ସ୍ବପ୍ନ ମରୀଚିକା
ସ୍ବପ୍ନ ମରୀଚିକା
ଆଜି ଆସିଥିଲା ପ୍ରିୟା ମୋର୍ ମୋ ସ୍ବପ୍ନ ରେ
ମୋ ଝଙ୍କାଳିଆ ନିଦ କୁ ଆଡେ଼ଇ
ଆଉ କହିଗଲା କଥା ପଦେ ମୋରି କାନରେ
ତା କଁଳିଆ ହାତରେ,ମୋ ଛାତିକୁ ବାଡ଼େଇ
ହେଇ..........
ଶୋଇଛ କଣ ଯେ.....?
ଉଠିଯାଅ ବେଗି ବେଗି-ଆଜି ପରା କାର୍ତ୍ତିକ ପୁନେଇଁ
ନେଇ ଯାଅ........
ନେଇ ଯାଅ ମୋତେ ଟିକେ ନଈ ତୁଠକୁ
ସାଥୀ ହେଇ ଡଙ୍ଗା ଦେବା, ଆ କା ମା ଭୈ କହି......
ଶୁଭୁ ଥିଲା ତା ନାଲି ନାଲି ଓଠରୁ ........
ଚୁପ୍ ଚୁପ୍ କିଛି କଥା
ଭାଙ୍ଗୁ ଥିଲା ମୋ ନିଦ ଗହିର ପଠାରେ l
ସେ ,ଯେତେ ନିରବତା
ବାଜୁଥିଲା ତା କାନର ଝୁମୁକା
ଆଉ ମୋତେ ଶୁଭୁଥିଲା
ଥରେ ଖାଲି ଆସ ସାଥେ ମୋର, ଚାଲି ଏକା ଏକା.......
ଭାଙ୍ଗି ଗଲା ନିଦ ମୋର୍........
ମୋର୍ ତା ନା' ଉଚ୍ଚାରଣ କରି
ଖୋଜିଲି ଅନ୍ଧାରୀ ମୁଲକେ..........
ଶତ ଚେଷ୍ଟା କରି, ମୁଁ ଶେଯରୁ ବାହାରି ।
ହେଲେ ପାଇଲିନି.........
ଜମା ତାକୁ ଖୋଜି ଖୋଜି, ଯେତେ ଘର ସାରା
ବୋଧେ ଖେଳୁ ଥିଲା ........
ଲୁଚକାଳି ତେଣୁ ମୋତେ,ନଦେଲା ସେ ଧରା।
ଖୋଜି ଖୋଜି ପହଞ୍ଚିଲି.......
ବାରି ଶେଷ ପୁରୁଣା ଭଙ୍ଗା କୂଅ ପାଶେ
ହସୁ ଥିଲା ଦେଖି ମୋତେ,
ଆହା କି'ସୁନ୍ଦର୍, ତାର ଚାନ୍ଦ ମୁଁହ ଦିଶେ ।
ଡାକିଲା ସେ ହାତ ଠାରି.....
ମୋତେ ସେଇ ଭଙ୍ଗା କୂଅ ଭିତରକୁ
କହିଲା ଏକା ଏଠି ରହୁଛି ମୁଁ......
ଟିକେ କେବେ ଆସନ୍ତନି ମୋରି ପାଖକୁ !
ପ୍ରଥମ ପ୍ରେମ କୁ.......
କିଏ ବା କେବେ ପାରିଛି ଭୁଲି, ଏତେ ସହଜରେ!
ତେଣୁ ଚାହିଁଲି ତାକୁ ମୁଁ.....
ଦେଖିବା ପାଇଁ, ସେଅଛି କେତେ ଗଭୀର ରେ ।
ହଁ ପାଖରେ ରେ ତ ଅଛି.......
ତା ଗୋରା ମୁହଁ ମୋତେ ଏବେ,ବିକଳେ ଡାକୁଛି
ଯିବା ପାଇଁ ପାଖକୁ ତାର........
ମୁଁ ଯେମିତି ସଜବାଜ ହେଇଛି
ହେଲେ ପଛରୁ ଧୁଡ଼ୁ ଧୁଡ଼ୁ ହାତ ଟିଏ .......
ଦେଖେ, ଭିଡ଼ି ମୋତେ ଧରିଛି ।
ଚମକି ମୁଁ ସେଇ କ୍ଷଣି.....
ବୁଲି ଯେବେ ଚାହିଁଲି
ସ୍ୱର୍ଗବାସୀ ମା କୁ ମୁଁ ପାଖରେ ମୋ ପାଇଲି।
ଥରି ଥରି କୁହେ ମୋତେ....
ଧନ ମୋର କାହିଁ ଏମିତି, ଅବୁଝା ତୁ ହେଉଛୁ
ଆଦ୍ୟ କାଳୁ ମରୁ ମରୀଚିକା ପଛେ.....
କାହିଁକି ତୁ ଧାଉଁଛୁ?
କହି ଦେଇ ଚାଲି ଗଲା......
ମୁଣ୍ଡରେ ମୋର ହାତ କୁ ତା ବୁଲେଇ
ସିନ୍ଦୁରା ବି ଫାଟି ଗଲା...
ନିର୍ବାକ୍ ମୁଁ ଚାହିଁ ଥିଲି, ତାକୁ ଖାଲି ଅନେଇ....।