STORYMIRROR

Tikeshwar Sahu

Children

3  

Tikeshwar Sahu

Children

ଶିଶୁ ସଂସାର

ଶିଶୁ ସଂସାର

1 min
251



ସୁନ୍ଦର ସଂସାର ସୁଖର ସଂସାର ସଂସାର ଅମୂଲ ମୂଲ,

ସେହି ସଂସାରର ଶିଶୁର ସାଥିରେ ଆଉ କିଏ ହେବ ତୁଲ |୧|


ଫୁଲର କଢ଼ିଠୁଁ ଆହୁରି କୋମଳ କମଳଠୁଁ ଆଉ ସୁନ୍ଦର ,

ଶିଶୁର ହସରେ ହସଇ ଦୁନିଆଁ ଲାଗଇ ଦୁନିଆଁ ମଧୁର |୨|


ଚାରିପାଖ ଲାଗେ ମହମହ ବାସ ସୁବାସିତ ମଧୁ ଅତର,

ଆଖିର ଚମକେ ଚମକେ ଦୁନିଆଁ ସବୁ ଲାଗୁଥାଏ ନିଜର |୩|


ମାଆର ପଣତ କାନିରେ ଝୁଲଇ ଲାଗୁଥାଏ ମଧୁ ମାଳତି,

ମାଆ କାନି ପରା ସରଗ ଝୁଲଣା ଆକାଶରୁ ଝରେ ମୋତି |୪|


ଝରଣା ଜଳର କଳକଳ ଶବ୍ଦ ଆଣଇ ମଧୁର ଗୀତି,

ଶିଶୁ ହସରୋଳ ତହିଁରେ ଭରଇ ସେନେହ ପରଶ ପ୍ରୀତି |୫|


ସଂସାର ମଧ୍ୟରେ ଏପରି ସଂସ

ାର ଯହିଁରେ ଶିଶୁର ଛୁଆଁ,

ସେ ସଂସାର ଲାଗେ ସରଗ ସମାନ ଶିଶୁ ସଂସାର ତା ନାଆଁ |୬|


ଶିଶୁ ସଂସାରରେ ପାଦ ଦେଇଦେଲେ ସବୁ ଲାଗେ ନୂଆ ନୂଆ,

ନିଜ ଜାଗା ନିଜ ବୟସକୁ ଭୁଲି ମନ ହୁଏ ଯାନ୍ତି ଚାଲି |୭|


ଏମିତି ଶିଶୁଟେ କରିଦିଅ ମୋତେ ଗାଉଥିବି ଶିଶୁ ଗୀତି,

ପରାଣ ଭିତରେ ସେନେହକୁ ଭରି ଚାଲୁଥିବି ନିତି ପ୍ରତି |୮|


ଦରୋଟି ହସରେ ଉଠାପକା ଚାଲି ତା ସାଥିରେ ଟିକି କଥା,

କୁହ ତ କେମିତି ଭୁଲିବି ତାହାକୁ ଘୂରିଯାଏ ମୋର ମଥା |୯|


ବୟସକୁ ସିନା ଫେରି ପାରିବିନି ମନକୂ ଫେରାଇ ଦିଅ,

ହୃୃୃୃୃୃୃୃୃୃୃୃଦୟରେ ଭରି ଶିଶୁର ସୁଲଭ ଭାବନାକୂ ଭରି ଦିଅ |୧୦|



Rate this content
Log in

Similar oriya poem from Children