Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dharitri Das

Inspirational

4.0  

Dharitri Das

Inspirational

ସଦା ସୁଖୀ ରୁହ

ସଦା ସୁଖୀ ରୁହ

1 min
175



ଧର୍ଯ୍ୟକୁ ପାଥେୟ କରି ତୁମେ ପରିସ୍ଥିତିକୁ ସାମନା କର

ସଦା ସୁଖୀ ରୁହ ଭାଇ ହରି ନାମକୁ ହୃଦ ମଧ୍ୟରେ ଧର।


ସୁଖଦୁଃଖ ସବୁ ହେଉ ଏକାକାର ମୁଖେ ରଖିଥାଅ ହସ

ଆସୁଥିବା ଦୁଖଃକୁ କରିପାରିବ ତୁମେ ହେ ସର୍ବଦା ବସ।


ତେବେଯାଇ ଚିରଦିନ ସୁଖୀ ହେବୁ ନିଶ୍ଚେରେ ସଙ୍ଗାତ ତୁହି

ନୋହିଲେ ସତ କହୁଛି ଆଜିର ସୁଖ ବି ଯିବରେ ଉଭେଇ।


ଅଢେଇ ଦିନର କୁଣିଆ ହୋଇ ଦୁଃଖ କରିବା କାହିଁପାଇଁ

ଜୀବ ଥିବାଯାଏ ସର୍ବେ ସୁଖରେ ରହିବା ଆମେ ସାଥିହୋଇ।


ଆସ ଆସ ସଇ ସଙ୍ଗାତ ମିଳିମିଶି ଆମେ ବସିବା ମିତ

ଏକତ୍ର ହୋଇ ସମସ୍ୟାର ସମାଧାନ କରି ଗାଇବା ଗୀତ।


ସଭିଙ୍କ ଦୁଖଃକୁ ଆମେ ନେବାରେ ବାଣ୍ଟି ଫୁଟାଇ ମୁଖେ ହସ

ସାଥିହୋଇ ଆମେ ସୁଖେ କରିବା ବାସ ନଥିବ ଅବସୋସ।


କୃଷ୍ଣ ଭଗବାନ ସହାୟ ହୋଇବେ ଶ୍ରୀପୟରେ କଲେ ଲୟ

ତାଙ୍କ ଆଶୀର୍ବାଦ ଥିଲେ ନରହିବ ମନେ ଦୁଃଖ ଅବା ଭୟ।


ଆସ ଆସ ସଭିଏଁ ତାଙ୍କରି ପଦ୍ମପାଦେ ନେବାରେ ଶରଣ

ସୁଖୀ କରିବେ ଆମ ଦୁଖଃକୁ କରି ଅକ୍ଳେଶରେ ନିବାରଣ।



Rate this content
Log in