Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Anirudha Kund

Classics


4.2  

Anirudha Kund

Classics


ସେହି ମୋର ଗଣ୍ଠିଧନ

ସେହି ମୋର ଗଣ୍ଠିଧନ

1 min 345 1 min 345


ହେଲେ ହେଉ ଜଗା ଜଗତର ନାଥ

   କରୁ ସର୍ବେ ଆଲିଙ୍ଗନ

ସେହି ମୋର ପ୍ରଭୁ ମୁହିଁ ତାର ଦାସ

   ସେହି ମୋ ରଙ୍କ ରତନ ॥୦।।


ଶରଧା ବାଲିରେ ପାଦ ଥାପି ଦେଲେ

  ଧନ୍ୟ ହୁଏ ମନ ପ୍ରାଣ

ନୀଳଚକ୍ରେ ଦେଖି ଫର ଫର ସେହି

  ନେତ ପତିତ ପାବନ

ହାତ ଟେକି ଦିଏ ଜଗା ଜଗା କହି

   ଆଖିରୁ ଝରେ ଶ୍ରାବଣ ॥୧॥


ଭାବିଦେଲ ଥରେ ଜଗାକୁ ପ୍ରେମରେ

    ନାଚିଯାଏ ତନୁ ମନ

ହୃଦୟ କନ୍ଦରେ ମହ ମହ ବାସେ

   ଅଗୁର ଫୁଲ ଚନ୍ଦନ

ମୋ ପାଇଁ ଜଗା ତ ହୃଦୟ ପସରା

   ସେହି ମୋର ଗଣ୍ଠିଧନ ॥୨॥


Rate this content
Log in

More oriya poem from Anirudha Kund

Similar oriya poem from Classics