Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pratap Chandra Mishra

Children

3  

Pratap Chandra Mishra

Children

ଶବ୍ଦ ପ୍ରକରଣ

ଶବ୍ଦ ପ୍ରକରଣ

1 min
328



ଶୁଣ ରେ ପିଲେ କହୁଛି ଆଜି

ଆମ ଓଡ଼ିଆ ଲେଖା ଭାଷା କଥା I

ମନର ଭାବ ପ୍ରକାଶ ମାଧ୍ୟମ କୁକହୁ ଆମର ଭାଷାI


ଭାଷା ର ସୃଷ୍ଟି ଧ୍ଵନି ରୁ ହୁଏ

ମୁଖ ନିସୃତ ବାଣୀ ଧ୍ଵନି I

ଧ୍ଵନି ର ଲିଖିତ ରୂପ କୁ ବର୍ଣ୍ଣ କୁହାଯାଏ ପୁଣି I


ବର୍ଣ୍ଣମାଳା ର ଲିଖିତ ସଂକେତ

ଲିପି ହୋଇଥାଏ I

ଓଡ଼ିଆ ଭାଷା ର ସ୍ୱର ବ୍ୟଞ୍ଜନ ବର୍ଣ୍ଣ ଦୁଇ ଭାଷା ଆମ ଓଡ଼ିଆ ଭାଷା କୁ ସମୃଦ୍ଧି କରାଏ I


 ପିଲାଏ ଆସ ଜାଣିବା କିଛି ଓଡ଼ିଆ ବ୍ୟାକରଣ I

ଶୁଦ୍ଧ ଓଡ଼ିଆ କହିବା ଲେଖିବା ଜାଣି ମାତ୍ରା ଫଳା ବର୍ଣ୍ଣ I



ମୋଟ ଅଣଚାଶ ବର୍ଣ୍ଣ ,

ଏଗାର ଟି ସ୍ୱର ବର୍ଣ୍ଣ,

ଆଉ ଅଠତିରିଶି ବ୍ୟଞ୍ଜନ ବର୍ଣ୍ଣ ହୁଏ I

ଯୁକ୍ତାକ୍ଷର ' କ୍ଷ ' କୁ ମିଶାନ୍ତି ଜ୍ଞାନୀଏ ମୋଟ ପଚାଶ ବର୍ଣ୍ଣ ମନାଯାଏ I


ସ୍ୱର ବର୍ଣ୍ଣ ଥାଏ ସରସ ସୁନ୍ଦର

କାହା ସାହାଯ୍ୟ ବିନା I

ମାତ୍ରା ଫଳା ର ବ୍ୟବହାର ନ ହେଲେ ବ୍ୟଞ୍ଜନ ବର୍ଣ୍ଣ ଟି ହୁଏ ହୀନ I


ଦଶ ଟି ମାତ୍ରା ବ୍ୟଞ୍ଜନ ବର୍ଣ୍ଣ ରେ ପ୍ରୟୋଗ କଲେ I

ସାଙ୍କେତିକ ଚିହ୍ନ ଯୁକ୍ତାକ୍ଷର କୁ ଉପଯୋଗ କଲେ ଓଡ଼ିଆ ଭାଷା ସ୍ମୃତି ମଧୁର ହୁଏଟି ଭଲେ I


ମାତ୍ରା ଫଳା ମିଶାଇ ଅକ୍ଷର ଉତ୍ତମ ଭାବନା ହୁଏ ପରିପ୍ରକାଶ I

ଓଡ଼ିଆ ଭାଷା କୁ ସମୃଦ୍ଧ କରିବାରେ ଭାବ ଭାଷା ସରଳ ହେବ ଏହାହିଁ ଦୃଢ଼ ବିଶ୍ବାସ II




Rate this content
Log in