ଶୀତ ସକାଳ
ଶୀତ ସକାଳ
କିପରି ବର୍ଣ୍ଣିବି ଶୀତେଇ ସକାଳ ଯନ୍ତ୍ରଣା ଦେଉଛି ଅତି,
ବଞ୍ଚିତ ନୁହନ୍ତି ଶୀତର ପ୍ରକୋପେ
ତାଣ୍ଡବ ତାହାର ଅତି।
ମାସ ମାର୍ଗଶୀର ଶୀତ ଭୟାବହ ନାହିଁଟି ମନରେ ଶାନ୍ତି,
ଜୀବଜନ୍ତୁ ମଧ୍ୟ ପୀଡ଼ିତ ତହିଁରେ
ନାହିଁଟି କାହାରେ ଶାନ୍ତି।
ଶୀତ ସକାଳରେ କୁହୁଡି ପ୍ରଖର ସୂର୍ଯ୍ୟଙ୍କ ଦର୍ଶନ ନାହିଁ,
ଦିଶୁଛି ଅନ୍ଧାର ହେଲାଣି ସାତଟା
ଶିଶୁ ରାବ ଶୁଭେ ତହିଁ।
କାଠ ଜଳୁଅଛି ବୃଦ୍ଧ ବସିଛନ୍ତି ଶୀତେଇ ପ୍ରବଳ ଅତି,
ରାବ ଜଗନ୍ନାଥ ବୃଦ୍ଧ ମୁଖୁ ଶୁଭେ
ଶୀତେଇ ତାଣ୍ଡବ ଅତି।
କୃଷକ ଚିନ୍ତିତ ବିଲରେ ରହିଛି ପାଚିଲା ଫସଲ ତାଙ୍କ ,
ଆଦାୟ କରିବେ କିପରି ତାହାକୁ
ଶୀତଟି କରେ ଆତଙ୍କ।
ଦଶଟା ହେଉଛି ବିଲେ ଯାଉଯାଉ କି କରିବେ ବିଲେ କାର୍ଯ୍ୟ,
ଅତି ଭୟଙ୍କର ଏବର୍ଷର ଶୀତ
ନହୁଏ ଆଦାୟ କାର୍ଯ୍ୟ।
ମାର୍ଗଶୀର ପରେ ଆସିବଟି ପୌଷ ଦେବଟି ଯନ୍ତ୍ରଣା ବହୁ,
ଏବର୍ଷର ଶୀତ ହାଡ଼ ଭାଙ୍ଗୁ ଅଛି
ବୃଦ୍ଧଙ୍କ ଯନ୍ତ୍ରଣା ବହୁ।
ସ୍ନାନ କରିବାଟି ହୁଏ କଷ୍ଟକର ସକାଳୁ ନବାଜେ ଘଣ୍ଟ,
ସକାଳୁ ନଶୁଭେ ରାବ ଶିବଙ୍କର
ମନ୍ଦିରେ ନଶୁଭେ ଘଣ୍ଟା।
ଶୀତର ପ୍ରଖର ଏବର୍ଷରେ ଅତି ବୁଦ୍ଧି ଦିଶୁ ନାହିଁ କିଛି,
ସକାଳର ଦୃଶ୍ୟ ଜନ ଶୂନ୍ୟ ଭୂମି
ଦିଶୁଛି ଅନ୍ଧାର ଭୂମି।
ଯନ୍ତ୍ରଣା ଶୀତର ଜୀବଜନ୍ତୁ ରାବ କରୁଛି ବ୍ୟଥିତମନ,
ନାହିଁ ଆନନ୍ଦିତ ଚିନ୍ତିତ ସମସ୍ତେ
କରେ ଶୀତ ହୀନିମାନ।