ଶିବଙ୍କ ଦଣ୍ଡ ଯାତ୍ରା ମହାନ
ଶିବଙ୍କ ଦଣ୍ଡ ଯାତ୍ରା ମହାନ
ଦେବ ଙ୍କ ଦେବ ମହା ଦେବ
ତୁମେ ପରା ହେଲ ସଦା ଶିବ
ତୁମରି ଇଚ୍ଛା ରେ ଜଗତ ଆତ ଯାତ
ହେ ଭୋଳା ନାଥ ଜାଣ ଅତୀତ ଭବିଷ୍ଯତ
ମଧୁ ମାସେ ହେଉ ଅଛି ତୁମ ପରବ l
ଦଣ୍ଡ ଯାତ୍ରା ରେ ଆସ ସଦା ଶିବ
ଝୁଣା ଧୂପ ରେ ଗାଁ ଗାଁ ମହକି ଉଠିବ
ତୁମକୁ ପୁଜିବେ ଦର୍ଶନ କରିବେ ନର ଆଉ ଦେବ
ତୁମକୁ ବନ୍ଦନା କରି ଭକତ ନେବେ l
ତୁମରି ପାଦ ପଦ୍ମେ ଶରଣ ପଶିବେ
ମଧ୍ୟାନ୍ନ ବେଳାରେ ଧୂଳି ଦଣ୍ଡ ହୋଇବ
ପାଣି ଦଣ୍ଡ ସାରି
ଗାଁ ରେ ବୁଲିବ
ସନ୍ଧ୍ୟା ଆଳତି ରେ ଭକତ ଗହଳି ହେବ l
ଲିଆ ସାଥେ ପଣା ଭୋଗ ଲାଗି ହୋଇବ
ମଧ୍ୟ ରାତ୍ରି ରେ ଅନ୍ନ ଭୋଗ ଅର୍ପଣ ହେବ
ହେ ଶିବ ତୁମ ପରଭା ନାଚ କୁ ଜଗତ ଦେଖିବ
ପାଟ ଦଣ୍ଡୁଆ ପରଭା ଧାରଣ କରିବେ l
କେତେ ମାନସିକ ଧାରି ଦଣ୍ଡରେ ମିଶିବେ
ପୁର ପଲ୍ଲି ସବୁଠି ତୁମ ଳିଳା ହୋଇବ
ତୁମରି ଦର୍ଶନରେ ସବୁ ଦୁଃଖ ସାଥେ ଭୟ ଯିବ
ଜୟ ଜୟ ହେ ବାବା ଦଣ୍ଡେସ୍ଵର l
ଜୟ ଆଖଣ୍ଡଳମଣୀ ହେ ମହେଶ୍ଵର
ତୁମ ନାମ ଧରି ଦିନ ମୋ ବିତି ଯାଉ
ତୁମରି ଯାତ୍ରାରେ ଜୀବ ଶାନ୍ତି ମୁକ୍ତି ପାଉ l