Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Romance

3  

kahnu charan sahu

Romance

ସହଜ ନୁହେଁ

ସହଜ ନୁହେଁ

1 min
167


  

କାହାକୁ ଜୀବନଠୁ ଅଧିକା

ଆପଣାର କରିନେଲା ପରେ

ଭୁଲିଯିବା ସହଜ ନୁହେଁ !


ପଚାରିଦେଖ ମନକୁ ଥରେ

ଯେବେ କେହି ରାଗିଯାଏ

ବୁଝେଇବାକୁ ଚେଷ୍ଟା କଲେ

ମୁହଁ ମୋଡ଼ିଦିଏ ସେତିକି ବେଳେ 

ହୃଦୟରେ ଝଡ଼ ଉଠେ

ପୃଥିବୀ ଅଚଳ ପରି ମନେହୁଏ

ମନ ବ୍ୟାକୁଳ ହୋଇଉଠେ ।

 

ସମୟ ଅସମୟରେ

ସୁଖଦୁଃଖ ବାଣ୍ଟୁଥିବା ହୃଦୟ

କାନ ଡେରି ଶୁଣୁଥିବା ସାଥି ଯେବେ

ଅଳ୍ପକେ ରାଗିଯାଏ ମନେଇବାକୁ ଚେଷ୍ଟା କରି

ବିଫଳ ହେବା ପରେ ନିଶ୍ଚୟ ଭାଙ୍ଗି ପଡିବ ହୃଦୟ

ଯଦି ନାହିଁ ଭାବୁଛ ଅନୁମାନ କରି ଦେଖ 

ଠିକ୍ ବୁଝି ପାରିବ ପ୍ରେମର ଗାଢ଼ତା କେତେ !


ଏତେ ସବୁ ପରେ ବି କଣ ?

ଭୁଲେଇ ହେବ ଅଳ୍ପ ଅଳ୍ପ ଝଗଡ଼ାରେ

ଅଭିମାନୀ ସାଥୀକୁ ଛାତିର ସପନ ପରା ତାକୁ ନେଇ ।

ଏତେ ସହଜ ନୁହେଁ ବନ୍ଧୁ ଭୁଲିଯିବା କି ଭୁଲେଇ ଦେବା ।।



Rate this content
Log in

Similar oriya poem from Romance