାହାଜଟି 

ଲକ୍ଷ୍ୟ ନୌପୋତ ବିକ୍ରାନ୍ତ ll


ପୀ ଏନ ଏସ ଘାଜି ସେ ନିର୍ମିତ 

ଆମେରିକା କଉଶଳେ l

ବିଶାଖାପାଟଣା ଠାରେ ବୁଡ଼ାଇବ 

ବିକ୍ରାନ୍ତକୁ ଅବହେଳେ ll


ଶ୍ରୀଲଙ୍କାର ଉପକୂଳରେ ଧୀବର 

ଦେଖିଲେ ଯାଉଛି ଚାଲି l

ଷଢେଇ ପ୍ରାୟେକ ସାଗର ଉପରେ 

ଭାଷି କିସ ହଲି ହଲି ll


ସମ୍ବାଦ ଆସିଲା ବଡ଼ ଆଚମ୍ବିତ 

ଭାରତର ନୋଉ ସେନା l

ଜାଣିଲେ ଗଭୀର ସମୁଦ୍ରେ ଚାଲିଛି 

ପାକିସ୍ତାନ ବଜ୍ରସେହ୍ନା ll


ଟର୍ପେଡୋ ମାଡ଼ରେ ଘାଜି ବୁଡ଼ିଗଲା 

ଅତଳ ସମୁଦ୍ର ଗର୍ଭେ l

ବିଶ୍ୱେ ଶକ୍ତିଶାଳୀ ଆମ ନୌବାହିନୀ 

ବୋଲିପାରୁ ଆମ୍ଭେ ଗର୍ବେ ll


ବଙ୍ଗଳାଦେଶ ସେ ସ୍ୱାଧୀନ ହୋଇଲା 

ନିଆଜି ଖାଇ ପିଆଜି l

ଭାରତ ମାତାର ଜୟ ଗାନ କଲେ 

ବଙ୍ଗ ବନ୍ଧୁ ଶେଖ ମୁଜି ll


ଭାରତର ନୋଉସେନା ବିଶ୍ୱେ ଗଣା 

ଶକ୍ତିଶାଳୀ ଅନ୍ୟ ତମ l

କ୍ଷଣିକ ମଧ୍ୟରେ ଭାଙ୍ଗି ଦେଇପାରେ 

ଶତ୍ରୁ ଟାଣ ଆଉ ଘମ ll


ଜୟ ଜୟ ବୋଲ ଜୟ ଯବାନ 

ଜୟ କିଷାନ ଜୟ l

ଭାରତ ମାତାର ଦୁର୍ଜୟ ଝଣ୍ଡା ଭାରତ 

ମାତା କି ଜୟ ll

 !!! ଭାରତ ମାତାକି ଜୟ !!!

 (ନୌସେନା ଦିବସ ଉପଲକ୍ଷେ)



Rate this content
Log in