ଶୀତରାତି
ଶୀତରାତି
ବାର ମାସ ଛଅ ଋତୁର ମଧ୍ୟରୁ
ଶୀତ ଋତୁ ଅନ୍ୟତମ
ଏ ଶୀତ ଋତୁରେ ଦିନ ଛୋଟ ହୁଏ
ବଢି ଥାଏ ସବୁ କାମ ।
ସୂର୍ଯ୍ୟ ଅସ୍ତ ହେଲେ ସଞ୍ଜ ନଇଁ ଆସେ
ରାତି ବଡ ହେଇଥାଏ
ରାତିର ପ୍ରଥମ ପ୍ରହରରୁ ଶୀତ
ଏ ଧରାକୁ ଛୁଇଁ ଯାଏ ।
ଶୀତ ବସ୍ତ୍ର ସବୁ ଧାରଣ କରନ୍ତି
ନିଆଁ ପୋଇ ହୋଇଥାନ୍ତି
ଚୂଲୀ ଚାରି କଡ ବସି ଯାନ୍ତି ସବୁ
ହାତ ଗୋଡ ସେକି ହୋନ୍ତି ।
ପାଚିଲା ଧାନକୁ ଶଗଡ ଗାଡିରେ
ଖଳାକୁ ବୋହି ଆଣନ୍ତି
ଶୀତେ ଥରି ଥରି ଉଷୁମ ପାଣିରେ
ଧୂଆ ଧୋଇ ସେ ହୁଅନ୍ତି ।
ଶୀତ ଆକାଶରେ ଉତ୍ତର ଦକ୍ଷିଣେ
ଛାୟାପଥ ଦେଖାଯାଏ
ସେ ଛାୟାପଥକୁ ଆକାଶଗଙ୍ଗାର
ନାମଟି ଯେ ବହିଥାଏ ।
ସନ୍ଧ୍ୟା ସମୟରେ ଧୂଆଁଳିଆ ବର୍ଣ୍ଣ
ଧୂସରିଆ ଦେଖାଯାଏ
ରାତିର ଆକାଶେ କୋହଲା ପବନ
ଧୀରେ ଧୀରେ ବହୁଥାଏ ।
କୋହଲା ପବନ ଦେହକୁ ଥରାଏ
ଡର ଲାଗେ ବାହାରିବା
ଶୀତ ବସ୍ତ୍ର ଦେହେ ଆଭରଣ ଥାଇ
ଲୋଡନ୍ତି ସଭିଏଁ ଗନ୍ଥା ।
ହେଁସ ମଶିଣାକୁ ଖୋଜନ୍ତି ସରବେ
ପାରି ଘୋଡା ହେବା ପାଇଁ
ଆଟୁ ଘର ସବୁ ଲୋଡି ଥାନ୍ତି ଶୀତ
p>
କାକରରୁ ରକ୍ଷା ପାଇଁ
ଛୋଟ ଶିଶୁମାନେ ମାଆର କୋଳର
ଉଷୁମେ ଯାଆନ୍ତି ଶୋଇ ।
ଶୀତ ରାତି ଆକାଶଟି ନିରିମଳ
ତାରା ଫୁଲେ ଛାଇ ଥାଏ
ଏତେ ମନଲୋଭା ହେଇଥାଏ ସିଏ
ଆଖି ଝଲସେଇ ଦିଏ ।
ଉତ୍ତର ଦିଗରେ ସାପ୍ତର୍ଷି ମଣ୍ଡଳ
କି ସୁନ୍ଦର ପଡିଥାଏ
ରାତି ବଡ ଥାଏ ଅନେକ ସପନ
ଆଖିରେ ସେ ଭରି ଦିଏ ।
ରାତିରେ ପଖାଳ ଖାଇବା ଡରିଣ
ରୁଟି, ପିଠା, ମୁଢି ଖାନ୍ତି
କମଳ, ରେଜେଇ, ଗନ୍ଥାକୁ ଘୋଡେଇ
ଆରାମରେ ଶୋଇଯାନ୍ତି ।
ଥରେ ଘୋଡେଇକି ଶୋଇଗଲା ପରେ
ଉଠିବା ମନ ହୁଏନି
ଖାଇ ବି ନ ଥିଲେ ଖାଇବାର ପାଇଁ
ଉଠି ସେ ଆଉ ଆସେନି ।
ଗରମ ଖାଦ୍ୟକୁ ଖାଇବାର ପାଇଁ
ସମସ୍ତେ ଭଲ ପାଆନ୍ତି
କି କଫି ପିଏ କିଏ ଅବା ଚା
ବାରମ୍ବାର ପିଇ ଥାନ୍ତି ।
କେତେ ସୁନ୍ଦର ସେ ଆରାମରେ ଶୁଏ
ରାତି ତାର ପାହିଯାଏ
ଶୀତ ରାତିର ସେ ତୁଷାର କୁହୁଡି
ମାଟିକୁ ଯେ ଛୁଉଁ ଥାଏ ।
ଏଇ ଶୀତ ରାତି ଅଭୁଲା ଅଟଇ
ତାକୁ ବା ଭୁଲିବ କିଏ
ସୁଖ ନିଦ୍ରା ଭଲ ଦେଇଥାଏ ସିଏ
ସୁଖେ ରାତି ପାହି ଯାଏ ।