Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

pranati Mahapatra

Tragedy Inspirational

3  

pranati Mahapatra

Tragedy Inspirational

ସଡ଼କ ସୁରକ୍ଷା

ସଡ଼କ ସୁରକ୍ଷା

1 min
256



ସଡକ ସୁରକ୍ଷା ଜୀବନ ରକ୍ଷା

ଅଛି ଯେ ଆମ ହାତରେ,

ନୀତି ନିୟମକୁ ପାଳିଲେ ସଭିଏଁ

ସୁଖେ ରହିବା ଧରାରେ।

ବିତିବ ଦିନ ଶାନ୍ତିରେ

ଦୁର୍ଲ୍ଲଭ ଜୀବନ ମାନବ ଜନମ

ଆଉ ପାଇବା କି ଥରେ।


ଧୀର ସ୍ଥିର ଚିତ୍ତେ ଖୁସି ମନେ ଆମେ

ଯିବା ଗନ୍ତବ୍ୟ ସ୍ଥଳରେ,

ପିନ୍ଧି ହେଲମେଣ୍ଟ ନିୟମକୁ ମାନି

ଠିକ ରାସ୍ତାରେ ଯିବାରେ।

ଗାଡ଼ି କାଗଜ ସାଥିରେ

ଗାଡି ଚଳାଇବାର ଅନୁମତି ପତ୍ର

ରଖି ଗାଡି ବାକ୍ସରେ।


ସତୁରୀ କି ଅସି ଗତିରେ ନ ଯାଇ

ଚାଳିଶ ଗତିରେ ଯିବା,

ନିଶାଦ୍ରବ୍ୟ ଖାଇ ଗନ୍ତବ୍ୟ ସ୍ଥଳକୁ 

କେବେ ଆମେ ତ ନ ଯିବା।

ରାସ୍ତାର ବାମରେ ଯିବା

ଯିବା ପାଇଁ ଗାଡି ଠିକ୍ କି ନାହିଁ

ପରୀକ୍ଷା ତ କରୁଥିବା।


ପ୍ରଦୂଷଣ ପ୍ରତି ନଜର ଦେଇଣ

ଗାଡ଼ି ଆମେ ଚଲାଇବା,

ଗାଡିରୁ ଅଧିକ ଧୂଆଁ ବାହାରିଲେ

ଗ୍ୟାରେଜରେ ଦେଖାଇବା।

କର୍ମପଥେ ଯଦି ଯିବା

ଗାଡ଼ି ଫିଟ୍ ଆଉ ଆମେ ଫିଟ୍ ଥିଲେ

ଘରୁ ବାହାରକୁ ଯିବା।



 


Rate this content
Log in