ରାତି ଯେବେ ଲମ୍ବା ଲାଗେ
ସକାଳ ନିଦୁଆ
ଭାରି କଳକଳ ଛଳଛଳ ମହୁଆ
ରାତି ଯେବେ ଛୋଟ
ସକାଳକୁ କବିତାରେ ପୂର୍ଣ୍ଣ ଖାତା
ପରିପୂର୍ଣ୍ଣତା କହି ମୋ ସାହିତ୍ୟ ବଢିଆ
ରାତି ଯେବେ କଦ୍ଦର୍ମାକ୍ତ ନିଶ୍ଚୟ ମେଘୁଆ
ସକାଳେ ନିଆଁ ପୁଆଁ ଦେହକୁ ହିତ କି ଅହିତ
କିନ୍ତୁ ଅଥଚ ତଥାପି ବଢିଆ
ରାତି ଯେବେ ଶୀତୁଆ
ସମୟ ଓ କଥା କେତେ
ସକାଳେ ନୀରବତା ଛଳିଆ ଚାଳିଆ
ରାତି ବି ଭୂତ ପ୍ରେତ ଚୋର ଭୟ ଭ୍ରାନ୍ତି ଆଣେ
ଯିଏ ଭାରି ଡରୁଆ
ସକାଳକୁ ସେ ସିଂହ ପ୍ରତିଦିନ ଭଳିଆ
ରାତି ନପାହୁ ଏକରାତି ହେଉ ସପତ ରାତି
କହି ସତୀ ମାତା ଅନସୂୟା
ଭେଟିଥିଲେ ରାତିରେ ଇଶ୍ୱର ଇଶ୍ୱରୀ
ତା ଭିତରେ ଲକ୍ଷହୀରାଙ୍କ ଦର୍ଶନ
ସକାଳକୁ ଫୁଲ ପରି କୋମଳିଆ
ରାତି ନେଇଆସେ ଅନେକ ଭାବନା
ସକାଳେ ଓଁ ଶୁଭେ ଶଙ୍ଖ ସହ
ଜୀବନ ଲାଗେ ଯେମିତି ଭାରି ଗୋଳମାଳିଆ
ଅବା ମଲ୍ଲୀଫୁଲିଆ କାଇଁମାଳିଆ
ସବୁରି ମୂଳେ କାଳିଆ
ରାତି ରାତି ଯାଏ ବିତି
ବିଶ୍ୱରୂପ ଦେଖି ଯଶୋଦା ଅର୍ଜ୍ଜୁନ
ଯାଇଥିଲେ କି ନଦୀ ଶାଳିଆ
କୋଉଠି ହଜିଲା ପୁତ୍ର ଖୋଜେ ସର୍ବତ୍ର
ସକାଳେ ଡାକୁଛି କାଉ ମୁଠି ଚାଉଳ ଖାଉ
ଆ ପୁତ୍ରମଣି ଫେରିଆ
ହା କୃଷ୍ଣ ହା କୃଷ୍ଣ ଡାକେ ନିରିମାଖି ମାଆ
ଅର୍ଜ୍ଜୁନଙ୍କୁ ସେତେବେଳେ ସଖା ରୂପେ ଶ୍ରୀକୃଷ୍ଣ
କରିଦେଲେ ଏକଦମ ବାଇଆ