STORYMIRROR

Jagannath Das

Inspirational

3  

Jagannath Das

Inspirational

ଶହୀଦଙ୍କ ପ୍ରତି

ଶହୀଦଙ୍କ ପ୍ରତି

1 min
194



ଫେରିଆସ ତମେ ଯେତକ ଶହୀଦ

ଦେଖିଯାଅ ଏହି ମହିତଳେ

ଅମୃତ ମହୋତ୍ସବ ଆମେ ହିଁ ପାଳୁଛୁ

ପ୍ରଣାମ ହେ ତୁମ୍ଭ ପାଦ ତଳେ.....୧


ଅବର୍ଣ୍ଣନୀୟ ଯେ କୀରତି ତୁମ୍ଭର

ଇତିହାସ ଗାଏ ଗୀତି

ସ୍ବାଧୀନତା ପାଇଁ ତ୍ୟାଗ ତ ତୁମ୍ଭର

ଲେଖାହୁଏ ପୁଣ୍ୟପୋଥି.........୨


କେତେଯେ ସମର ଦେଖିଛି ଏ ମାଟି

ତୁମ୍ଭେ ଯେ ଖାଇଛ ଗୁଳି

ବେଇମାନ ସିଏ,ଭାରି ଧୋକା ଦିଏ

କଳିରେ ଉଡିଛି ଧୂଳି..........୩


ତୁମେ ଏ ଦେଶର ବୀର ପୁଂଗବ

ଆଣିଛ ଦେଶର କେତେ ଗୈାରବ

ତ୍ରିରଂଗା ଗାଉଛି ତୁମର ଗାଥା ହେ

ତୁମେ

ହିଁ ଦେଶର

 ଅତୁଟ ବୈଭବ........୫


କେତେଦୁଃଖ ସହି କଷ୍ଟେ ଆଣିଦେଲ

ଆମରି ଦେଶର ସ୍ବାଧୀନତା

ଅମୃତମହୋତ୍ସବ ପାଳୁଛୁ ଆଜି ହେ

ଉତ୍ସବେ ଖୁସି ଦେଶେ ଜନତା....୫


ପଂଚୋସ୍ତରୀ ବର୍ଷ ହୋଇଛି ହେ ଶେଷ

ଦେଶ ପାଳୁଛିତ ସ୍ବାଧୀନତା ଦିବସ

ସୁ ଶାସକ ନାହିଁ ,ସୁ ଶାସନ ନାହିଁ,

କାହାକୁ କହିବା ଏଠି,

ତୁମେ ନ ଦିଶ.......୬


କର ରେ ଚାଲିଛି ଆଜିର ଦେଶ

ଆଖି ପୁରାଇଣ ତୁମେସ୍ବର୍ଗରୁ ଦେଖ

ବୈଜୟନ୍ତୀମାଳା ଗଳାରେ ପିନ୍ଧିଛ,

ଆଜିବି ରହିଛି 

ପରାଧିନର ମୁଖ........୭



Rate this content
Log in

Similar oriya poem from Inspirational