Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banasmita Panda

Fantasy

3.4  

Banasmita Panda

Fantasy

ଶୀତ

ଶୀତ

1 min
293



ସେ ଶୀତୁଆ ସକାଳର 

ଆକର୍ଷଣ କିଛି ସ୍ବପ୍ନ ବାନ୍ଧେ ମନରେ 

ସୁଲୁସୁଲିଆ ପବନ ଆଣି ଆସେ ଅନେକ ଆଶା 

କାକର ବିନ୍ଦୁ ମୋତି ସମାନ 

ବୁଣି ଦେଇଯାଏ କିଛି ପ୍ରେମର ଆଗମନ 

ଧାରାପୃଷ୍ଟି ହୋଇ ଉଠିଛି ସବୁଜପୂର୍ଣା 

ନାନା ରକମର ଫସଲରେ ପୂର୍ଣା 

ପାର୍ବଣର ଆଗମନ 

'ମା' ଙ୍କ ଅବତାରଣା 

ପୃଥିବୀ ହୋଇ ଉଠିଛି ଭାବବିଭୋର 

ଜଗତସାରା ସିନ୍ଦୁରର ଲହରୀରେ ରଙ୍ଗିତ 

ପାପର ହେବ ବିନାଶ 

ପୁର୍ଣ୍ୟମୟା ମା ହେବେ ଜଗତଜୀତା 

ଅହଙ୍କାରୀ ରାବଣର ଶେଷ ସମୟ 

କମ୍ପି ଉଠିଛି ଜଗତସାରା 

ବାଜେ ବିଜୟ ଶଙ୍ଖଧ୍ଵନି 

ଆତ୍ମା ଲାଗେ ପବିତ୍ରା 

ଚିଲିକା ତୀରେ ବିଦେଶୀ ବନ୍ଧୁଙ୍କ ଆତିଥ୍ୟ 

ଭିନ୍ନ ଭିନ୍ନ ରଙ୍ଗର ଓଢଣୀସଦୃଶ ଡେଣା 

ଆଦରି ନିଅନ୍ତି ମୋ ଅଗଣା 

ସୂର୍ଯ୍ୟର ସ୍ୱର୍ଣ୍ଣିଳ ରୂପ 

ସଜାଇ ଦିଏ ପୁରା ଆକାଶ 

କଇଁର ପ୍ରେମ ଅପେକ୍ଷାରେ ସେ ଜହ୍ନ 

ଅପେକ୍ଷାର କଷ୍ଟ ଭାରି ମିଠା 

ପ୍ରେମ ରେ ବାୟା 

ସେଥିପାଇଁ ବୋଧେ ଶୀଘ୍ର ସନ୍ଧ୍ୟାର ଆଗମନ 

ଶୀତ ଋତୁରେ ଜହ୍ନ 

କୁଆଁର ପୁନେଇଁର, କୁଆଁରୀମନ 

ମନାସେ ଶୁଭ ଭାଗ୍ୟ 

ମା ଲକ୍ଷ୍ମୀଙ୍କ ଆଶୀର୍ବlଦେ 

ହସିଖେଳି ଉଠଇ ଜଗତ l



Rate this content
Log in

Similar oriya poem from Fantasy