Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ଶୀତଳଷଷ୍ଠୀ

ଶୀତଳଷଷ୍ଠୀ

1 min
206



ଆସିଛି :

ଗତାୟୁ ଗ୍ରୀଷ୍ମର ଅବିସମ୍ବାଦିତ ଅପରାହ୍ନରେ

କାଳବୈଶାଖୀର ଆଶା ଓ ଆଶଂକାରେ

ସଂତାପିତ ଜନଜୀବନର ମହୋଦର ସଂଭାରରେ

ରୌଦ୍ରତିପୂତ ଧରାପୃଷ୍ଠ ଶୀତଳକରଣୀ କାମନାରେ

ଅକ୍ଷତଯୌବଚା ମୌସୁମୀର ଆଗମନର ଆଦ୍ୟାଶାରେ

ବ୍ୟସ୍ତ ପ୍ରଶାସନ - ତ୍ବରିତ କର୍ମୀଙ୍କ ଉତ୍ସାହ ଓ ଉଦ୍ଦିପନାରେ

ଲୁପ୍ତପ୍ରାୟ କଳା ଓ ସଂସ୍କୃତିର ପୁନରାଗମନର ପୂର୍ବାଶାରେ

ଅଗଣିତ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ଆଶା ଓ ବିଶ୍ୱାସରେ

ଲୌକିକ ବିଧିବିଧାନରେ ଦେବଦଂପତିଙ୍କ ପରିଣୟରେ

ଆତଙ୍କା ଭିଷ୍ମାସୁରର ଅବଶ୍ୟଭାବୀ ପତନରେ

ବିବାହ ଉତ୍ସବର ସ୍ବାଭାବିକ ଉଠା ଓ ଅନୁରାଗରେ,

ସର୍ବୋପରି :

ସୁଷମ, ସୁଗଠିତ ସମାଜ ବ୍ୟବସ୍ଥାର ସାର୍ଥକ ସ୍ବପ୍ନରେ

ସଂପର୍କର ଅନ୍ୟ ଏକ ସୂଜନଶୀଳ ଦିଗ୍ୟତରେ ।

ଶୀତଳଷଷ୍ଠୀ ଆସିଛି :

ସଭ୍ୟତା ସଂଘର୍ଷର ସୁନିର୍ବଚନୀୟ ସଂଧ୍ୟକ୍ଷଣରେ

ଆତଙ୍କ ଅନୁପ୍ରବେଶ' ପ୍ରବଣତାର ପୃଷ୍ଠଭୂମିରେ

ରୌଦ୍ରତପ୍ରତ ଧରାପୃଷ୍ଠରେ ଆଶ୍ବସ୍ତିର ସଂଦେଶରେ

କାଳବୈଶାଖୀର ଆଶଂକାରେ-ଗୁଳୁଗୁଳିର ବର୍ଦ୍ଧିଷ୍ଣୁ ମାତ୍ରାରେ

ଶୀତଳଷଷ୍ଠୀ ଆସେ :

ପାରଂପରିକ ଉତ୍ସାହ ଓ ଉଦ୍ଦୀପନାର ଉଷତ୍ କ୍ଷଣରେ

ଦେବ ବିବାହର ମହା ସମାରୋହ ଓ ପରିବ୍ୟାପ୍ତିରେ

ଅଭୂତପୂର୍ବ ଜନସମାଗମ ଓ ବ୍ୟସ୍ତ ଜୀବନଯାତ୍ରାରେ

ଶୀତଳଷଷ୍ଠୀ ଆସିଛି :

ପ୍ରାକୁ ମୌସୁମୀ ବର୍ଷାର ତାଳେ ତାଳେ

ବନ୍ୟ ମୟୂରୀର ଚପଳଛନ୍ଦା ନୃତ୍ୟରେ

ବିଶ୍ବ ତାପମାତ୍ରା ବୃଦ୍ଧିର ଅନାହୃତ ପୃଷ୍ଠଭୂମିରେ ।

ଶୀତଳଷଷ୍ଠୀ ଆସିବ :

ସ୍ଵର୍ଗୀୟ ପାରିଜାତର କୌମୁଦୀ ସୌରଭରେ

ଦେବଦଂପତିଙ୍କ ପାରଂପରିକ ଆଶୀର୍ବାଦରେ

ହୃଦୋବଦ୍ଧ ଏକ ବ୍ୟତିକ୍ରମଭରା ଶ୍ରୀବଣୀ କବିତାରେ ।


Rate this content
Log in

Similar oriya poem from Classics