ଶାସକ ଶ୍ରେଷ୍ଠ
ଶାସକ ଶ୍ରେଷ୍ଠ


ମା ଭଞ୍ଜ ମାଟିର ଗରବ ଗୌରବ
ସୁଯୋଗ୍ୟ ତୁମେ ସନ୍ତାନ l
ସରଳ ନିର୍ଭିକ ଶ୍ରେଷ୍ଠ ଯେ ଶାସକ
ପ୍ରଜା ବତ୍ସଳ ରାଜନ l
ମୟୁରଭଞ୍ଜରେ ଭୂମିଷ୍ଠ ହୋଇଲ
ଭଞ୍ଜ ସୁତ ହେ "ଶ୍ରୀରାମ" l
ସମଗ୍ର ପ୍ରଦେଶେ ଯୁଗ ଯୁଗ ଲାଗି
ରଖିଗଲ ଯଶ ନାମ l
ଜନତାର ପତି ବିକାଶ ପାଇଁକି
ଚିନ୍ତିତ ଥିଲେ ଆପଣେ l
କେମିତି ଜାଣିବ ତୁମରି ଶାସନ
ଡିବି କଥା ଯେ ନଜାଣେ l
ନିଜ ରାଇଜକୁ ଆଦର୍ଶ ରାଜ୍ୟରେ
କରିବାକୁ ସଦା ଭଞ୍ଜ l
ସର୍ବଦା ତତ୍ପର ଚେଷ୍ଟା ବାର ବାର
କରୁଥିଲ ଦିବା ସଞ୍ଜ l
ମାଆ ମାଟି ପ୍ରୀତି ଭାଷା ଓ ସଂସ୍କୃତି
ଉନ୍ନତି ପାଇଁକି ରାଜ୍ଞ l
ନିଜ ପାଖେ ସଦା ଗୁଣି ଓ ଉଦାର
ରଖୁଥିଲ ଜନ ବିଜ୍ଞ l
ଧରି ରାଜ ଦଣ୍ଡ ସାମ ଦାନ ଦଣ୍ଡ
ଭେଦ କରି ସୁଶାସନ l
ଭାଷା ଆନ୍ଦୋଳନ ପୁରୋଧା ସାଜିଣ
ସ୍ୱତନ୍ତ୍ର ରାଜ୍ୟ ଗଠନ l
ଶିକ୍ଷା,ଦୀକ୍ଷା, ନୀତି ଚିକିତ୍ସା ଉନ୍ନତି
ପ୍ରତିଷ୍ଠା କରିଛ ବହୁ l
ହେ"ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ" ତୁମ
କାଳ କାଳ ଯଶ ରହୁ l