Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Classics

3  

Anirudha Kund

Classics

ଶେଷବନ୍ଧୁ ପୀତବାସ

ଶେଷବନ୍ଧୁ ପୀତବାସ

1 min
229



ମାୟାର ବଜାରେ କାହିଁକି ମଜାରେ

   ମଜି କରୁ ରତି ରାସ

 ବେଳ ଥାଉ ଥାଉ ଧର ମହାବାହୁ

   ଶେଷବନ୍ଧୁ ପୀତବାସ ॥୦॥


 ନିର୍ମାଲ୍ଯ କେବଳ ନୁହେଁଲୋ ଚାଉଳ

   ଶେଷ ଭୋକ କରେ ତୋଷ

 ତୁଳସୀର ଜଳ   ଅନ୍ତିମ ସମ୍ବଳ

    ଶେଷ ଶୋଷର ପିୟୂଷ

ରାମ ନାମ ସତ୍ୟ ହରି ନାମ ସତ୍ୟ

   ଶେଷ ଯାତରେ ସାହାସ ॥୧॥


ଛଅ ଖଣ୍ତ କାଠ କୋକେଇ ବାଉଁସ

  ସାଥିରେ ଯାତରା ଶେଷ

ଅନ୍ତିମ ବିଛଣା  ଶରୀର ଠିକଣା

   ଶ୍ମଶାନ ଘାଟ ପାଉଁସ

 ପାଉଣାର ଶେଷ ଜଗାର ଆଶିଷ 

  ଜୀବ ତାର ନିତ୍ୟ ଦାସ॥୨॥


Rate this content
Log in

Similar oriya poem from Classics