Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Inspirational

3  

Lopamudra Parida

Inspirational

ସେଇ ନୀଳ କଥା

ସେଇ ନୀଳ କଥା

1 min
175


ସାଇଲେନସର ପାଇପରୁ ଭୁମ୍ ଭୁମ୍ ଧୂଆଁ ମାଡ  

କୋଉ ରାସ୍ତାର ଭିଡକୁ କମେଇ ପାରୁଛି ଯେ 

ହଜାରେ ମେଟ୍ରୋର

ସଲବଲ ଗହଳି।।


ସମସ୍ତେ ପାଟି କରୁଛନ୍ତି ଛିଃ ଛିଃ ,

ସେଇ "ଛିଃ" ରୁ ଭାଗେ ହେଇ ।।


ଏତିକିରେ ଆଶ୍ଚର୍ଯ୍ୟ ହୁଅନି ....

ଚକ ତଳେ ସହସ୍ର ଚକ ତଳେ

ମାଟି ଫାଟି ସାରିଛି  

ସରିଛି କେବେଠୁ ଜୀବନର " ଆହାଃ " ଭାବ

କେଣ୍ଡାଏ ଧାନ କଅଁଳିବ .... କିଏ ଖୋଜୁଛ?

ପେଟ ଅଛି ନାହିମୁଣ୍ଡ ଠି?

ନାକ ନାକ ଉଣ୍ଡେ ଅମ୍ଳଜାନ ଏବେ ।।


ଦିନ ଆସିପାରେ ,

ଥାକେ ଥାଇ ବି

ଆଉଟୁ ପାଉଟୁ ହବ କଙ୍କାଳ ....

ମୁଠେ ଭାତ ଆଉ ଚିମୁଟେ ସ୍ନେହ ପାଇଁ 

ଏଇ ତ ଆରମ୍ଭ ମାତ୍ର .....।।


ବଟିକାରେ କେତେ ଦିନ ବଞ୍ଚିହୁଏ ଭଲା!


ହେ ! ଜାଣିଛ ଟ୍ରାଫିକ ଭିଡ ଭିତରେ 

ପାଦତଳେ ଆଜି ପଡିଥିଲା 

ଗୋଟେ ଟରକ୍ୟୁରିସ୍ _ କଳା ପ୍ରଜାପତି 

ମେଘ ଘେରିଥିଲା ସାରା ମଣ୍ଡଳକୁ  

ମୁଁ ଶ୍ରାବଣରେ...   ଫଗୁଣ ଛୁଆଁ ମହକ ଭିତର ଦେଇ

ଗୁଣୁଗୁଣୁଗୀତଟିଏର ତାଳଟେ ଧରୁ ଧରୁ

ସିଏ ଡେଣା ଟେକୁଥିଲା ତଳୁ  

ଜୀଇଁ ଥାଇ ।।


ଚେଁ ତାତି

ପିଚୁ ରୋଳ ଭିତରେ

ସ୍ବପ୍ନରଙ୍ଗୀ ମନନ।।


ତା' ଡେଣାର ରଙ୍ଗ ଲୋଭିଲା ଲାଗୁଲାଗୁ 

ସମୁଦ୍ରି ସବୁଜିଆନୀଳ 

ଯାଦୁଟିଏ ପରି .....


ବର୍ଷା ମତେ ଗୋଟାପଣେ ଭିଜେଇସାରିଥିଲା ।।


ଆଉ କଣ ଥିଲା କି !

ଡେଣାଲଖା କଳାପିଚୁରେ 

ତା' ଚିହ୍ନ ବି ଧୋଇଗଲା ।।


ମୋ ମନରେ ଅଙ୍କା ପ୍ରଜାପତିଟି

 ଝଡ୍ କି' ମରିଗଲା 

କୋଉ ଚକ ତଳେ କେଜାଣି ?


ଅଜଣା ନୀଳ ଗପଟିଏ

ଆଙ୍କୁ ଆଙ୍କୁ ।।



Rate this content
Log in

Similar oriya poem from Inspirational