ସବୁଠୁ ମଧୁର ଲାଗେ
ସବୁଠୁ ମଧୁର ଲାଗେ
ସବୁଠୁ ମଧୁର ଲାଗେ
ମାଆ ତୋର ନାଆଁ
କେତେ କେତେ ନାଆଁ ତୋର
ଦେଇଛି ଦୁନିଆଁ ।
ମୋ ମାଆ........ମୋ ମାଆ..।0।
ଦୈତ୍ୟ ବିନାଶିନି ମା ଲୋ
ଦଇତକୁ ନାଶି
ଚଣ୍ଡୀ ରୂପେ ପୂଜା ପାଉ
ପାପକୁ ବିନାଶୀ
ତପ ଆଚରଣେ ସିଦ୍ଧ
ତୁ ବ୍ରହ୍ମ ଚାରିଣୀ
କାତ୍ୟାୟନ ୠଷି କନ୍ୟା
ନାମ କାତ୍ୟାୟନୀ
ଜଗତ ମଙ୍ଗଳ ପାଇଁ
ମଙ୍ଗଳା ତୋ
ନାଆଁ
ଦୁଃଖରୁ ତାରୁଛୁ ବୋଲି
ତୁ ତାରିଣୀ ମାଆ
ମୋ ମାଆ..ମୋ ମାଆ.।୧।
ଗିରିରାଜ ନନ୍ଦିନୀ ମା
ନାମ ବିରଜାଇ
ସାମଲ କୁଦେ ବିହରୀ
ନାମ ସମଲେଇ
ଧବଳ ବସ୍ତ୍ରେ ଭୂଷିତା
ମାତା ମହା ଗୌରୀ
ଯଶ ବଳ ଧନ ଦେଇ
ସିଦ୍ଧି ଦାତ୍ରି ବୋଲି
ଧର୍ମ ସ୍ଥାପନା ପାଇଁ କି
ନାମ ଦୁର୍ଗା ମାଆ
ନବ ରାତ୍ରେ ପୂଜା ପାଉ
ନେଇ ନଅ ନାଆଁ
ମୋ ମାଆ...ମୋ ମାଆ ।୨।