STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଶିବଶମ୍ଭୂ ଶମ୍ଭୂରିଶ ଚନ୍ଦ୍ର ଶେଖର

ଶିବଶମ୍ଭୂ ଶମ୍ଭୂରିଶ ଚନ୍ଦ୍ର ଶେଖର

2 mins
244


 


ଜୟ ଜୟ ଜୟ ପ୍ରଭୁ ସଦାଶିବ

ଦୟାକର ଦୟାମୟ ମହାଦେବ ‌।

କରୁଣା ସାଗର ହେ ଶିବଶଙ୍କର

ତୁମ କରୁଣା ରେ ହସେ ଏ ସଂସାର।

ସ୍ମଶାନ ବାସୀ ପ୍ରଭୁ ଡମ୍ବରୁଧର

ଚନ୍ଦ୍ର ଶେଖର ବାବା ପାର୍ବତୀ ବର ।

ଶିବଶମ୍ଭୂ ଶମ୍ଭୂରିଶ ହେ ଶଙ୍କର

ଶିବ ଶୂଳି କୃତ୍ତିବାସ ମହେଶ୍ୱର।

ଉମାପତି ପଶୁପତି ମହାଜତି

ବିଶ୍ବପତି ବାଚସ୍ପତି ଦିବ୍ୟ ଜ୍ୟୋତି।

କୈଳାଶ ପତି କୈଳାଶ ଦିଗମ୍ବର

ଗଙ୍ଗାଧର ରଙ୍ଗାଧର ବିଶ୍ବମ୍ବର।

ଭୋଳା ବାବା ଭୋଳାନାଥ ଭାବେ ଭୋଳା

କାଳଜୟୀ ମହାକାଳ ଭସ୍ମ ବୋଳା ।

ଆଶୁତୋଷ ଆଶୁରୋଷ ଜଗଦୀଶ

ତପେ ବର କୋପେ ବର ଗିରିଈଶ ।

ଭୂତ ଖେଚର ଗଳେ ଭୂଜଙ୍ଗ ହାର

ନନ୍ଦୀ ବାହାନେ ପ୍ରଭୁ ନନ୍ଦୀକେଶ୍ବର ।

ଭକ୍ତ ବନ୍ଧୁ କୃପାସିନ୍ଧୁ ଭକ୍ତ ପ୍ରିୟ  

ଈଶ୍ୱର ସର୍ବ ଇଶାନ ସର୍ବମୟ ।

ସତ୍ୟ ସୁନ୍ଦର ବାବା ସର୍ବ ସୁନ୍ଦର

ନୃତ୍ୟ ପ୍ରିୟ ନୃତ୍ୟ ରତ ମହା ରୁଦ୍ର।

ଚନ୍ଦନ ଚର୍ଚ୍ଚିତ ହେ ଚନ୍ଦନେଶ୍ଵର

ଜଳ ସ୍ଥଳ ଆକାଶେ ନିତ୍ୟ ବିହର ।

ଭକତିରେ ବନ୍ଧା ପ୍ରଭୁ ଭକ୍ତ ନିଜର

ନିର୍ବି

କାର ନିରଞ୍ଜନ ନିତ୍ୟ ସୁନ୍ଦର ।

ଗଳାରେ ଶୋଭିତ ବାବା ସର୍ପ ଙ୍କ ହାର

କର୍ଣ୍ଣ କୁଣ୍ଡଳ ମଣ୍ଡଳ କୁଣ୍ଡଳେଶ୍ବର ।

ଆଦିନାଥ ଆଦିଭୂତ ଆଦିତ୍ୟେଶ୍ବର

ଆଦିଗୁରୁ ଆଦିଯୋଗୀ ଅନଙ୍ଗ ହର ।

ଭଇରବ ଭୂତପାଳ ହେ ଭୂତେଶ୍ବର

ଭବନାଥ ଭାଲେନେତ୍ର ଭୁବନେଶ୍ୱର ।

ଗୁଣଗ୍ରାହୀ ଗୁରୁଦେବ ଗୀରିଶ ବର

ଦୟାଳୁ ଦେବାଧିଦେବ ଦିବ୍ୟ ସୁନ୍ଦର ।

ଶିତିକଣ୍ଠ ନୀଳକଣ୍ଠ ଶ୍ରୀକଣ୍ଠ ଶୁର

ଶାନ୍ତ ସନାତନ ଶୂଳୀ ଶ୍ରେଷ୍ଠ ଓଁକାର ।

ମହାଦେବ ମହାକାଳ ହେ କାଳେଶ୍ବର

ମୃତ୍ୟୁଞ୍ଜୟ ମହାଯୋଗୀ ଯୋଗାଧିଶ୍ବର ।

କୃପାନିଧି କୃପାମୟ କୃପା ସାଗର

କୃପାଳୁ କୈଳାସପତି କୂଳ ଶେଖର ।

ତ୍ରିଲୋଚନ ତ୍ରିପୁରାରୀ ତ୍ରିଲୋକେଶ୍ବର

ପିନାକୀ ପ୍ରିୟ ଦର୍ଶନ ପରମେଶ୍ବର ।

ସଦାଶିବ ସନାତନ ଶ୍ରୀ ସର୍ବେଶ୍ଵର

ସର୍ପେଶ୍ବର ସୋମେଶ୍ୱର ଶୀତଳେଶ୍ବର ।

ସୁଖଦ ସୟମ୍ଭୂ ଶମ୍ଭୂ ବିଶ୍ବ ଈଶ୍ବର

ଶମ୍ଭୁରିଶ ବାଚଷ୍ପତି ସଂସାର ସାର ।

ଧ୍ଯାନଦୀପ ଜ୍ଞାନଦୀପ ଜ୍ଞାନ ସାଗର

ମହାମୟ ମହାଯୋଗୀ ଯୋଗ ଈଶ୍ବର ।

ଦୟା କଲେ ଦୟାମୟ ହସେ ସଂସାର

ଦୂର ହୋଇଯାଏ ପ୍ରଭୁ ଘନ ଅନ୍ଧାର ।


Rate this content
Log in

Similar oriya poem from Classics