ଶାନ୍ତି
ଶାନ୍ତି
ଶାନ୍ତି ଖୋଜିବାକୁ ବାହାରିଲି
ଗାଆଁ ଠୁ ସହର ବୁଲି
ଦିନ ବିତିଗଲା ପାଦ ଥକିଗଲା
ବୃଥା ହେଲା ଚାଲିଚାଲି ।
ଅଭାବ ଦେଖିଲି କୁଡିଆର ଘରେ
ଧନି ଘରେ ଅଛି ଚିନ୍ତା
ରୋଗ ବେମାରୀ ତ ବଡ଼ ଶତ୍ରୁ ଏବେ
ଲେଖିବି କାହାର କଥା ।
ଭୁଲିଗଲେ ସବୁ ମାନ ସନମାନ
ଭୁଲିଗଲେ ଗୁରୁଜନ
ନିଜ ସଂସ୍କୃତି ନିଜ ପରମ୍ପରା
ହୋଇଗଲା ସବୁ ଶୁନ୍ୟ ।
ପଇସା ପଛରେ ଧାଇଁଲେ ସଭିଏଁ
ଆଖି ଥାଇ ହେଲେ ଅନ୍ଧ
ମାତୃ ଜାତିକୁ ଅସମ୍ନାନ କରି
ପଛେ ପଡ଼ିଲେ କାମାନ୍ଧ ।
ପୁରୁଷର ଖାଲି ଦୋଷ ନାହିଁ ଏଠି
ନାରୀ ମାନେ କମ୍ ନୁହେଁ
ଚାଖେଣ୍ଡେ କପଡା ପିନ୍ଧିକରି ବୁଲେ
ଫେସନ ବୋଲିଟି କୁହେ ।
ସ୍ବାଧିନତା ମାନେ ବୁଝି ପାରିଲେନି
ସେଚ୍ଛାଚାରୀତା ହୋଇଲେ,
ସେଥିପାଇଁ ଆଜି ନିଜ ପାଇଁ ନିଜେ
ସମସ୍ୟା ପାଲଟି ଗଲେ ।
ହେ ପୁରୁଷ ଜାତି ହେ ମାତୃଜାତି
ଜଣେ ସୃଷ୍ଟି ଜଣେ ସ୍ରଷ୍ଟା
ସଂସାର ସମୁଦ୍ର ଜଳରାଶି ପରେ
ଦୁହେଁ ଯୁଆର ଓ ଭଟ୍ଟା ।
ଭାରତ ମାତାର ସନ୍ତାନ ଆମେରେ
ସଭିଏଁ ଭାଇ ଭଉଣୀ
ପର ପାଇଁ ନିଜେ ବଞ୍ଚିବା ଶିଖରେ
ଘୁଞ୍ଚିବ ଦୁଃଖ କାହାଣୀ ।
ଦୁଃଖ ଘୁଞ୍ଚି ଯିବ ଶାନ୍ତି ମିଳିଯିବ
ରଖିଲେ ମନ ଏକତା
ଅଭାବ କଷଣ ଦୂର ହୋଇଯିବ
ଦୂର ହୋଇଯିବ ଚିନ୍ତା ।