ସେ କି କବିତା ଆଉ
ସେ କି କବିତା ଆଉ
କବିତା ଏମିତି କବିର କଲମେ
ଝରୁଥାଉ ଝରୁଥାଉ,
କବିତାର ପ୍ରତି ଶବଦ ଏମିତି
ପ୍ରେମପ୍ରେମ ବାସୁଥାଉ
ନୈବେଦ୍ୟ ତୁମକୁ ହେଉ
ତୁମପ୍ରେମେ ଯଦି ନ ଭିଜେ ସେ ଶବ୍ଦ
ସେ କି' କବିତା ଆଉ ।
ଶୟନେ ସ୍ବପନେ ଜାଗରଣେ ଅବା
ତୁମକୁ ଯେ ଆଙ୍କିନାହିଁ
ନାଥ ନାଥ ବୋଲି ଅନାଥ ହୋଇ ଯେ
ବିକଳରେ ଡାକିନାହିଁ
ଅସହାୟ ମଣି ନାହିଁ
ଗଗନେ ପବନେ ନ ଆଙ୍କେ ତୁମକୁ
ରୂପରେ ପାଗଳ ହେଉ
ସେ କି' କବିତା ଆଉ ।
ଭୋଗି ନାହିଁ ଯିଏ ଭକତିର ମଧୁ
ପିଇନି ଯାତନା ଲହୁ,
ପିନ୍ଧି ନାହିଁ ଦେହେ ଦୁଃଖର ବେଦନା
ଖାଇନି ବିରହ ଜାଉ
ସ୍ମୃତି ଫର୍ଦ୍ଦ ଫର୍ଦ୍ଦ ହେଉ
ଓହ୍ଲାଇ ପିନ୍ଧଇ ଆପଣା କରଇ
ଆସେ ପୁଣି ଯାଉ ଯାଉ
ସେ କି କବିତା ଆଉ ।
ଦେଖିନି ନୟନେ ଘୋର ଅନ୍ଧକାର
ଝଡ଼ର ବିଭତ୍ସ ଭାଉ,
ସକାଳ ସଞ୍ଜରେ ପ୍ରେମିକାଟି ହୋଇ
ଲାଭାରେ ନ ଦଗ୍ଧେ ଯେହୁ
ଲୁହରେ ଯେ ଧୋଉ ଥାଉ
ନ ଭୋଗେ ତୁମକୁ ଆରମ୍ଭ ଓ ଶେଷ
ପାଗଳର ଆଖ୍ୟା ନେଉ
ସେ କି କବିତା ଆଉ ।