Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Others

3  

Sunanda Mohanty

Others

ଶାଶ୍ୱତ ଚେତନା

ଶାଶ୍ୱତ ଚେତନା

1 min
172



ସ୍ନେହ ମଞ୍ଜି ବୁଣି ଦେବି

ଫଳିବ ଶ୍ରଦ୍ଧା

ମମତା ମୋତି ବିଞ୍ଚିଦେବି

ନଥିବ ବାଧା

ପ୍ରୀତି ଗଛ ପୋତିଦେବି

ନଥାଉ ସଉଦା

ପ୍ରେମ ଜଳ ସିଞ୍ଚି ଦେବି

ନଥିବ ଅସୁବିଧା

ମୈତ୍ରୀ ଚାରା ରୋପିଦେବି

ସଭିଏଁ ସାଧାସିଧା

ବନ୍ଧନ ବାଡ ଦେବି ଚାରିପଟେ

ଚାରା ବଢ଼ିଚାଲିବ ସିଧା ସାଧା

କୃଷ୍ଣଙ୍କ ନାମ ସାଥେ କୃଷ୍ଣା

ଅଛନ୍ତି ଥିଲେ ଥିବେ ଅଧା

ଆମେ ସବୁ ବୁଣିଦେବା ଜାତୀୟତା

ଦୁଃଖ ଦୈନ୍ୟ ହୋଇବ ବିଦା

ତ୍ରିରଙ୍ଗା ତଳେ ଦେଖୁଥିବା ଶାନ୍ତି

ସଦଭାବନାରେ ସଭିଏଁ ବନ୍ଧା

ଶାଶ୍ୱତ ଚେତନାର ଉଦବୁଦ୍ଧ ହେବା

ମନେ ଜାଗି ସଦ୍ଭାବନା ଶ୍ରଦ୍ଧା

ଫୁଲ ଫଳ ଚାଷ ବାସ ଦେଶ ଦଶ

ଗୋଟିଏ ସୂତାରେ ଛନ୍ଦା

ତ୍ରାହି ତ୍ରାହି କେହି କହିବେନି ଆଉ

ଆସୁ ଯେତେ ବି ବାଧା।



Rate this content
Log in