STORYMIRROR

Binodini Dash

Inspirational

3  

Binodini Dash

Inspirational

ଶିଶୁ

ଶିଶୁ

1 min
115



ଶିଶୁଟିଏ ପରା ଧରା ଉପବନେ

ଦରଫୁଟା ଫୁଲ କଢି଼

ଆଦର ଯତନେ ହୋଇ ପ୍ରସ୍ଫୁଟିତ

ଯାଇଥାଏ ଆଗେ ବଢ଼ି ।


ଆନନ୍ଦ ଉଲ୍ଲାସ ଲହରୀ ଛୁଟଇ

ତା' ପାଇଁ ପ୍ରତି ଅଗଣା

ଦରୋଟି ଭାଷାରେ କିଣି ନିଏ ମନ

ବହେ ମମତା ଝରଣା ।


ଠୁକୁଠୁକୁ ଚାଲି ଭରଇ ଆମୋଦ

ଖିଲିଖିଲି ହସ ମଧୁ

ମୋହରେ ପଡ଼ଇ ହୃଦ ଚହଟଇ

ଦେଖିଲେ ବି ତା'କୁ ସାଧୁ ।


ଶିଶୁଟିଏ ପରା ଅମୂଲ୍ୟ ସମ୍ପଦ

ଈଶ୍ବରଙ୍କ ଶ୍ରେଷ୍ଠ ଦାନ

ସୁଶିକ୍ଷା ସଂସ୍କାରେ ବଢ଼ାଇଲେ ତା'କୁ

ରଖିବ ଜାତିର ମାନ ।



Rate this content
Log in

Similar oriya poem from Inspirational