Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Inspirational

2  

Balabanta Sahu

Inspirational

ସ୍ବପ୍ନ

ସ୍ବପ୍ନ

1 min
6.9K


ପ୍ରତିଦିନ ସୂରୁଜ ଉଇଁଥାଏ

ଦୀନାବାଈର ଛେରାପହଁରା ପରେ ପରେ

ନେଇ କିଛି ରଙ୍ଗୀନ ସ୍ୱପ୍ନକୁ ।


ସେ ବାରଲାଇଟ୍ ଦେଖାଇବା ହେଉ

ଆକାଶ ବୁକୁରେ ରଙ୍ଗ ମୁରୁଜ ପକାଇବା ହେଉ

କି ଆଉ କିଛି...।


କା' ମୁଖରେ ହସ ନେଇ 

ଅଥବା କା' ଆଖିରେ ଲୁହଧାର ।


କା' କୁଡ଼ିଆ ସ୍କାଇଲାଇଟରୁ ଅମାବାସ୍ୟା ଦୁରେଇବା

କା'ପାଇଁ ବିଦ୍ୟୁତ ପରଷିବା

କା' ପ୍ରେମ ପାଇଁ ନିଚ୍ଛାଟିଆ ପରିବେଶ ଦେବା

କା' ତିଆରି ବଡିଚୁରା ଶୁଖାଇବା 

ଅଥବା କା' ବସ୍ତ୍ର ଅନ୍ତବସ୍ତ୍ର ଯାକ ଶୁଖାଇବା ।


ଏତଦ୍ ବ୍ୟତିରେକ..

କା' ଜମିର ସ୍ୱପ୍ନ ଉଜାଡିବା

କା' ଶରୀରରୁ ହଂସା ଉଡାଇନେବା

ପୁଣି କା' ସ୍ୱପ୍ନରେ ଖଳନାୟକ ସାଜିବା

ଏଇତ ତା'ର ସ୍ବପ୍ନ ଗୁଡିକ 

ଯାହାକୁ ସେ କଳେବଳେ ହାସିଲ କରେ

ହାରିବାର ବିନା ଭୟରେ ।


ରୋଜ୍ ଏତେ ସବୁ ଦେଖିବା ପରେ

ବିନାସ୍ୱପ୍ନରେ କିପରି ବା ରହିପାରିଥାନ୍ତି ଯେ ?


ଗୋଟାଇ ଆଣିଲି ଭାବ ଓ ବେଲଗାମ୍ ମନକୁ

ଦୀନାବାଈ ମହୁଲ ଗୋଟାଇଲା ପରି ।


ଦେଖିଲି କିଛି ରଙ୍ଗୀନ ସ୍ବପ୍ନ

ଇନ୍ଦ୍ରଧନୁର ସପ୍ତରଙ୍ଗ ପରି 

କିଛି ସ୍ୱାର୍ଥ ସହ ନିସ୍ୱାର୍ଥକୁ ନେଇ 

ପରିବାର ପାଇଁ ; ନିଜ ପାଇଁ ; ସମାଜ ପାଇଁ ।


ପରିବାର ପାଇଁ..

ଗଢିବି ବସାଟିଏ ବାୟାଚଢ଼େଇର ବସା ପରି

ତୁଲାଇବି ଭଉଣୀକୁ ଦ୍ଵି-ହାତ କରିବାର ସୌଭାଗ୍ୟଟିକୁ

ରକ୍ତ ମାଂସରେ ଗଢିବି ଚିଁଁ ଚାଁ କରୁଥିବା କୁନି ଚଢ଼େଇଦୁଇ

ପୁଣି ଦୁହିଁଙ୍କୁ ଶିଖାଇବି ଆକାଶ ବୁକୁରେ ଉଡାଣ୍ ।


ନିଜ ପାଇଁ.....

ଦେବୀ ଛଡା ମୁଁ ଆଉ କଉ ମଣିଷ ଯେ

ତା'ସାଥେ ଦୁନିଆ ଭ୍ରମିବି ଶେଷ ନିଃଶ୍ୱାସ ଯାଏ

ତା' ଶରୀରର ପିନ୍ଧାବାସକୁ ଉତାରିବି

ପିଆଜ ଚୋପା ପରି

ତା'ପରେ ପରେ ଭିନ୍ନ ଏକ ଦୁନିଆ

ଯେଉଁଠି ପ୍ରେମ ଛଡା ନଥିବ ଆଉ କିଛି ।


ସମାଜ ପାଇଁ...

କିଛି ତ କରିବି ଭଲ କାମ ଚନ୍ଦ୍ର ସୂର୍ଯ୍ୟ ପରି

ଅନ୍ଧାରର ରଜା ଜହ୍ନ ପରି 

ଯେପରିକି ସାଜିପାରିବି ଉଦାହରଣ ।

ସେ ଗାନ୍ଧୀ ଗୋପବନ୍ଧୁ ପରି ନହେଲେ ବି

ଗୋଦାବରୀଶଙ୍କ ମାଗୁଣି ପରି ।


ବଲବନ୍ତ ସାହୁ(ବବଲୁ )

ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଟିଟିଲାଗଡ଼

ମୋ- 9078105234


Rate this content
Log in

Similar oriya poem from Inspirational