Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics


3.9  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics


ଶେଷ ସାକ୍ଷୀ ଖାଲି

ଶେଷ ସାକ୍ଷୀ ଖାଲି

1 min 152 1 min 152


ସ୍ମୃତି ଆଜି ସାଜେ ଜୀବନର ପୃଷ୍ଠା

ସମୟର ଇତିହାସେ, 

ବୟଷ ଯେଉଁଠି ରାତିର ସପନ

ସକାଳକୁ ଅଙ୍କ କଷେ ।


କରିବା ଟା ଯାହା କର୍ତ୍ତବ୍ୟ କେବଳ

ବଞ୍ଚିବାର ମାନେ ନେଇ,

ସଞ୍ଚୟ କରିବା ପାଇଁ ଯାହା ଲୋଡ଼ା 

ମନେ ଥରେ ଭାବିନାହିଁ।


ଗଳିତ ଶରୀର ଲାଭ ଲୋଭ ମୋହ 

କିଛିକ୍ଷଣ ଲାଳସାରେ, 

ଫଳିତ ହିସାବ ଦିନେ ବି ବୁଝିନି 

ହାନୀ ଲାଭ ମିଳିବାରେ ।


ମୋର ମୋର ବୋଲି ମର ସଂସାରରେ 

ସରିଯାଏ କାଳ ବେଳ, 

ବଳ ଅଛି ବୋଲି ଗରବ କରିବା 

ନିମିଷକ ଲାଗି ଖେଳ ।


ଖଳୁ ଶରୀରଟା ଛଳ କରି ଦିନେ 

ବାଧ୍ୟ ମାଟିରେ ମିଶିବ, 

ବଳ ଥାଉ ଥାଉ ବେଳ ଆସିଯିବ 

କେହି ଜାଣି ନ ପାରିବ ।


ଦେଖିନି ଆସିବା ଜାଣିନି ଯିବା ଟା

ଅବୁଝା ଭାବରେ ବଞ୍ଚି,

ଶୁଝିବାକୁ ଅଛି କେତେ କେତେ ଋଣ

କିଛି ତ ରଖିନି ସଞ୍ଚି ।


ବିଞ୍ଛାହେବା ଦିନ ଖଇ କଉଡ଼ି ମୋ 

କିଛି ନଥିବ ମୋ ପାଶ, 

ରାମନାମ ସତ୍ଯ ହରିନାମ ସତ୍ଯ 

ଶେଷ ସାକ୍ଷୀ ପିତବାସ ।


Rate this content
Log in

More oriya poem from ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Similar oriya poem from Classics