STORYMIRROR

Madhu Mita

Inspirational

3  

Madhu Mita

Inspirational

ସ୍ବପ୍ନିଳ ସତ୍ୟ

ସ୍ବପ୍ନିଳ ସତ୍ୟ

1 min
192



ମୃତ୍ୟୁଠୁ ଅଧିକ ବଞ୍ଚିବା ଭୟଟି

ସତେ ଭୟାତୁର କରେ

ଜହ୍ନରେ ବସତି ଅପେକ୍ଷା ହାତରେ ଧରିବା

ଅଧିକ ଆତୁର କରେ

ପାଇବା ଅପେକ୍ଷା ହରାଇବା ଚିନ୍ତା

ମନ ଆନ୍ଦୋଳିତ କରେ

ମିଳନ ଅପେକ୍ଷା ବିଚ୍ଛେଦ ଭାବନା

ଆହୁରି କ୍ଷତାକ୍ତ କରେ

ଭବିଷ୍ୟ ଭାବନା ଯେତେ ଡରାଏନି

ଅତୀତ ଡରେଇ ଦିଏ

ବାତୁଳ ଯୌବନ ଅପେକ୍ଷା ବାର୍ଦ୍ଧକ୍ୟ

ସଭିଙ୍କୁ ହରେଇ ଦିଏ

ତିଆରି କରିବା ସତେ ଯେ ସହଜ

ରଖି ପାରିବା ଦୁର୍ଲଭ

ବିଭୂକୃପା ହେଲେ ମୁକ୍ତିପଥ ଦିଶେ

ହୁଏ ଆତ୍ମାନନ୍ଦ ଲଭ୍ଯ ।


Rate this content
Log in

Similar oriya poem from Inspirational