ସହୀଦ ବାଳୁତ
ସହୀଦ ବାଳୁତ
ସହୀଦ ବାଳୁତ ଶ୍ରୀ ବାଜି ରାଉତ
ବୀରଙ୍କ ମଧ୍ୟେ ଅଗ୍ରଗଣ୍ୟ ।
ମାଟିମାଆ ପାଇଁ ସ୍ୱାଧୀନତା ଲଢ଼ି
ଦେଇ ତ ଦେଲେ ସେ ଜୀବନ ।
ଢେଙ୍କାନାଳର ପ୍ରଜାଆନ୍ଦୋଳନର
ତୀବ୍ର ଥିଲା ସ୍ୱାଧୀନତାର ସ୍ବର ।
ନୀଳକଣ୍ଠପୁରବାଳୁତ କୁମାର
ଥିଲା ସେଦେଶେ ବୀରଙ୍କର ବୀର ।
ଢେଙ୍କାନାଳ ଜିଲ୍ଲା ଅମୃତ କୁମାର
ଜଗେ ବ୍ରାହ୍ମଣୀର ଘାଟ ।
ଅନ୍ଧାର ଶାସନେ ଅନ୍ଧାରୀ ଦୁଷ୍ଟଙ୍କୁ
ଛାଡି ଯେ ନଥିଲା ବାଟ ।
ବନ୍ଧୁକ ଗୁଳିତ ମଥା ଟପିଗଲା
ଚାଲି ଗଲା ତାଙ୍କ ଜୀବନ
ଏତେ ଛୋଟ ପିଲା ଆମର ଗର୍ବ ଯେ
ସମସ୍ତଙ୍କର ସେ ମହାନ ।
କିଛି ବର୍ଷ ପରେ ଭାରତ ମାତା ତ
ପାଇଥିଲା ତାର ସ୍ୱାଧୀନତା ।
ସ୍ୱାଧୀନତା ପରେ ଆମରି ଜନତା
ମନେ ରଖିଛନ୍ତି କି ତା କଥା ।
ଶାନ୍ତ ସୁଧୀର ମାନବ ବ୍ରତଚାରି
ବାଳୁତ ବାଜିରାଉତ ।
ବାର ବର୍ଷରେ ଇତିହାସ ରଚିଲ
ହୃଦୟ ହୁଏ ସ୍ପନ୍ଦିତ ।
ସ୍ୱାଧୀନତା ପାଇଁ ବକ୍ଷରେ ଶୋଭଈ
ତୁମ ଶୁଭ ମୃତ୍ୟୁର ମାଳ ।
କୋଟି କୋଟି ଲୋକ ସ୍ତବ୍ଧ ହୋଇ ଗଲେ
ପ୍ରଣାମ ତୁମ୍ଭ ପାଦ ତଳ ।