ଶିଶୁ କବିତା ଲୋଭି ବୁଢ଼ୀ ଓ ସୁନା ଅଣ୍ଡା
ଶିଶୁ କବିତା ଲୋଭି ବୁଢ଼ୀ ଓ ସୁନା ଅଣ୍ଡା
ଶିଶୁ କବିତା
ଲୋଭି ବୁଢ଼ୀ ଓ ସୁନା ଅଣ୍ଡା ==============
ଆସରେ ପିଲେ ଆସ
ଗପଟିଏ ମୁଁ କହିବି ଶୁଣ
ସପ ପକାଇ ବସ ll
ଏକ ଗ୍ରାମରେ ରହୁ ଯେ ଥିଲା
ଗୋଟିଏ ସୁଣ୍ଠା ବୁଢ଼ୀ l
କୁକୁଡ଼ା ମେଞ୍ଚେ ପାଳି ସେ ଥିଲା
ମାରି ବାଉଁଶ ଭାଡ଼ି ll
ସକାଳ ହେଲେ, କୁକୁଡ଼ୁ କୁଊ
କୁକ୍କୁଟ କରି ହାଲ୍କା l
ଜଗାଉ ଥିଲେ ଗ୍ରାମ ଲୋକଙ୍କୁ
ପ୍ରଭାତ ଏବେ ହେଲା ll
କୁକ୍କୁଟୀ ମାନେ ଦିଅନ୍ତି ଅଣ୍ଡା
ବୁଢ଼ୀ ତାହାକୁ ବିକେ l
ଅଣ୍ଡା ଗୋଟିକୁ ଟଙ୍କାଏ ବୋଲି
କହଇ ଠିକେ ଠିକେ ll
କୁକ୍କୁଟୀ ମଧ୍ୟେ ଏକୋଇ ଥିଲା
ସୁନାର ଅଣ୍ଡା ଦେଲା l
ତାହାକୁ ବିକି, ଲୋଭି ବୁଢ଼ୀର
ଦାରିଦ୍ର୍ୟ ଦୂର ହେଲା ll
ଦିନେକ ଲୋଭି ବୁଢ଼ୀ ମୁଣ୍ଡକୁ
ବୁଦ୍ଧିଟେ ଗଲା ଜୁଟି l
ସୁବର୍ଣ୍ଣ ଅଣ୍ଡା ଗୋଟିଏ ମିଳେ
କି ହେବ ଭଲା ସେଥି ll
ଯାଉଛି ମୁହିଁ ସୁନା କୁକ୍କୁଟୀ
ପେଟକୁ ଦେବି ଚିରି l
ବିକିବି ସବୁ ଅଣ୍ଡାକୁ ନେଇ
ଏକକୁ ଶହେ କରି ll
ସତକୁ ସତ ବୁଢ଼ୀଟି ଦିନେ
ଧଇଲା ଏକ ଚାକୁ l
ଫାଡ଼ିଣ ଦେଲା ସୁନା କୁକୁଡ଼ା
ପେଟକୁ ଦେଖୁ ଦେଖୁ ll
ବୁଢ଼ୀ ମୁଣ୍ଡଟା ପଡ଼ିଲା ଥଣ୍ଡା
ଅଣ୍ଡା ଗୋଟିଏ ଦେଖି l
ଏକି ମୁଁ କଲି ଭାବି ଭାବିକା
ହୋଇଲା ବଡ଼ ଦୁଃଖି ll
ଶୁଣରେ ପିଲେ ଗପଟି ଯାହା
ମାନବେ ଶିକ୍ଷା ଦେଇ l
ଅତି ଲୋଭରୁ ପ୍ରମାଦ ପଡ଼େ
ଲୋଭରେ ପଡ଼ ନାହିଁ ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
