ଶିଶୁ ତୋ କଅଁଳ କଢ଼ି
ଶିଶୁ ତୋ କଅଁଳ କଢ଼ି


ଘର ଅଗଣାରେ ଫୁଳ ବଗିଚା ଆମର
ଅତି ଜତନେ ଗଢ଼ିଛୁ ବଗିଚା
ସେ ବଗିଚାରେ ଅଛି ନାନା ପୁଷ୍ପ କଢ଼ି
ନୀତି ଦେଖି ଆମ ମନ ହୁଏ ଶ୍ରଦ୍ଧା ।
ସକାଳ ପହିଲେ ସୁରୁଜ କିରଣ ରେ
ଫୁଟି ମହ ମହ ଚହଟେ ବାସ୍ନା
ପ୍ରଫୁଲିତ କରେ ହୃଦୟ କୁ ଆମ
ଭରିଦିଏ ସେ ଆମପାଇଁ ଜୋଷ୍ନା ।
ବଗିଚା କହିଲେ ଭୁଝାଏ ନାହିଁ
ଆମ ଘର ବାଡିର ବଗିଚା ଫୁଳ
ଆମ ଭାରତ ଆଗଣା ସଦୃଶ୍ୟ
ତହିଁରେ ଅଛି ଆମ ବଗିଚା ଫୁଳ ।
ଏ ଭାରତ ଭୁଇଁର ସମସ୍ତ ସୁକ୍ମ<
/em>
କୁନି କୁନା ଆମ କଅଁଳ ଫୁଳ କଢ଼ି
ଦେଖି ତାଙ୍କ ମୁରୁକି ହସ ମୋହେ
ପୂର୍ଣ୍ଣମୀ ରାତିର ମୃଦୁମଳୟ ହସି ।
କଅଁଳ କଢ଼ି ସେ ଗୋଲାପ ପାଖୁଡା
ଭବିଷ୍ୟତର ସେ ଜୀବନ ଯୌତୀ
ଆଗନ୍ତୁକ ସମୟ ପାଇଁ ହୁଏ ସେ
ଆଗେଇ ନେଇ ଯାଏ କର୍ମବୀର ସାଜି ।
ଆଜିର କଅଁଳ କଢ଼ି ଆସନ୍ତା କାଲିର
ଗଢ଼ି ପାରେ ନିଜେ ଭବିଷ୍ୟତ ମୋତି
ଜ୍ଞାନ ଶିକ୍ଷା କରି ନିଜ ଦେଶକୁ ନିଜେ
କର୍ମବଳେ କରିପାରେ ବିଶ୍ୱ ପ୍ରସିଦ୍ଧି ।