ସ୍ବପ୍ନ
ସ୍ବପ୍ନ
ଜୀବନ ଅଛି ତ ସ୍ୱପ୍ନ ବି ଅଛି
ଜାଗ୍ରତେ ଅବା ନିଦ୍ରାରେ
ମଣିଷ ଏମିତି ପ୍ରାଣୀଟେ ଜଗତେ
ସ୍ୱପ୍ନ ଦେଖେ ପ୍ରତି ମୁହୂର୍ତ୍ତରେ
ସଫଳ ହେଉ ବା ବିଫଳ
ମରିଲେ ସ୍ୱପ୍ନ ତ ତା ସାଥେ ମରଇ
ସଦା ସ୍ୱପ୍ନ ଥାଏ ତା ସାଥିରେ ।।
କେବେ ହୋଇଥାଏ ସତ ବା ସଫଳ
କେବେ ସେ ବିଫଳ ହୁଅଇ
ସ୍ୱପ୍ନ ରାଇଜରେ ବିଚରଣ କରେ
ନିମିଷେ ଜଗତେ ବୁଲି ଆସଇ
ଏମିତି ମଣିଷ ଥାଆନ୍ତି
ସ୍ୱପ୍ନ ତାଙ୍କ ସତ କରିବାକୁ ପୁଣି
ଅସତ ପଥରେ ଧାଆଁନ୍ତି ।।
ଶିଶୁଟିଏ ଯେବେ ହୋଇଥାଏ ବଡ଼
ସ୍ୱପ୍ନ ଦେଖାନ୍ତି ବାପା ମାଆ
ପାଠ ପଢି ବାବୁ ଭଲ ମଣିଷ ଓ
ବଡ଼ ମଣିଷରେ ଠିଆ
ଜଗତ କହିବ ବାଃ ବାଃ
ଭଲ କାମ କରି ଦେଶ ଓ ଜାତିର
ଗୌରବରେ ଥାଉ ନାଆଁ ।।