Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Inspirational Children

4  

Sachidananda Kar

Inspirational Children

ସେ ଆମ ଜୀବନଧାରା

ସେ ଆମ ଜୀବନଧାରା

1 min
294


    ସୁନ୍ଦର ସରସ ଆମ ପରିବେଶ

      ତହିଁରେ ଆମର ବାସ

    ସେଇଠି ହରଷେ ବିତୁଥାଏ ଆମ

      ଦିନ ଦଣ୍ଡ ବର୍ଷ ମାସ ।। 


    ଥାଉ ଆମେ ସେଠି ମାଟି ପାଣି ଆଉ

      ପବନକୁ ସାଥୀ କରି

    ଆମରି ସୁଖରେ ଗଛଲତା ସେଠି

      ଅଛନ୍ତି ଜୀବନ ଧରି ।। 


    ଗଛରେ ପତର ଫୁଲରେ ସୁବାସ

      ଫଳରେ ମଧୁର ରସ

    ଯତନେ ରଖିଛି ସବୁ ସେ ହେବାକୁ

      ଆମ ଖୁସି ଆମ ହସ ।। 


    କଳାବଉଦିଆ ମେଘରେ ଆକାଶ

      ସାଜେ ସେଠି ଆମ ପାଇଁ

    ଜଳଟି ଆମର ଜୀବନ ବୋଲି ସେ

      ଦେବାକୁ ଆସଇ ଧାଇଁ ।। 


    ମାଟିରେ ସେଇଠି ଥାଏ ସୁନା ରୁପା 

      ଆହୁରି ଦରବ କେତେ    

    ମାଆ ପରି ପୁଣି ସହେ ସେ ଆମର

      ଅଳି ଅରଦଳି ଯେତେ ।। 


    ଶାଳ ପିଆଶାଳ ଶିଶୁ ଶାଗୁଆନ

      ଧରିଥାଏ ସେଠି ବନ

    ଆମରି କାମରେ ଲାଗନ୍ତି ସେମାନେ

      ସେସବୁ ଆମର ଧନ ।। 


    ନିଜର ଆମର ପରିବେଶ ସିଏ

      ବୁଝି ଆମେ ତା'ର ଗୁଣ

    କରି ତା'ର ସେବା ଆଦର ଯତନ

      ସୁଝିଦେବା ତା'ର ଋଣ ।। 


    ଲୋଡ଼ା ସେ ଆମର ତା' ସାଥିରେ ଆମେ

      ଥିବାଟି ଜୀବନସାରା

    ସୁଖରେ ଥିଲେ ସେ ସୁଖୀ ଥିବା ଆମେ

      ସେ ଆମ ଜୀବନଧାରା ।।



Rate this content
Log in