Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Hota

Others

4  

Kalyani Hota

Others

ଶଦ୍ଦ ତୃଷାର୍ତ୍ତିନୀ

ଶଦ୍ଦ ତୃଷାର୍ତ୍ତିନୀ

1 min
262



 ଶବ୍ଦ ତୃଷାର୍ତ୍ତିନୀ ମୁଁ

ଏକାନ୍ତେ ବସି ଯେତେବେଳେ

ଝରକା ପଟେ ଚାହେଁ

କାହିଁକି କେଜାଣି ଶବ୍ଦ ଗୁଡାକ

ମୋ ଚାରିଆଡେ ଖେଳାଇ ଯାଆନ୍ତି

କେତେ ଲୁଚକାଳି ଖେଳନ୍ତି

ତ କେତେ ପଇଁତରା ମାରନ୍ତି

ଶବ୍ଦ ମୋର ଅନ୍ତରଙ୍ଗ ଦୁର୍ବଳତା

ଶବ୍ଦ ମୋର ଭୂଷଣାଳଙ୍କାର

ତା ବିନା ମୁଁ ଶୁଷ୍କ ପୁଷ୍କରିଣୀ

ତା ଅଭାବେ ମୁଁ ମୃତସତ୍ତା

ତା ଉପସ୍ଥିତିରେ ମୁଁ ପାଏ ଜୀବନ୍ୟାସ

କହିଯାଏ ମନର ଅହୁକା କଥା

ଏମାନଙ୍କ ଦ୍ଵାରା ତ ମୁଁ

ଭାସି ଭାସି ଯାଏ

ଅନେକ ଦୂର କବିତା ସ୍ରୋତହୋଇ

ଭୂଲି ଯାଏ ନିଜ ଠିକଣା ପରିଚୟ

ଅଜଣା ରାଇଜେ ବିଚରଣ କରେ

ସ୍ଵାଧୀନତାର ଡେଣା ଲଗାଇ

ସେତେବେଳେ ବୋଧେ ମୁଁ ସାଜ୍ଜେ କବୟିତ୍ରୀ

ନୈସର୍ଗିକ ଧରଣୀ ମୈତ୍ରୀ ।।

                   


Rate this content
Log in