Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Illa Kanungo Mohapatra

Romance

4.0  

Illa Kanungo Mohapatra

Romance

ସେଇ ମିଠା ମୁହୂର୍ତ୍ତ...

ସେଇ ମିଠା ମୁହୂର୍ତ୍ତ...

1 min
242


ଚାହିଁ ରହିଥିଲି ଦୂର ଦିଗବଳୟକୁ

ଲାଗୁଥିଲା ସତେ ଯେମିତି

ସେ ଘୋଡ଼ି ହେଇଛି

କଳା ମେଘର ଚାଦର......

କଳା କଳା ବାଦଲ ସବୁ

ଭାସି ଯାଉଛନ୍ତି ଆକାଶରେ

ଲାଗୁଛି ଯେମିତି

ବହୁତ ଜଲଦିରେ ଅଛନ୍ତି

ସେଇ ଦୂର ପାହାଡ ପାଖରେ ପହଞ୍ଚିବାକୁ...

ଚାହୁଁ ଚାହୁଁ ବାଜି ଉଠିଲା

ଝିପି ଝିପି ବର୍ଷାର ଘୁଙ୍ଗୁର

ଆଉ ଭାସି ଆସିଲା

ତୁମ ହାତ ତିଆରି ଚାହାର ବାସ୍ନା.....

ମନ ଭିତରେ ଥିଲା

ସେଇ କପେ ଚାହାର ବ୍ୟାକୁଳତା

ଆଉ ତା ସାଙ୍ଗେ

ଆମ ମିଠା ମିଠା ବାର୍ତ୍ତାଳାପ.......

କଥା କଥାରେ ମନେ ପଡ଼ିଯାଏ

କେତେ ଯେ ପୁରୁଣା ସ୍ମୃତି....

ଅନେକ ମିଠା ମୁହୂର୍ତ୍ତ,

ଭରିଦିଏ ଓଠରେ ପୁଣି ଥରେ ହସ,

ଆଖିରେ ଲାଜ, ଆଉ ହୃଦୟରେ

ପ୍ରେମର ପାଦ ସ୍ପର୍ଶ........... 


Rate this content
Log in