Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jayashree Maharana

Children

3  

Jayashree Maharana

Children

ଶିଶୁ କନିଆଁ ମୁଁ

ଶିଶୁ କନିଆଁ ମୁଁ

1 min
200


ଶିଶୁ କନିଆଁ ମୁଁ ସୁନା ଚାଟଟିଏ

ପାଠ ପଢୁଅଛି ବସି

କିଏ ସେ ପଢିବ ମୋ ସାଙ୍ଗରେ ପାଠ

ଆସ ସାଙ୍ଗସାଥି ହସି ।


ପାଠ ପଢି ମୁହିଁ ଜଣାରୁ ଅଜଣା 

ଶିଖିବି ଅନେକ କଥା

ବଡ଼ ହୋଇ ନିଶ୍ଚେ ସୁନାମ ଅରଜି

ଚାଲିବି ଟେକି ମୋ ମଥା ।


ଆକାଶ ଛୁଇଁବି ସାଗରେ ବୁଡିବି

ଚଢିବି ପର୍ବତ ଦିନେ

ଦେଶ ଜାତି ପାଇଁ କରମ କରିବି

ନ ରଖି ଗରବ ମନେ ।


ନିଜର ପ୍ରତିଭା ଦେଖାଇଦେବି ମୁଁ

ଖେଳଖେଳି ନାଚି ଗାଇ 

ବାପା ବୋଉଙ୍କର ସପନ ପୂରଣ

କରିବି ଶପଥ ନେଇ ।


ଭାବନାହିଁ ମୋତେ ଝିଅଟିଏ ବୋଲି

ପାରିବିନି କିଛି କରି

ଶକତି ସାମର୍ଥ୍ୟ ବୁଦ୍ଧି ବିବେକରେ

ସମର୍ଥ ମୁଁ ପୁଅ ପରି ।



Rate this content
Log in