STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ସଦିଚ୍ଛା

ସଦିଚ୍ଛା

1 min
404



ତୁ କିଣିଥିଲୁ ଲେଡି ବାର୍ଡ଼ ସାଇକେଲ 

ମୁଁ ଲଗାଉଥିଲି ଫୁଲ 

ମକର ସଂକ୍ରାନ୍ତି ଆସିଗଲା ପରେ 

ମକର ବସି ହେଉଥିଲେ କେତେ ଗେଲ 

କଥା ଥିଲା ଆମେ ସମାଜମଙ୍ଗଳ 

କାମ କରିଯିବା ଭଲ 

ଶୀତ ଦିନେ ତୋ ସାଇକେଲ 

ବୋହୁଥିଲା କେତେ କମ୍ବଳ 

ଦିନ ଦୁଃଖୀରଙ୍କି ଶୀତକୁ ଛିଙ୍କି 

କଷ୍ଟ ପାଉଥିଲେ ଜମଦଣ୍ଡ ତୁଲ 

ମକର ଆ ଯିବା କମ୍ବଳ ବାଣ୍ଟିବା 

ମକର ଚାଉଳ ଦେବାକୁ ନଭୂଲ 

ମାଆ କହୁଥିଲେ ନେଇଯାଅ କିଛି 

ସଂକ୍ରାନ୍ତି ଭୋଗ ଚଳେଇକି ସାଇକେଲ 

 ଦିନ ହେବ ଏଣିକି ଛୋଟ <

/p>

ଦୁଃଖୀ ଦରିଦ୍ର ଜନ ପେଟ 

ବୁଝିଲେ ହୁଅଇ ଭବିଷ୍ୟତ ଭଲ 

ଆଲୋ ମକର ଯିବା ଧରି ସାଇକେଲ 

ଫୁଲରେ ସଜାଇ ସାଇକେଲକୁ 

ମକର ସଙ୍ଗେ ସାଙ୍ଗ ସୁଖ ଥିଲା ଭଲ 

ସେଦିନ ଗଲାଣି ଆଜି ମନେପଡେ 

ମକର ମୋ ଥାଉ ଭଲ

ସିନ୍ଥିରେ ସିନ୍ଦୁର ହାତରେ ଶଙ୍ଖା 

ନାଇଥା ମୋ ମକର ଦିଶୁଥା ସତେକି 

ସତେଜ ଫୁଲ 

ମନେପଡେ ଆଜି ଡାକୁଥିଲେ ତତେ 

ଲେଡି ବାର୍ଡ ସାଇକେଲ ଗାର୍ଲ 

ଅତୀତ ଯାଇଛି ସଂକ୍ରାନ୍ତି ଆସୁଛି 

ମକର ବସୁଛି ଫୁଲ ସଙ୍ଗେ ଆଉ କୋଉ ଫୁଲ 

ଝିଅ ସବୁ ଫୁଲ ପରି ହେଲେ 

ସଂସାରଟା ସମତୁଲ


Rate this content
Log in

Similar oriya poem from Abstract