Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmita Dixit

Others

1.0  

Rasmita Dixit

Others

ସ୍ବୀକାରୋକ୍ତି

ସ୍ବୀକାରୋକ୍ତି

1 min
269


ଅଦୃଷ୍ଟ ହସ୍ତର ଛକି ଶୂନ ଖେଳରେ

ଜୀବନ ଗତିକରେ

ଠିକ , ଭୁଲ

ପାପ , ପୂଣ୍ୟର

ଦିଗ୍ବଳୟ ତଳେ

ବେଳେବେଳେ ଗଡ଼ିଯାଏ

ଓଳି ତଳ ବରଷା ପାଣିର ଫୋଟକା ପରି

ଅବା ଖସରି ପଡେ

ସାରୁପତ୍ରର ଜଳବିନ୍ଦୁ ପରି ।

ଜୀବନଟା ଗୋଟେ ଲମ୍ବା ନାଟକ

ଜନ୍ମଠୁ ମରଣ ଯାଏ

ଅଭିନୟ କରିବାକୁ ପଡେ

ଅଦୃଶ୍ୟ ନିୟତି ଇଙ୍ଗିତରେ ,

ଚରିତ୍ର ଚୟନ

ପଟ୍ଟ ପରିବର୍ତ୍ତନ

ଅଙ୍କ ନିର୍ଦ୍ଦେଶନା

ଅବିରତ ଚାଲିଥାଏ

ହସ, କାନ୍ଦର କୁଝ୍ହଟିକା ମଧ୍ୟରେ ।

କେତେବେଳେ କେମିତି

ସମୟର କାଚକେନ୍ଦୁ ପାଣିରେ ,

ତରଙ୍ଗ ଉଠେ ........

ବହୁତ କିଛି ପାଇବାକୁ ଯାଇ

ଅନେକ କିଛି ହରେଇ ଥାଉ ଆମେ

ଅନେକ ଅପ୍ରାପ୍ତି ସତ୍ତ୍ୱେ

ପ୍ରାପ୍ତିର ମୃଗତୃଷ୍ଣା

ପଶ୍ଚାତ ଧାବନ କରୁକରୁ

କେବେକେବେ ହାତକୁ ଆସେ

ଜୀବନର ଜାହରୀ ଅମୃତ

ନୀଳକଣ୍ଠ ପରି ସେଇ

ଗରଳ କୁ ପାନ କରି

ମଦମତ୍ତ ହସ୍ତୀ ସମ

ଆଜୀବନ ଝୁମିବାକୁ ହୁଏ

ସୁର ଆଉ ତାଳରେ ।

ଦୁଃଖ ର କଲମରେ

ସୁଖର କାଳି ଝରି ଆସେ

ଅସୁମାରି ଅଛିଣ୍ଡା ଗଣିତର

ସମାଧାନ ନେଇ

ତଥାପି ମନୁଷ୍ୟ ଅଭିନୟକୁ

ସତ୍ୟ ଭାବି ଭ୍ରମରେ ବଞ୍ଚୁଥାଏ ,

ବଞ୍ଚିବାର ବିଭୋର ନିଶାରେ

ନିଜକୁ ଆଉ ଜଗତକୁ ଭୁଲୁଥାଏ ।

ଜୀବନଟା କିଛି ନୁହେଁ ,ଅଳୀକ ମାତ୍ର

ବୈଚିତ୍ର୍ୟମୟ, ଘଟଣାପୂର୍ଣ୍ଣ

ତିକ୍ତ ,ମଧୁର ଅନୁଭୂତିର

ପ୍ରୀତିପୂର୍ଣ୍ଣ ଏକ ଆଲପନା ,

ଜନ୍ମ ମାତ୍ରେ ମୃତ୍ୟୁ ସତ୍ୟ

ଜାଣି ମଧ୍ୟ ପ୍ରବଳ ଇଛ୍ୱାସରେ

ଜୀବନକୁ ଧରି ରଖିବାର

ପ୍ରୟାସ ଜାରି ରହିଥାଏ

ତେଣୁ କେହି କେହି କୁହନ୍ତି

ଜୀବନର ଅନ୍ୟ ନାମ

ମଧୁର ଯନ୍ତ୍ରଣା - - - - - ।


Rate this content
Log in