Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ସେଇ ଆଖି ଦୁଇଟି ପାଇଁ

ସେଇ ଆଖି ଦୁଇଟି ପାଇଁ

1 min
219



ଦେଖିଦେଇ ତୁମ ଆଖି ଦୁଇଟିକୁ

ପଡି ଯାଇଥିଲି ପ୍ରେମେ

କଥାକୁହା ସେଇ ଆଖି ଦୁଇଟି ଲୋ

ଭେଦିଗଲା ମୋର ମର୍ମେ I


ସେଇ ଆଖି ତଳେ ଲୁଚିଲା ଲୋ ସଖୀ

ମୋ ମନର ସବୁ ଖୁସି

ତୁମେ କି ଜାଣିନ ସେଇ ଆଖି ଦେଖି

ନୀରବେ ଦିିଏ ମୁଁ ହସି I


ସେଇ ଆଖିତଳେ ମୋ ହୃଦୟ ଗାଥା

ସପନର ଗନ୍ତାଘର

ସେଇ ଆଖିତଳେ ଲେଖିଛି ମୁଁ ସଖୀ

ପ୍ରଣୟର ଇସ୍ତାହାର I


ଦେଖିଦେଲେ ସେଇ ଆଖି ଦୁଇଟିକୁ

ମୋ ଭିତରେ ଉଠେ ଝଡ

ଜୁଆରିଆ ହୁଏ ଯଉବନ ନଈ

ଭାଙ୍ଗିଦିଏ ବନ୍ଧ ବାଡ I


କବିତାରେ ମୋର ନିତି ନୂଆ ସ୍ୱର

ସରଜେ ଲୋ ସେଇ ଆଖି

ପ୍ରୀତିର ମନ୍ଦିରେ ଶଙ୍ଖଧ୍ୱନି ଶୁଭେ

ତୁମେ ତ ଜାଣିଛ ସଖୀ I


ସେଥିପାଇଁ ଆଜି ଅଜାଡି ଦେଉଛି

ହୃଦୟର ଭରା ପ୍ରେମ

ସେଇ ଆଖି ପାଇଁ ସରଜନା ହେଉ

ଅନୁଭବ ଅନୁପମ I

         



Rate this content
Log in

Similar oriya poem from Romance